ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ ପାଇଁ 16 ଫେବୃଆରୀ ରେ ନିଜର ଲୋକସଭା କ୍ଷେତ୍ର ବାରାଣାସୀ ଗସ୍ତରେ ଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରିକ୍ସା ଚାଳକ ମଙ୍ଗଲ କେୱତଙ୍କୁ ସାକ୍ଷାତ କରିଛନ୍ତି । ରିକ୍ସା ଚାଳକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ଝିଅର ବାହାଘର ଲାଗି ଆମନ୍ତ୍ରିତ କରିଥିଲେ ।
କେୱତ ବ୍ୟକ୍ତିଗତ ଭାବେ ପିଏମଓକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ଏବଂ ଏହି ପ୍ରସଙ୍ଗରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ କେୱତଙ୍କ ଚିଠିର ଉତ୍ତର ଦେଇଥିଲେ । ପ୍ରଧାନମନ୍ତ୍ରୀ କେୱତଙ୍କ ଝିଅ ବାହାଘରର ଶୁଭେଚ୍ଛା ଦେଇ ଏକ ଚିଠି ଲେଖିଥିଲେ ,ଯାହାକୁ ପଢ଼ି କେୱତ ଏବଂ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା ।
କେୱତ ,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାର ଇଚ୍ଛା ରଖିଥିଲେ ,ସେ ସେତେବେଳେ ଆହୁରି ଅଧିକ ଉତ୍ସାହିତ ହୋଇଯାଇଥିଲେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ବାରାଣାସୀ ଗସ୍ତ ଅବସରରେ ନିଜେ ତାଙ୍କୁ ସାକ୍ଷାତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରେରିତ ହୋଇ, ମଙ୍ଗଳ କେୱତ ନିଜ ଗ୍ରାମ ଡୋମରୀରେ ଗଙ୍ଗା ଘାଟର ସଫେଇ ପାଇଁ ସ୍ୱୟଂ ସ୍ୱଚ୍ଛତା ଅଭିଯାନ ଚଲାଇଛନ୍ତି । କେୱତ ମାଁ ଗଙ୍ଗାଙ୍କ ହେଉଛନ୍ତି ଜଣେ ଭକ୍ତ ଏବଂ ନିଜ ଆୟର ଏକ ଅଂଶ ଗଙ୍ଗା ନଦୀର ସଫାସୁତୁରା ଉପରେ ଖର୍ଚ୍ଚ କରୁଛନ୍ତି ।