ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଦ୍ରା ଯୋଜନା ଆରମ୍ଭ ହେବା ଦିନଠାରୁ ଏହା ଅସଂଖ୍ୟ ଭାରତୀୟଙ୍କୁ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ପ୍ରଦର୍ଶନ କରିବା ଏବଂ ସାତ ବର୍ଷ ମଧ୍ୟରେ ନିଯୁକ୍ତି ଦାତା ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ସେ କହିଛନ୍ତି ଯେ, ଏହି ସାତ ବର୍ଷ ମଧ୍ୟରେ ମୁଦ୍ରା ଏକ ପଟ ପରିବର୍ତନକାରୀ ଯୋଜନା ହୋଇ ପାରିଛି ଏବଂ ସମ୍ମାନ ବୃଦ୍ଧି କରିବା ସହିତ ସମାବେଶୀ ବିକାଶରେ ସହାୟକ ହୋଇଛି ।
ମାଇଁଗଭ୍ଇଣ୍ଡିଆର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଫଣ୍ଡିଂ ଦି ଅନ୍ଫଣ୍ଡେଡ ସିଦ୍ଧାନ୍ତରେ, ମୁଦ୍ରା ଯୋଜନା ଅସଂଖ୍ୟ ଭାରତୀୟଙ୍କୁ ସେମାନଙ୍କର ଉଦ୍ୟୋଗୀ ଜ୍ଞାନ କୌଶଳ ପ୍ରଦର୍ଶନ କରିବା ଏବଂ ନିଯୁକ୍ତି ଦାତା ହେବା ପାଇଁ ସୁଯୋଗ ଦେଇଛି । ମୁଦ୍ରା ଯୋଜନାର ୭ ବର୍ଷ ଭିତରେ ଏକ ପଟ ପରିବର୍ତନକାରୀ ଯୋଜନା ସାବ୍ୟସ୍ତ ହୋଇଛି ଏବଂ ସମ୍ମାନ ଏବଂ ସମୃଦ୍ଧି ଆଣିବାରେ ସହାୟକ ହୋଇଛି ।”
Guided by the principle of #FundingTheUnfunded, Mudra Yojana has given an opportunity to countless Indians to showcase their entrepreneurial skills and become job creators. As we mark #7YearsOfPMMY here is how it’s been a game changer and enhanced dignity as well as prosperity. https://t.co/h21i8kaknf
— Narendra Modi (@narendramodi) April 8, 2022