QuoteMinister of Foreign Affairs & International Cooperation of the UAE calls on PM

ଆଜି ୟୁଏଇର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ମହାମହିମ ଶେଖ ଅବଦୁଲ୍ଲା ବିନ ଜାୟେଦ ନାହ୍ୟାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।

ସେ ଆବୁଧାବୀ ଯୁବରାଜଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଶୁଭକାମନାକୁ ପ୍ରଧାନମନ୍ତ୍ରୀ ଉଦାରତାର ସହ ଗ୍ରହଣ କରିଥିଲେ ।

ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଏବଂ ନାଗରିକ-ନାଗରିକ ବିନିମୟ ସମେତ ଦ୍ୱିପାକ୍ଷିକ ସହଯୋଗର ବ୍ୟାପକ ଦିଗ ଉପରେ ଦୁଇ ନେତା ଆଲୋଚନା କରିଥିଲେ । ଶକ୍ତି, ଆବାସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତରେ ନିବେଶ କରିବା ଲାଗି ୟୁଏଇ ଆଗ୍ରହୀ ଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ ।  ଭାରତରେ 44 ବିଲିୟନ ଆମେରିକୀୟ ଡଲାରର ବାର୍ଷିକ 60 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ବୃହତ ବିଶୋଧନାଗାର ଏବଂ ପେଟ୍ରୋରସାୟନ କମ୍ପ୍ଲେକ୍ସ ଲାଗି ଆଡନକର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଆଜି ସ୍ୱାକ୍ଷରିତ ହୋଇଥିବା  ଏମଓୟୁକୁ ସ୍ୱାଗତ କରିଥିଲେ ।

ୟୁଏଇର ଅର୍ଥବ୍ୟବସ୍ଥା ଏବଂ କଲ୍ୟାଣରେ ଭାରତୀୟ ସମୁଦାୟର ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Rs 1,555 crore central aid for 5 states hit by calamities in 2024 gets government nod

Media Coverage

Rs 1,555 crore central aid for 5 states hit by calamities in 2024 gets government nod
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 19, 2025
February 19, 2025

Appreciation for PM Modi's Efforts in Strengthening Economic Ties with Qatar and Beyond