ଦେଶର ପ୍ରଧାନମନ୍ତ୍ରୀ ହେବା ସତ୍ୱେ ,ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ସରଳତାର ଆଦର୍ଶ ହୋଇ ରହିଛନ୍ତି ଏବଂ ଭାରତର ଜଣେ ସାଧାରଣ ନାଗରିକଙ୍କ ଭଳି ରହିଆସିଛନ୍ତି ।
ତାଙ୍କର ସରଳତାର ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ,ଯେତେବେଳେ ସେ ମେଟ୍ରୋରେ ଯାତ୍ରା କରିଛନ୍ତି ।
ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ,ବିଶେଷତଃ ଦିଲ୍ଲୀ-ଏନସିଆର ଅଂଚଳରେ ମେଟ୍ରୋ ଯୋଗେ ଯାତ୍ରା କରିବା ଅବସରରେ ପ୍ରଧାନମନ୍ତ୍ରୀ ଟ୍ରେନ କୋଚରେ ବସିଥିବା ନିଜର ସହଯାତ୍ରୀ ମାନଙ୍କ ସହିତ ଖୁସିର ସହିତ କଥାବାର୍ତ୍ତା କରିବାର ଦେଖାଯାଇଥିଲା । ଯାହା ଦେଖିବା କୌଣସି ସାଧାରଣ ବିଷୟ ନଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ମେଟ୍ରୋ ମାଧ୍ୟମରେ ଯାତ୍ରା କରିଛନ୍ତି । ତାଙ୍କର ମେଟ୍ରୋ ଯାତ୍ରା ପାଇଁ ବହୁତ ଉତ୍ସାହ ରହିଛି ,କାରଣ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକେ ଫୋଟ ,ସେଲ୍ଫି ନେବା ସହିତ କଥାବାର୍ତ୍ତା କରିବାକୁ ଚାହାଁନ୍ତି ଏବଂ ସମସ୍ତ ଆୟୁ ବର୍ଗର ଲୋକେ ମଧ୍ୟ ତାଙ୍କୁ ଦେଶର ପ୍ରଗତି ପାଇଁ ଶୁଭକାମନା ଦେଇଥାଆନ୍ତି ।
Cherished moments with a young friend on board the Delhi Metro. Watch this.
Posted by Narendra Modi on Wednesday, March 13, 2019
ଲୋକମାନଙ୍କ ଜୋରଦାର ପ୍ରତିକ୍ରିୟା ଦେଖି ,ଏପରିକି କେବେକେବେ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଫୋଟଗ୍ରାଫର ହୋଇଯାଆନ୍ତି । ସେ ଲୋକମାନଙ୍କୁ ଫୋଟ ଉଠାଇବାରେ ସାହାଯ୍ୟ କରିଥାଆନ୍ତି ଏବଂ ଯାହା ଚମତ୍କାର ସ୍ମରଣ ହୋଇ ରହିଥାଏ ।