ଓମାନ-ଭାରତ ମିଳିତ ବ୍ୟାପାର ପରିଷଦର ଏକ 30 ଜଣିଆ ଓମାନ ଯୁବ ବାଣିଜ୍ୟ ନେତୃମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ସେମାନେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘ ସାମୁଦ୍ରିକ ବାଣିଜ୍ୟ ସମ୍ବନ୍ଧ ଓ ମିଳିତ ଐତିହ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ ।
କଥାବାର୍ତ୍ତା ବେଳେ ଦୁଇ ଦେଶ ମଧ୍ୟରେ ଖାଦ୍ୟ ଓ ଶକ୍ତି ନିରାପତ୍ତା କ୍ଷେତ୍ରରେ ଅଧିକ ସହଯୋଗ ଲାଗି ରହିଥିବା ବ୍ୟାପକ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ପବିତ୍ର ରମଜାନ ମାସ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଓମାନ ସୁଲତାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।