ଦ୍ଵିପାକ୍ଷିକ ମିଳିତ କମିଶନର ସପ୍ତମ ବୈଠକରେ ଯୋଗଦେବା ପାଇଁ ଭାତର ଗସ୍ତରେ ଆସିଥିବା ଇଜିପ୍ଟ ବୈଦେଶିକ ମନ୍ତ୍ରୀ ମିଷ୍ଟର ସମେ ହାସାନ ଶୌକ୍ରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ସାକ୍ଷାତକାଳରେ ବୈଦେଶିକ ମନ୍ତ୍ରୀ ଇଜିପ୍ଟ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ସନ୍ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଥିଲେ । ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶୁଭେଚ୍ଛା ରାଷ୍ଟ୍ରପତି ଶିଶିଙ୍କୁ ଜଣାଇଦେବା ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଭାରତ ଏବଂ ଇଜିପ୍ଟ ମଧ୍ୟରେ ନିର୍ଦ୍ଧାରିତ ଦ୍ଵୀପାକ୍ଷିକ ଚୁକ୍ତି ଭାଗିଦାରୀତାକୁ ମଜବୁତ କରିବା ଲାଗି ନିଜ ନିଜର ପ୍ରତିବଦ୍ଧତା ନେଇ ଦୁଇ ନେତା ଆଲୋଚନା କରିଥିଲେ । ଭିତ୍ତିଭୂମି, ବାଣିଜ୍ୟ ଏବଂ ନିବେଶ ତଥା ଜନ-ଜନ ସମ୍ବନ୍ଧକୁ ନିବିଡ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।