ଶ୍ରୀଲଙ୍କା ସଂସଦର ଏକ ପ୍ରତିନିଧି ଦଳ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀଲଙ୍କା ସଂସଦର ବାଚସ୍ପତି ମହାମହିମ ମିଷ୍ଟର କାରୁ ଜୟସୂର୍ଯ୍ୟାଙ୍କ ନେତୃତ୍ୱରେ ଏହି ବହୁ ଦଳୀୟ ପ୍ରତିନିଧି ଗୋଷ୍ଠୀ ସାକ୍ଷାତ କରିଥିଲେ ।

ସଂସଦର ସଦସ୍ୟମାନେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଐତିହାସିକ ସଂପର୍କ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ବିଷୟରେ ଅନୁଭୂତିଗୁଡିକ ବାଣ୍ଟିବା ସହିତ ବିଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସଂପର୍କର ଗଭୀରତାକୁ ନେଇ ପ୍ରଶଂସା କରିଥିଲେ । ଶ୍ରୀଲଙ୍କାରେ ଭାରତ ସହଯୋଗରେ ଜାରି ରହିଥିବା ଅନେକ ଜନକୈନ୍ଦ୍ରିକ ବିକାଶ ପ୍ରକଳ୍ପଗୁଡିକରୁ ଲାଭ ହାସଲ କରିହେଉଥିବା କଥା ମଧ୍ୟ ସେମାନେ ଉପସ୍ଥାପନ କରିଥିଲେ । ମିଳିତ ଆର୍ଥିକ ପ୍ରକଳ୍ପଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଦ୍ୱାରା ଅର୍ଥବ୍ୟବସ୍ଥା ଏବଂ ଦୁଇ ଦେଶର ଜନସାଧାରଣଙ୍କୁ ସୁଫଳ ମିଳିପାରିବା ନେଇ ସେମାନେ ସହମତି ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ଏବଂ ଏହିଭଳି ସଂପର୍କକୁ ଗୁରୁତ୍ୱ ପ୍ରଦାନ କରିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ ପ୍ରାନ୍ତୀୟ ବ୍ୟବସ୍ଥାପକ ସଭା ଏବଂ ଦୁଇ ଦେଶର ସ୍ଥାନୀୟ ନିଗମଗୁଡିକ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ନୂତନ ପଦକ୍ଷେପ ଦ୍ଵିପାକ୍ଷିକ ଘନିଷ୍ଠତା ବୃଦ୍ଧି କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଂପର୍କ ଏବଂ ବିଶ୍ୱାସକୁ ଆହୁରି ଅଧିକ ମଜବୁତ କରିପାରିବ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In 3-year PLI push, phones, pharma, food dominate new jobs creation

Media Coverage

In 3-year PLI push, phones, pharma, food dominate new jobs creation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 4, 2024
December 04, 2024

Appreciation for PM Modi's Vision: A Progressive and Economically Strong India