In 2018, the world's largest health insurance scheme 'Ayushman Bharat' was launched, every village of the country got electricity: PM Modi #MannKiBaat
Our festivals represent 'Unity in Diversity' and 'Ek Bharat, Shreshtha Bharat': PM Modi during #MannKiBaat
The global importance that Kumbh holds is very well exemplified from the fact that UNESCO has described it as ‘Intangible Cultural Heritage of Humanity': PM during #MannKiBaat
Kumbh in itself is grand in nature. It is divine as well as beautiful: PM Modi during #MannKiBaat
This time, every devotee will be able to offer prayers at Akshay Vat after the holy bath in the Sangam: Prime Minister Modi during #MannKiBaat
Pujya Bapu’s connect with South Africa is unbreakable. It was in South Africa, where Mohan became the 'Mahatma': Prime Minister Modi #MannKiBaat
Mahatma Gandhi had started his first Satyagraha in South Africa and he stood against the discrimination based on the colour of one's skin: PM #MannKiBaat
Sardar Patel dedicated his entire life towards uniting India. He devoted every moment of his life to protect the nation's integrity: PM Modi during #MannKiBaat
Guru Gobind Singh Ji was born in Patna, His karmabhoomi was North India and He sacrificed His life in Maharashtra’s Nanded: PM during #MannKiBaat
Guru Gobind Singh Ji calm but whenever, an attempt was made to suppress the voice of the poor and the weak, then Guru Gobind Singh Ji raised his voice and stood firmly with the poor: PM #MannKiBaat
Guru Gobind Singh Ji always used to say that strength cannot be demonstrated by fighting weak sections: PM Modi #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2018 ମସିହା ଶେଷ ହେବାକୁ ଯାଉଛି । ଆମେ 2019ରେ ପ୍ରବେଶ କରିବାକୁ ଯାଉଛୁ । ଏଭଳି ସମୟରେ ବିତିଯାଉଥିବା ବର୍ଷ ସମ୍ପର୍କରେ ଆଲୋଚନା ହେବା ସାଙ୍ଗକୁ ଆଗାମୀ ବର୍ଷର ସଂକଳ୍ପର ଚର୍ଚ୍ଚା ହେବା ସ୍ୱାଭାବିକ । ବ୍ୟକ୍ତିଗତ ଜୀବନ ହେଉ, ସାମାଜିକ ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ – ପ୍ରତ୍ୟେକଙ୍କୁ ପଛକୁ ଫେରି ଦେଖିବାକୁ ହୁଏ । ଆଗକୁ ଯେତେ ଦୂର ଦୃଶ୍ୟମାନ, ତାହା ଦେଖିବାକୁ ଚେଷ୍ଟା ମଧ୍ୟ କରିବାକୁ ହୋଇଥାଏ । ଆଉ ସେତେବେଳେ ଅନୁଭୂତିରୁ ଲାଭ ମଧ୍ୟ ମିଳିଥାଏ ଏବଂ ନୂଆ କରିବାର ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହୋଇଥାଏ । ଆମେ ଏଭଳି କ’ଣ କରିବା ଯାହାଦ୍ୱାରା ନିଜ ଜୀବନରେ ପରିବର୍ତ୍ତନ ଆଣିପାରିବା ଆଉ ତା’ ସଙ୍ଗେ ସଙ୍ଗେ ଦେଶ ଏବଂ ସମାଜକୁ ଆଗକୁ ବଢ଼ାଇବାରେ ନିଜର ଯୋଗଦାନ ଦେଇପାରିବା । ଆପଣ ସମସ୍ତଙ୍କୁ 2019 ପାଇଁ ଅନେକ ଅନେକ ଶୁଭେଚ୍ଛା । ଆପଣମାନେ ସମସ୍ତେ ଚିନ୍ତା କରିଥିବେ ଯେ, 2018କୁ କିଭଳି ମନେ ରଖାଯାଇପାରିବ । 