ଭିଏଣ୍ଟିଆନେରେ ୧୧ ଅକ୍ଟୋବର ୨୦୨୪ରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାୱାତ୍ରାଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ।
ପ୍ରଧାନମନ୍ତ୍ରୀ ଥାଇ ପ୍ରଧାନମନ୍ତ୍ରୀଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଥିଲେ । ଐତିହାସିକ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ । ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଥିଲେ । ଉପ-କ୍ଷେତ୍ରୀୟ, କ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରୀୟ ମଞ୍ଚରେ ଘନିଷ୍ଠ ସମ୍ପର୍କ ବୃଦ୍ଧି କରିବା ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ବିମ୍ଷ୍ଟେକ୍ ମାଧ୍ୟମରେ କ୍ଷେତ୍ରୀୟ ସହଯୋଗକୁ ବଢ଼ାଇବାକୁ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ।
ଥାଇଲାଣ୍ଡ ସହ ଭାରତର ସମ୍ପର୍କ ଭାରତର ‘ଆକ୍ଟ ଇଷ୍ଟ’ ନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଏହାର ଏକ ଦଶନ୍ଧି ଆଜି ପୂର୍ଣ୍ଣ ହେଉଛି । ଏଥିସହ ଭାରତର ଇଣ୍ଡୋ-ପାସିଫିକ୍ ଦୃଷ୍ଟିକୋଣର ମଧ୍ୟ ଦଶ ବର୍ଷ ପୂର୍ଣ୍ଣ ହେଉଛି ।
Met PM Paetongtarn Shinawatra in Lao PDR. Thailand is a deeply valued friend of India’s. Our talks were focused on how to improve trade ties between our nations and to boost cultural linkages. We also see great scope in sectors like defence, shipping, digital innovations and… pic.twitter.com/aXXhydrWPX
— Narendra Modi (@narendramodi) October 11, 2024
ได้พบกับคุณแพทองธาร ชินวัตร นายกรัฐมนตรีของไทย ที่ สปป.ลาว ประเทศไทยเป็นมิตรที่ทรงคุณค่าอย่างลึกซึ้งของอินเดีย การหารือของเรามุ่งเน้นไปที่แนวทางการยกระดับความสัมพันธ์ทางการค้าระหว่างประเทศของเรา และส่งเสริมความสัมพันธ์ทางวัฒนธรรม นอกจากนี้ เรายังมองเห็นโอกาสอันมากมายในภาคส่วนต่าง… pic.twitter.com/DrW9fcj7vu
— Narendra Modi (@narendramodi) October 11, 2024