ମରୋକ୍କୋର ଶିଳ୍ପ, ନିବେଶ, ବାଣିଜ୍ୟ ଓ ଡିଜିଟାଲ ଅର୍ଥ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ସୁଶ୍ରୀ ରାକୀୟା ଏଡେର୍ହମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ସୁଶ୍ରୀ ରାକୀୟା ଏଡେର୍ହମ ମରୋକ୍କୋର ମହାମହୀମ ରାଜାଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହାମହୀମ ରାଜାଙ୍କ ସହିତ ତାଙ୍କର ପୂର୍ବ ସାକ୍ଷାତକୁ ମନେପକାଇବା ସହିତ ରାଜାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖୀ ଜୀବନ ସହିତ ମରୋକ୍କୋବାସୀଙ୍କ ଶାନ୍ତି ଓ ସମୃଦ୍ଧି ମଧ୍ୟ କାମନା କରିଥିଲେ ।
ଆଇନ ସହାୟତା, ସାଇବର ସୁରକ୍ଷା ଓ ମହାକାଶ କ୍ଷେତ୍ରରେ ବିଗତ ବର୍ଷମାନଙ୍କରେ ହୋଇଥିବା ଦ୍ଵିପାକ୍ଷିକ ସହଯୋଗ ଦ୍ଵାରା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା ସୁଶ୍ରୀ ରାକୀୟା ଏଡେର୍ହମ କହିଥିଲେ । ଦୁଇ ଦେଶ ମଧ୍ୟରେ ଐତିହାସିକ ଦୃଢ ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଦ୍ଵିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ କରିବାର ଉଦ୍ୟମ ତଥା ଗୁଜରାଟ ସହିତ ମରୋକ୍କୋର ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ସ୍ଵାଗତ କରିଥିଲେ ।