2018କୁ ଭାରତ ଗୋଟିଏ ଦେଶ ଭାବରେ ନିଜର ଶହେ ତିରିଶ କୋଟି ଜନତାର ସାମର୍ଥ୍ୟ ରୂପରେ କିଭଳି ମନେରଖିବ ଏହା ସ୍ମରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ଆମକୁ ଗୌରବର ଅନୁଭୂତିରେ ପରିପୂର୍ଣ୍ଣ କରିଦେବ ।

2018ରେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେଲା । ଦେଶର ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଂଚିଗଲା । ବିଶ୍ୱର ମାନ୍ୟଗଣ୍ୟ ସଂସ୍ଥା ଏହାକୁ ସ୍ୱୀକାର କରିଛନ୍ତି ଯେ, ଭାରତ ରେକର୍ଡ ଗତିରେ ଦାରିଦ୍ର୍ୟରୁ ମୁକ୍ତିଲାଭ କରୁଛି । ଦେଶବାସୀଙ୍କ ଦୃଢ଼ସଂକଳ୍ପ ଯୋଗୁଁ ସ୍ୱଚ୍ଛତା ଉକ୍ଟଙ୍ଖରକ୍ସବଶର 95 ପ୍ରତିଶତକୁ ପାର କରିବା ଦିଗରେ ଅଗ୍ରସର ହେଉଛି ।

ସ୍ୱାଧୀନତା ପରେ ଲାଲକିଲ୍ଲାରେ ପ୍ରଥମ ଥର, ଆଜାଦ ହିନ୍ଦ ସରକାରର 75ତମ ବାର୍ଷିକୀରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରାଗଲା । ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ମାନରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା “Statue of Unity” ଦେଶକୁ ମିଳିଲା । ସାରା ବିଶ୍ୱରେ ଦେଶର ସୁନାମ ବୃଦ୍ଧି ପାଇଲା । ଦେଶକୁ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର “Champions of the Earth”ରେ ସମ୍ମାନିତ କରାଗଲା । ସୌରଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ଭାରତର ପ୍ରଚେଷ୍ଟାକୁ ବିଶ୍ୱରେ ସ୍ଥାନ ମିଳିଲା । ଭାରତରେ ଆନ୍ତର୍ଜାତିକ ସୌର ସଂଗଠନର ପ୍ରଥମ ମହାସଭା “International Solar Alliance”ର ଆୟୋଜନ ହେଲା । ଆମର ସାମୁହିକ ପ୍ରଚେଷ୍ଟାର ପରିଣାମ ସ୍ୱରୂପ ଆମ ଦେଶର Ease Of Doing Business ବା ବ୍ୟବସାୟିକ ସୁଗମତା ରେ ଅଭୂତପୂର୍ବ ଉନ୍ନତି ହୋଇଛି । ଦେଶର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି । ଚଳିତ ବର୍ଷ ଆମ ଦେଶ ସଫଳତାର ସହ Nuclear Triad ବା ତ୍ରିମୁଖୀ ପରମାଣୁ ପ୍ରତିରୋଧି ସାମରିକ କ୍ଷମତାକୁ ସମ୍ପୂର୍ଣ୍ଣ କରିଛି । ଅର୍ଥାତ ଏବେ ଆମେ ଜଳ, ସ୍ଥଳ ଏବଂ ଆକାଶ –ତିନୋଟି ଯାକରେ ପରମାଣୁ ଶକ୍ତିସମ୍ପନ୍ନ ହୋଇଯାଇଛୁ । ଦେଶର ଝିଅମାନେ ନାବିକା ସାଗର ପରିକ୍ରମା ମାଧ୍ୟମରେ ସମଗ୍ର ବିଶ୍ୱଭ୍ରମଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ବାରାଣସୀରେ ଭାରତର ପ୍ରଥମ ଜଳମାର୍ଗ ଆରମ୍ଭ ହୋଇଛି । ଏହାଦ୍ୱାରା ଜଳପଥ କ୍ଷେତ୍ରରେ ଗୋଟିଏ ନୂତନ କ୍ରାନ୍ତିର ସୂତ୍ରପାତ ହୋଇଛି । ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ବୋଗିବିଲ ସେତୁର ଲୋକାର୍ପଣ ହେଲା । ସିକ୍କିମର ପ୍ରଥମ ଏବଂ ଦେଶର ଶହେତମ ଏୟାରପୋର୍ଟ ପେକ୍ୟୋଙ୍ଗ କାର୍ଯ୍ୟକ୍ଷମ ହେଲା ।