ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍ ୨୦୨୨ରେ ମୁନିଚ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଆଲବର୍ଟୋ ଫର୍ଣ୍ଣାଡେଜ୍ଙ୍କୁ ଭେଟିଛନ୍ତି ।
ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା । ସେମାନେ ୨୦୧୯ ରେ ପ୍ରତିଷ୍ଠିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସହିତ ବିଭିନ୍ନ ପ୍ରସଙ୍ଗ ବିଶେଷ କରି ଔଷଧ, ଦକ୍ଷିଣ-ଦକ୍ଷିଣ ସହଯୋଗ, ଜଳବାୟୁ କାର୍ଯ୍ୟଯୋଜନା, ଅକ୍ଷୟ ଶକ୍ତି, ଆଣବିକ ଔଷଧ, ବୈଦ୍ୟୁତିକ ଗତିଶୀଳତା, ପ୍ରତିରକ୍ଷା ସହଯୋଗ, କୃଷି ଏବଂ ଖାଦ୍ୟ ସୁରକ୍ଷା, ପାରମ୍ପାରିକ ଔଷଧ, ସାଂସ୍କୃତିକ ସହଯୋଗ ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା । ଏହି କ୍ଷେତ୍ରଗୁଡିକରେ ସେମାନଙ୍କର ଦ୍ୱିପାକ୍ଷିକ ଯୋଗଦାନକୁ ବୃଦ୍ଧି କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ ।
Reviewed the full range of the India-Argentina friendship during the very productive meeting with President @alferdez in Munich. Stronger cooperation between our nations will greatly benefit our people. pic.twitter.com/bBe32Wg850
— Narendra Modi (@narendramodi) June 26, 2022