ଅଣ୍ଡର-19 କ୍ରିକେଟ ବିଶ୍ୱକପ ଏବଂ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ ଭାରତ ବିଜୟଲାଭ କଲା । ଏଥର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ବହୁସଂଖ୍ୟାରେ ପଦକ ଜିତିଲା । ପରା ଏସିଆନ ଗେମ୍ସରେ ମଧ୍ୟ ଭାରତ ଖୁବ ଭଲ ପ୍ରଦର୍ଶନ କରିଛି । ସେହିପରି ପ୍ରତ୍ୟେକ ଭାରତୀୟଙ୍କ ପୁରୁଷାର୍ଥ,ଆମର ସାମୁହିକ ପ୍ରଚେଷ୍ଟା କଥା ଯଦି କହିବି ତା’ହେଲେ ଆମ “ମନ କି ବାତ୍” ଏତେ ଦୀର୍ଘ ସମୟ ଧରି ଚାଲିବ ଯେ, ହୁଏତ 2019 ଆସିଯିବ । ଏସବୁ 130  କୋଟି ଦେଶବାସୀଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହୋଇପାରିଛି । ମୁଁ ଆଶା କରୁଛି ଯେ, 2019ରେ ମଧ୍ୟ ଭାରତର ଉନ୍ନତି ଏବଂ ପ୍ରଗତିର ଏହି ଯାତ୍ରା ଏହିଭଳି ଜାରି ରହିବ ଏବଂ ଆମ ଦେଶ ଆହୁରି ଦୃଢ଼ତାର ସହ ନୂତନ ଶିଖରକୁ ସ୍ପର୍ଶ କରିବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ଡିସେମ୍ବରରେ ଆମେ କିଛି ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ହରାଇଛୁ । ଡିସେମ୍ବର 19 ତାରିଖ ଦିନ ଚେନ୍ନାଇର ଡକ୍ଟର ଜୟାଚନ୍ଦ୍ରନଙ୍କ ପରଲୋକ ହୋଇଗଲା । ଡକ୍ଟର ଜୟାଚନ୍ଦ୍ରନଙ୍କୁ ଆଦରରେ ଲୋକେ “ମକ୍କଲ ମାରୁଥୁୱର” କହୁଥିଲେ କାରଣ ସେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିପାରିଥିଲେ । ଡକ୍ଟର ଜୟାଚନ୍ଦ୍ରନ ଗରିବ ଲୋକଙ୍କୁ ଅତିକମ୍ ଖର୍ଚ୍ଚରେ ଚିକିତ୍ସା ଉପଲବ୍ଧ କରାଇବା ଯୋଗୁଁ ବେଶ୍ ଜଣାଶୁଣା ଥିଲେ । ଲୋକେ କହନ୍ତି ଯେ ସେ ରୋଗୀମାନଙ୍କ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ବୟୋଜ୍ୟେଷ୍ଠ ରୋଗୀଙ୍କୁ ସେ ଯିବା ଆସିବା ଖର୍ଚ୍ଚ ମଧ୍ୟ ଦେଉଥିଲେ । ମୁଁ thebetterindia.com ୱେବସାଇଟରେ ସମାଜକୁ ପ୍ରେରଣା ଦେଉଥିବା ତାଙ୍କର ଏଭଳି ଅନେକ କାର୍ଯ୍ୟ ସମ୍ପର୍କରେ ପଢ଼ିଛି ।

ସେହିପରି ଡିସେମ୍ବର 25 ତାରିଖ ଦିନ କର୍ଣ୍ଣାଟକର ସୁଲାଗିଟ୍ଟି ନର୍ସମ୍ମାଙ୍କ ପରଲୋକ ଖବର ମିଳିଲା । ସୁଲାଗିଟ୍ଟି ନରସମ୍ମା ଗର୍ଭବତୀ ମା-ଭଉଣୀମାନଙ୍କୁ ପ୍ରସବ ସମୟରେ ସାହାଯ୍ୟ କରୁଥିବା ସହାୟିକା ଥିଲେ । ସେ କର୍ଣ୍ଣାଟକରେ ବିଶେଷକରି ସେଠାକାର ଦୁର୍ଗମ ଅଂଚଳରେ ହଜାର ହଜାର ମା-ଭଉଣୀଙ୍କୁ ନିଜର ସେବା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଜୟାଚନ୍ଦ୍ରନ ଏବଂ ସୁଲାଗିଟ୍ଟି ନର୍ସମ୍ମାଙ୍କ ଭଳି ଅନେକ ପ୍ରେରଣାଦାୟୀ ବ୍ୟକ୍ତି ରହିଛନ୍ତି,ଯେଉଁମାନେ ସମାଜରେ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି । ଆମେ ଯେତେବେଳେ ସ୍ୱାସ୍ଥ୍ୟରକ୍ଷା କଥା କହୁଛୁ, ସେତେବେଳେ ମୁଁ ଉତ୍ତରପ୍ରଦେଶର ବିଜନୌରରେ ଡାକ୍ତରମାନଙ୍କ ସାମାଜିକ ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ କହିବାକୁ ଚାହୁଁଛି । ବିଗତ ଦିନରେ ଆମ ଦଳର କିଛି କର୍ମକର୍ତାମାନେ ମୋତେ ସୂଚାଇ ଦେଲେ ଯେ, ସହରର କିଛି ଡାକ୍ତର ଶିବିର ଆୟୋଜନ କରି ଗରିବମାନଙ୍କ ମାଗଣା ଚିକିତ୍ସା କରୁଛନ୍ତି । ଏଠାକାର Heart Lungs Critical Centre ତରଫରୁ ପ୍ରତି ମାସରେ ଏଭଳି ମେଡିକାଲ କ୍ୟାମ୍ପ୍ସର ଆୟୋଜନ କରାଯାଉଛି । ଯେଉଁଠାରେ ଅନେକ ରୋଗର ମାଗଣା ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ପ୍ରତିମାସରେ ଶହ ଶହ ଗରିବ ରୋଗୀ ଏହି କ୍ୟାମ୍ପ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ନିଃସ୍ୱାର୍ଥ ଭାବେ ସେବାରେ ଲାଗିଥିବା ଏହି ଡାକ୍ତର ବନ୍ଧୁଙ୍କର ଉତ୍ସାହ ପ୍ରକୃତରେ ପ୍ରଶଂସନୀୟ । ଆଜି ମୁଁ ଏକଥା ବହୁତ ଗର୍ବର ସହ ଜଣାଉଛି ଯେ,ସାମୁହିକ ପ୍ରଚେଷ୍ଟା ଦ୍ୱାରା “ସ୍ୱଚ୍ଛ ଭାରତ ମିଶନ” ଗୋଟିଏ ସଫଳ ଅଭିଯାନ ପାଲଟିଯାଇଛି । କିଛି ଲୋକ ମୋତେ ସୂଚନା ଦେଲେ ଯେ, କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ଜବଲପୁରରେ ଏକ ସଙ୍ଗେ ତିନି ଲକ୍ଷରୁ ଅଧିକ ଲୋକ ସଫେଇ ଅଭିଯାନରେ ଯୋଗଦେଲେ । ସ୍ୱଚ୍ଛତାର ଏହି ମହାଯଜ୍ଞରେ ନଗର ନିଗମ, ସ୍ୱେଚ୍ଛାସେବୀ ସଂଗଠନ, ସ୍କୁଲ କଲେଜର ଛାତ୍ରଛାତ୍ରୀ, ଜବଲପୁରର ଜନସାଧାରଣ, ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କଲେ । ଏହି କିଛିକ୍ଷଣ ଆଗରୁ ମୁଁ thebetterindia.com ସମ୍ପର୍କରେ କହୁଥିଲି, ଯେଉଁଥିରେ ମୁଁ ଡକ୍ଟର ଜୟାଚନ୍ଦ୍ରନଙ୍କ ସମ୍ପର୍କରେ ପଢ଼ିବାକୁ ପାଇଲି । ଆଉ ଯେତେବେଳେ ମୋତେ ସୁଯୋଗ ମିଳେ ସେତେବେଳେ ମୁଁ ନିଶ୍ଚୟ thebetterindia.com ୱେବସାଇଟକୁ ଯାଇ ଏଭଳି ପ୍ରେରଣାଦାୟୀ ବିଷୟଗୁଡ଼ିକ ଜାଣିବାକୁ ଚେଷ୍ଟା କରିଥାଏ ।

ଏକଥା ଜାଣି ମୋତେ ଖୁସି ଲାଗୁଛି ଯେ, ଆଜିକାଲି ଏଭଳି ଅନେକ ୱେବସାଇଟ ରହିଛି ଯାହା ଏଭଳି ଅସାଧାରଣ ଲୋକଙ୍କ ଜୀବନରୁ ଅନେକ ପ୍ରେରଣାଦାୟୀ କାହାଣୀ ସହିତ ଆମକୁ ପରିଚିତ କରାଉଛନ୍ତି । ଯେମିତିକି, thepositiveindia.com ୱେବସାଇଟ ସମାଜରେ ସକାରାତ୍ମକତାର ପ୍ରଚାର କରିବା ଏବଂ ସମାଜକୁ ଅଧିକ ସମ୍ବେଦନଶୀଳ କରିବାର କାର୍ଯ୍ୟ କରୁଛି ସେହିପରି yourstory.com ରେ ଯୁବ ନବସୃଜନକାରୀ ଏବଂ ଉଦ୍ୟମୀମାନଙ୍କ ସଫଳତାର କାହାଣୀ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଥାଏ । ସେହିପରି samskritabharati.in ମାଧ୍ୟମରେ ଆପଣ ଘରେ ବସି ସରଳ ଢଙ୍ଗରେ ସଂସ୍କୃତ ଭାଷା ଶିଖିପାରିବେ । ଆମେ ଗୋଟିଏ କାମ କରିପାରିବା କି? ଏଭଳିୱେବସାଇଟଗୁଡ଼ିକ ବିଷୟରେ ପରସ୍ପର ମଧ୍ୟରେ ଆଦାନ-ପ୍ରଦାନ କରିବା । ସମସ୍ତେ ମିଶି ସକାରାତ୍ମକ ଭାବନାକୁ ସଂକ୍ରମିତ (Viral) କରିବା । ଏହାଦ୍ୱାରା ଅଧିକରୁ ଅଧିକ ଲୋକ ସମାଜରେ ପରିବର୍ତ୍ତନ ଆଣୁଥିବା ଆମ ନାୟକମାନଙ୍କ ସମ୍ପର୍କରେ ଜାଣିପାରିବେ ବୋଲି ମୋର ବିଶ୍ୱାସ । ନକାରାତ୍ମକତାର ପ୍ରଚାର କରିବା ଖୁବ୍ ସହଜ ହୋଇଥାଏ କିନ୍ତୁ ଆମ ସମାଜରେ ଆମ ଆଖପାଖରେ ଅନେକ ଭଲକାମ ହେଉଛି ଆଉ ଏସବୁ 130  କୋଟି ଭାରତବାସୀଙ୍କ ସାମୁହିକ ପ୍ରଚେଷ୍ଟା ଦ୍ୱାରା ହେଉଛି ।

ପ୍ରତ୍ୟେକ ସମାଜରେ କ୍ରୀଡ଼ାର ନିଜସ୍ୱ ଗୁରୁତ୍ୱ ରହିଛି । ଯେତେବେଳେ ଖେଳଟି ଖେଳାଯାଉଥାଏ ସେତେବେଳେ ଦର୍ଶକମାନଙ୍କ ମନ ମଧ୍ୟ ଶକ୍ତିରେ ଭରିଯାଏ । ଖେଳାଳିମାନଙ୍କ ନାଁ, ପରିଚୟ, ସମ୍ମାନ,ଏମିତି ଅନେକ କିଛି ଆମେ ଅନୁଭବ କରିଥାଉଁ । କିନ୍ତୁ ଏହା ପଛରେ ଏଭଳି ଅନେକ କଥା ରହିଥାଏ,ଯାହା କ୍ରୀଡ଼ାଜଗତଠାରୁ ବହୁ ଉର୍ଦ୍ଧ୍ଵରେ । ମୁଁ କାଶ୍ମୀରର ଗୋଟିଏ ଝିଅ ହାନାୟା ନିସାର ସମ୍ପର୍କରେ କହିବାକୁ ଚାହୁଁଛି । ଯିଏ କୋରିଆର କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ହାସଲ କରିଛି । ହାନାୟାର ବୟସ ମାତ୍ର 12 ବର୍ଷ । ସେ କାଶ୍ମୀରର ଅନନ୍ତନାଗରେ ରହୁଛି । ହାନାୟା ପରିଶ୍ରମ ଓ ନିଷ୍ଠାର ସହ କରାଟି ଅଭ୍ୟାସ କଲା, ସୂକ୍ଷ୍ମତା ସହ ଏହାକୁ ଅନୁଧ୍ୟାନ କଲା ଏବଂ ନିଜକୁ ପ୍ରମାଣିତ କରି ଦେଖାଇଲା । ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ହାନାୟାକୁ ଅନେକ ଶୁଭେଚ୍ଛା ଏବଂ ଆଶୀର୍ବାଦ । ସେହିପରି 16 ବର୍ଷର ଝିଅ ରଜନୀ ସମ୍ପର୍କରେ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେଲା । ଆପଣମାନେ ମଧ୍ୟ ନିଶ୍ଚୟ ପଢ଼ିଥିବେ । ରଜନୀ ଜୁନିୟର ମୁଷ୍ଟିଯୁଦ୍ଧ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ରଜନୀ ପଦକ ଜିତିବା ମାତ୍ରେ ନିକଟସ୍ଥ ଗୋଟିଏ କ୍ଷୀର ଷ୍ଟଲକୁ ଯାଇ ଗିଲାସେ କ୍ଷୀର ପିଇଥିଲା । ତା’ପରେ ରଜନୀ ନିଜ ପଦକକୁ ଗୋଟିଏ କନାରେ ଗୁଡ଼ାଇ ନିଜ ବ୍ୟାଗରେ ରଖିଦେଇଥିଲା । ଆପଣମାନେ ଭାବୁଥିବେ ଯେ, ରଜନୀ ଗିଲାସେ କ୍ଷୀର କାହିଁକି ପିଇଲା? ଏହା ସେ ନିଜ ପିତା ଜସମେର୍ ସିଂହଙ୍କ ସମ୍ମାନରେ କଲା, ଯିଏ ପାନିପତର ଗୋଟିଏ ଷ୍ଟଲରେ ଲସୀ ବିକ୍ରି କରନ୍ତି । ରଜନୀ କହିଲା ଯେ, ତା’ର ବାପା ତାକୁ ସେ ଯାଏ ପହଂଚାଇବା ପାଇଁ ବହୁତ ତ୍ୟାଗ କରିଛନ୍ତି । ଅନେକ କଷ୍ଟ ସହିଛନ୍ତି । ଜସମେର୍ ସିଂ ସବୁଦିନ ସକାଳେ ରଜନୀ ଓ ତା’ର ଭାଇଭଉଣୀମାନଙ୍କ ଉଠିବା ଆଗରୁ ହିଁ କାମକୁ ଚାଲିଯାଆନ୍ତି । ନିଜର ବକ୍ସିଂ ଶିଖିବାର ଇଚ୍ଛା ଯେତେବେଳେ ସେ ନିଜ ପିତାଙ୍କ ଆଗରେ ପ୍ରକାଶ କଲା ସେତେବେଳେ ତା’ର ପିତା ଏହାପାଇଁ ଯଥାସମ୍ଭବ ଉପାୟ କରି ତା’ର ଉତ୍ସାହ ବର୍ଦ୍ଧନ କରିଥିଲେ । ରଜନୀକୁ ମୁଷ୍ଟିଯୁଦ୍ଧର ଅଭ୍ୟାସ ପୁରୁଣା ଗ୍ଲୋଭ୍ସ ସହ ଆରମ୍ଭ କରିବାକୁ ପଡ଼ିଥିଲା କାରଣ ସେ ସମୟରେ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନ ଥିଲା । ଏତେସବୁ ବାଧାବିଘ୍ନ ସତ୍ତ୍ୱେ ରଜନୀ ଧୈର୍ଯ୍ୟ ନ ହରାଇ ମୁଷ୍ଟିଯୁଦ୍ଧ ଶିଖିଚାଲିଲା । ସେ ସର୍ବିୟାରେ ମଧ୍ୟ ଗୋଟିଏ ପଦକ ଜିତିଛି । ମୁଁ ରଜନୀକୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ କରୁଛି ଏବଂ ରଜନୀକୁ ସହଯୋଗ କରିବା ଓ ପ୍ରୋତ୍ସାହିତ କରିଥିବା ଯୋଗୁଁ ତା’ର ପିତାମାତା ଜସମେର ସିଂ ଏବଂ ଉଷାରାଣୀଙ୍କୁ ଅଭିନନ୍ଦନ ଜଣାଉଛି । ଏହି ମାସରେ ହିଁ ପୁଣେର ଜଣେ 20  ବର୍ଷ ବୟସ୍କ ଝିଅ ବେଦାଙ୍ଗୀ କୁଲକର୍ଣ୍ଣୀ ସାଇକେଲରେ ବିଶ୍ୱପରିକ୍ରମା କରିଥିବା ଏସିଆର ସବୁଠାରୁ ଦ୍ରୁତ ସାଇକେଲଚାଳକ ହୋଇପାରିଛି । ସେ 159 ଦିନ ଧରି ପ୍ରତିଦିନ ପ୍ରାୟ 300  କିଲୋମିଟର ସାଇକେଲ ଚଳାଉଥିଲା । ଆପଣ କଳ୍ପନା କରିପାରୁଥିବେ ଦିନକୁ 300  କିଲୋମିଟର ସାଇକେଲ ଚାଳନା ପ୍ରତି ତାଙ୍କର ଆବେଗ ପ୍ରକୃତରେ ପ୍ରଶଂସନୀୟ । ଏଭଳି ଉପଲବ୍ଧି ବିଷୟରେ ଶୁଣିଲେ ଆମକୁ ପ୍ରେରଣା ମିଳୁନି କି? ବିଶେଷ କରି ମୋର ଯୁବବନ୍ଧୁଗଣ, ଏଭଳି ଘଟଣା ସମ୍ପର୍କରେ ଶୁଣିଲେ ଆମକୁ ବାଧାବିଘ୍ନ ସତ୍ୱେ କିଛି କରିବାର ପ୍ରେରଣା ମିଳିଥାଏ । ଯଦି ସଂକଳ୍ପରେ ସାମର୍ଥ୍ୟ ରହିଛି, ଦୃଢ଼ ମନୋବଳ ରହିଛି ତେବେ ବିଘ୍ନ ସ୍ୱୟଂ ଅଟକିଯିବ । ଅସୁବିଧା କେବେହେଲେ ପ୍ରତିବନ୍ଧକ ସାଜେନି । ଏଭଳି ଉଦାହରଣ ଶୁଣିଲେ ଆମକୁ ମଧ୍ୟ ନିଜ ଜୀବନର ପ୍ରତି ମୁହୂର୍ତ୍ତରେ ଗୋଟିଏ ନୂତନ ପ୍ରେରଣା ମିଳେ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀରେ ଉତ୍ସାହ ଏବଂ ଉଦ୍ଦୀପନାଭରା ଅନେକ ପର୍ବପର୍ବାଣୀ ଆସୁଛି  ଯଥା – ଲୋହଡ଼ି, ପୋଙ୍ଗଲ, ମକର ସଂକ୍ରାନ୍ତି, ଉତ୍ତରାୟଣ, ମାଘ ବିହୁ, ମାଘୀ ଇତ୍ୟାଦି । ଏହି ପର୍ବମାନଙ୍କରେ ସାରା ଭାରତରେ କେଉଁଠି ପାରମ୍ପରିକ ନୃତ୍ୟର ରଙ୍ଗରେ ରଙ୍ଗୀନ ହେବ ତ କେଉଁଠି ଫସଲ ଆମଦାନୀର ଖୁସିରେ ଲୋହଡ଼ୀ ପ୍ରଜ୍ଜ୍ୱଳିତ କରାଯିବ । କେଉଁଠି ଆକାଶରେ ଗୁଡ଼ି ଉଡୁଥିବାର ଦେଖିବାକୁ ମିଳିବ ତ କେଉଁଠି କେଉଁଠି ମେଳାର ଆଲୋକମାଳା ବିଚ୍ଛୁରିତ ହେବ । କେଉଁଠି ଖେଳରେ ଜନସମାଗମ ହେବ ତ କେଉଁଠି ପରସ୍ପର ମଧ୍ୟରେ ତିଳ-ଗୁଡ଼ ଖୁଆଖୋଇ ହୋଇ ପରସ୍ପର କୁହାକୁହି ହେବେ – “ତିଲ୍ ଗୁଡ୍ ଘ୍ୟା – ଆଣି ଗୋଡ଼ – ଗୋଡ଼ ବୋଲା” – ଏହି ଉତ୍ସବଗୁଡ଼ିକର ନାମ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତା’ପଛରେ ନିହିତ ଭାବନା କିନ୍ତୁ ଗୋଟିଏ । ଏହି ଉତ୍ସବଗୁଡ଼ିକ କେଉଁଠି ନାଁ କେଉଁଠି ଚାଷବାସ ସହିତ ସମ୍ପୃକ୍ତ, କୃଷକ ସହିତ ଜଡ଼ିତ, ଗାଁ ଏବଂ କୃଷିକ୍ଷେତ୍ର ସହିତ ଜଡ଼ିତ । ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରନ୍ତି । ଏହିଦିନ ପରେ ଦିନ ଧୀରେ ଧୀରେ ବଡ଼ ହେବାକୁ ଆରମ୍ଭ କରେ ଏବଂ ଶୀତଦିନିଆ ଫସଲ ଅମଳ ଆରମ୍ଭ ହୋଇଯାଏ । ଆମର ଅନ୍ନଦାତା କୃଷକ ଭାଇଭଉଣୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି । ଆମ ପର୍ବପର୍ବାଣୀଗୁଡ଼ିକରେ ମଧ୍ୟ ବିବିଧତାରେ ଏକତା ତଥା ଏକ୍ ଭାରତ ଶ୍ରେଷ୍ଠ ଭାରତର ଭାବ ନିହିତ ହୋଇ ରହିଛି । ଆମର ପର୍ବପର୍ବାଣୀଗୁଡ଼ିକ ପ୍ରକୃତି ସହିତ କେତେ ମାତ୍ରାରେ ଯୋଡ଼ି ହୋଇ ରହିଛନ୍ତି ତାହା ଆମେ ଜାଣିପାରିବା । ଭାରତୀୟ ସଂସ୍କୃତିରେ ସମାଜ ଏବଂ ପ୍ରକୃତିକୁ ଅଲଗା କରି ଦେଖାଯାଇ ନଥାଏ । ଏଠାରେ ବ୍ୟକ୍ତି ଏବଂ ସମଷ୍ଟି ପରସ୍ପର ଅଭିନ୍ନ । ଉତ୍ସବଗୁଡ଼ିକ ଆଧାରିତ କ୍ୟାଲେଣ୍ଡର ହେଉଛି ପ୍ରକୃତି ସହିତ ଆମର ନିକଟ ସମ୍ବନ୍ଧର ଏକ ଭଲ ଉଦାହରଣ । ଏଥିରେ ସାରାବର୍ଷର ପର୍ବପର୍ବାଣୀ ସହିତ ଗ୍ରହନକ୍ଷତ୍ରଙ୍କ ସମ୍ବନ୍ଧିତ ତଥ୍ୟ ମଧ୍ୟ ସନ୍ନିବେଶିତ ହୋଇଥାଏ । ପ୍ରାକୃତିକ ଏବଂ ଜ୍ୟୋତିର୍ବିଜ୍ଞାନ ସହିତ ଆମର ସମ୍ପର୍କ କେତେ ପ୍ରାଚୀନ ତାହା ଏହି ପାରମ୍ପରିକ କ୍ୟାଲେଣ୍ଡରରୁ ଆମେ ଜାଣିପାରିବା । ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ଗତି ଉପରେ ଆଧରିତ ଚନ୍ଦ୍ର ଏବଂ ସୌର କ୍ୟାଲେଣ୍ଡର ଅନୁସାରେ ଆମର ପର୍ବ ଓ ଉତ୍ସବମାନଙ୍କର ଦିନ ନିର୍ଦ୍ଧାରିତ ହୋଇଥାଏ । ଯିଏ ଯେଉଁ କ୍ୟାଲେଣ୍ଡରକୁ ମାନୁଛି ସେଇ ଅନୁସାରେ ପର୍ବର ତିଥି ନିର୍ଭର କରେ । କେତେକ କ୍ଷେତ୍ରରେ ଗ୍ରହ ନକ୍ଷତ୍ରର ସ୍ଥିତି ଅନୁସାରେ ମଧ୍ୟ ପର୍ବପର୍ବାଣୀ ପାଳନ କରାଯାଏ । ଗୁଡ଼ି ପଡ଼ୱା, ଚେଟିଚାନ୍ଦ୍, ଉଗାଦି ଆଦି ପର୍ବଗୁଡ଼ିକ ଚନ୍ଦ୍ର କ୍ୟାଲେଣ୍ଡର ଅନୁସାରେ ପାଳନ କରାଯାଏ । ସେହିଭଳି ତମିଲ୍ ପୁଥାଣ୍ଡୁ, ବିଶୁ, ବୈଶାଖ୍,ବୈଶାଖୀ, ପୋଇଲା ବୈଶାଖ, ବିହୁ ଆଦି ସୌର କ୍ୟାଲେଣ୍ଡର ଅନୁସାରେ ପାଳିତ ହୋଇଥାଏ । ଆମର ଅନେକ ପର୍ବ ମଧ୍ୟରେ ନଦୀ ଓ ପାଣିକୁ ସଂରକ୍ଷିତ କରିବାର ବାର୍ତା ସମାହିତ ହୋଇଥାଏ । ଛଟ୍ ପୂଜା ଉତ୍ସବଟି ନଦୀ ଓ ପୁଷ୍କରିଣୀର ସୂର୍ଯ୍ୟପୂଜା ସହ ଜଡ଼ିତ । ମକର ସଂକ୍ରାନ୍ତିରେ ମଧ୍ୟ ଲକ୍ଷ ଲକ୍ଷ,କୋଟି କୋଟି ଲୋକ ପବିତ୍ର ନଦୀଗୁଡ଼ିକରେ ବୁଡ଼ ପକାଇଥାନ୍ତି । ଆମର ପର୍ବପର୍ବାଣୀଗୁଡ଼ିକ ଆମମାନଙ୍କୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥାଏ । ଏକପକ୍ଷରେ ଏଗୁଡ଼ିକର ପୌରାଣିକ ମହତ୍ୱ ଥିଲାବେଳେ ଅନ୍ୟପକ୍ଷରେ ଏଥିରୁ ଭ୍ରାତୃଭାବ ଏବଂ ପରସ୍ପର ମିଳିମିଶି ରହିବାର ଜୀବନଶିକ୍ଷା ମଧ୍ୟ ଲାଭ ହୋଇଥାଏ । ମୁଁ ଆପଣମାନଙ୍କୁ 2019 ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ କାମନା କରୁଛି କି ଆଗାମୀ ପର୍ବପର୍ବାଣୀଗୁଡ଼ିକରୁ ଆପଣମାନେ ଭରପୁର ଆନନ୍ଦପ୍ରାପ୍ତ କରନ୍ତୁ । ଏହି ଉତ୍ସବରେ ଉଠେଇଥିବା ଫଟୋଗୁଡ଼ିକୁ ଆପଣମାନେ ସମସ୍ତଙ୍କ ସହ ସେୟାର କରନ୍ତୁ । ଫଳରେ ଭାରତର ବିବିଧତା ଏବଂ ଭାରତୀୟ ସଂସ୍କୃତିର ସୁନ୍ଦରତାକୁ ସମସ୍ତେ ଦେଖିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆମ ସଂସ୍କୃତିରେ ଏଭଳି ଜିନିଷ ଭରପୁର ହୋଇ ରହିଛି ଯେଉଁଥିପାଇଁ ଆମେ ଗର୍ବ କରିପାରିବା ଏବଂ ସ୍ୱାଭିମାନର ସହିତ ଅନ୍ୟମାନଙ୍କୁ ମଧ୍ୟ ଦେଖାଇପାରିବା । ଆଉ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା କୁମ୍ଭମେଳା । ଆପଣମାନେ କୁମ୍ଭ ବିଷୟରେ ବହୁତ କିଛି ଶୁଣିଥିବେ । ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ତା’ର ଭବ୍ୟତା ଏବଂ ବିଶାଳତାକୁ ଆପଣମାନେ ଦେଖିଥିବେ ଏବଂ ତାହା ମଧ୍ୟ ସତ୍ୟ । କୁମ୍ଭମେଳାର ସ୍ୱରୂପ ଅତି ବିରାଟ ହୋଇଥାଏ – ଯେତିକି ଦିବ୍ୟ ସେତିକି ଭବ୍ୟ ମଧ୍ୟ । ଦେଶ ତଥା ସାରା ଦୁନିଆର ଲୋକ ଆସନ୍ତି ଏବଂ କୁମ୍ଭମେଳାରେ ସମ୍ମିଳିତ ହୋଇଯାନ୍ତି । କୁମ୍ଭମେଳାରେ ଆସ୍ଥା ଏବଂ ଶ୍ରଦ୍ଧାର ଜନସମୁଦ୍ର ମାଡ଼ିଆସେ । ଏକାସାଥିରେ ଗୋଟିଏ ସ୍ଥାନରେ ଦେଶବିଦେଶର ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଏକତ୍ରିତ ହୁଅନ୍ତି । କୁମ୍ଭର ସଂସ୍କୃତି ଆମର ମହାନ ସାଂସ୍କୃତିକ ପରମ୍ପରାରୁ ପଲ୍ଲବିତ ଏବଂ ପୁଷ୍ପିତ ହୋଇଛି । ଏ ବର୍ଷ ଜାନୁୟାରୀ 15 ତାରିଖରୁ ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଆୟୋଜିତ ହେବାକୁ ଯାଉଛି । ହୁଏତ ଆପଣ ବି ଖୁବ୍ ଉତ୍ସୁକତାର ସହିତ ଏହି ମେଳାକୁ ଅପେକ୍ଷା କରିଥିବେ । କୁମ୍ଭମେଳା ପାଇଁ ଏବେଠାରୁ ସନ୍ଥ ମହାତ୍ମାମାନଙ୍କର ଆଗମନ ଆରମ୍ଭ ହୋଇଗଲାଣି । ବିଶ୍ୱରେ ଏହାର ମହତ୍ୱକୁ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଗତବର୍ଷ ୟୁନେସ୍କୋ ଦ୍ୱାରା କୁମ୍ଭମେଳାକୁ “ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ” (Intangible Cultural Heritage of Humanity) ସୂଚୀରେ ଚିହ୍ନିତ କରାଯାଇଛି । କିଛିଦିନ ତଳେ ଅନେକ ଦେଶର ରାଷ୍ଟ୍ରଦୂତମାନେ କୁମ୍ଭର ପ୍ରସ୍ତୁତିର ଅନୁଧ୍ୟାନ କଲେ । ସେଠାରେ ଏକସାଥେ ଅନେକ ଦେଶର ଜାତୀୟ ପତାକା ଉତୋଳନ କରାଗଲା । ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଥିବା ଏହି କୁମ୍ଭ ମେଳାକୁ ଶହେପଚାଶରୁ ଅଧିକ ଦେଶରୁ ଲୋକମାନେ ଆସିବାର ସମ୍ଭାବନା ରହିଛି । କୁମ୍ଭର ଦିବ୍ୟତାଠାରୁ ଭାରତର ଭବ୍ୟତା ସାରା ବିଶ୍ୱରେ ନିଜର ରଙ୍ଗୀନ ଆଭା ପ୍ରଦର୍ଶନ କରିବ । କୁମ୍ଭମେଳା ଆତ୍ମ ଅନ୍ୱେଷଣର ଏକ ବଡ଼ ମାଧ୍ୟମ ଯେଉଁଠି ପ୍ରତ୍ୟେକ ଆଗନ୍ତୁକକୁ ଭିନ୍ନ ଭିନ୍ନ ଅନୁଭୂତି ମିଳେ । ସାଂସାରିକ ବସ୍ତୁଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବୁଝିବାର ଅବସର ମିଳେ । ବିଶେଷକରି ଯୁବବର୍ଗ ପାଇଁ ଏହା ଏକ ବହୁତ ବଡ଼ ଶିକ୍ଷଣୀୟ ଅନୁଭୂତି ହୋଇପାରେ । ମୁଁ ନିଜେ କିଛିଦିନ ପୂର୍ବେ ପ୍ରୟାଗରାଜ ଯାଇଥିଲି । ମୁଁ ଦେଖିଲି ଯେ କୁମ୍ଭମେଳା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରୟାଗରାଜର ଲୋକମାନେ କୁମ୍ଭ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ମୁଁ ସେଠାରେ ସମନ୍ୱିତ କମାଣ୍ଡ ଓ କଂଟ୍ରୋଲ ସେଂଟରକୁ ଲୋକାର୍ପଣ କଲି । ଶ୍ରଦ୍ଧାଳୁମାନଙ୍କୁ ଏଥିରୁ ଖୁବ୍ ସାହାଯ୍ୟ ମିଳିବ । ଏ ବର୍ଷ କୁମ୍ଭରେ ସ୍ୱଚ୍ଛତା ଉପରେ ବି ବିଶେଷ ଜୋର ଦିଆଯାଇଛି । ଆୟୋଜନରେ ଶ୍ରଦ୍ଧା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ମଧ୍ୟ ରହିବ । ଯାହା ଦୁନିଆର ଦୂରଦୂରାନ୍ତକୁ ଏକ ସୁସନ୍ଦେଶ ଦେବ ।

ଏଥର ଶ୍ରଦ୍ଧାଳୁମାନେ ସଙ୍ଗମରେ ସ୍ନାନ କରିବା ପରେ ଅକ୍ଷୟବଟ ମଧ୍ୟ ଦର୍ଶନ କରି ପୂଣ୍ୟ ଅର୍ଜନ କରିପାରିବେ । ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ଅକ୍ଷୟବଟ ଶହ ଶହ ବର୍ଷ ଧରି ଦୁର୍ଗ ଭିତରେ ବନ୍ଦ ହୋଇ ରହିଥିଲା । ଫଳରେ ଶ୍ରଦ୍ଧାଳୁମାନେ ଇଚ୍ଛାଥାଇ ମଧ୍ୟ ଏହାର ଦର୍ଶନ କରିପାରୁ ନ ଥିଲେ । ଏବେ ଅକ୍ଷୟବଟର ଦ୍ୱାର ସମସ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଯଦି ଆପଣ କୁମ୍ଭମେଳାକୁ ଯାଆନ୍ତି ତେବେ କୁମ୍ଭମେଳାର ଭିନ୍ନ ଭିନ୍ନ ବିଷୟ ଓ ଦୃଶ୍ୟସବୁକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ଆଦାନ-ପ୍ରଦାନ କରନ୍ତୁ । ଫଳରେ ଅଧିକରୁ ଅଧିକ ଲୋକଙ୍କୁ କୁମ୍ଭମେଳା ଯିବାର ପ୍ରେରଣା ମିଳିବ ।

ଆଧ୍ୟାତ୍ମର ଏ କୁମ୍ଭ ଭାରତୀୟ ଦର୍ଶନର ମହାକୁମ୍ଭ ହେଉ ।

ଆସ୍ଥାର ଏ କୁମ୍ଭ ରାଷ୍ଟ୍ରୀୟତାର ମହାକୁମ୍ଭ ହେଉ ।

ଜାତୀୟ ଏକତାର ମହାକୁମ୍ଭ ବି ହେଉ ।

ଶ୍ରଦ୍ଧାଳୁମାନଙ୍କର ଏ କୁମ୍ଭ ବିଶ୍ୱପର୍ଯ୍ୟଟନର ମହାକୁମ୍ଭ ହେଉ ।

କଳାତ୍ମକତାର ଏ କୁମ୍ଭ ସୃଜନଶକ୍ତିର ମଧ୍ୟ ମହାକୁମ୍ଭ ହେଉ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସକୁ ନେଇ ଆମେ ଦେଶବାସୀମାନଙ୍କ ମନରେ ବହୁତ ଉତ୍ସୁକତା ରହିଥାଏ । ସେଦିନ ଆମେ ଆମର ସେହି ମହାନ ବିଭୂତିମାନଙ୍କୁ ସ୍ମରଣ କରିଥାଉ ଯେଉଁମାନେ ଆମକୁ ଆମର ସମ୍ବିଧାନ ଦେଇଛନ୍ତି ।

ଏ ବର୍ଷ ଆମେ ଆମର ପୂଜ୍ୟ ବାପୁଜୀଙ୍କର ଶହେ ପଚାଶତମ ଜୟନ୍ତୀ ବର୍ଷ ପାଳନ କରୁଛୁ । ଆମପାଇଁ ସୌଭାଗ୍ୟର କଥା ଯେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ୍ ରାମାଫୋସ୍ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବରେ ଯୋଗଦାନ କରୁଛନ୍ତି । ପୂଜ୍ୟବାପୁ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କ ଥିଲା । ସେ ଦକ୍ଷିଣ ଆଫ୍ରିକା ହିଁ ଥିଲା ଯେଉଁଠି ମୋହନ ମହାତ୍ମାରେ ପରିଣତ ହେଲେ । ଦକ୍ଷିଣ ଆଫ୍ରିକାରେ ହିଁ ମହାତ୍ମା ଗାନ୍ଧୀ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଏବଂ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଦୃଢ଼ଭାବରେ ସ୍ୱର ଉତୋଳନ କରିଥିଲେ । ସେ ଫିନିକ୍ସ ଏବଂ ଟଲଷ୍ଟୟ ଫାର୍ମର ସ୍ଥାପନା କରିଥିଲେ ଯେଉଁଠାରୁ ସାରାବିଶ୍ୱରେ ଶାନ୍ତି ପାଇଁ ଏବଂ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ ହୋଇଥିଲା ।

2018 ବର୍ଷଟିକୁ ନେଲସନ୍ ମଣ୍ଡେଲାଙ୍କ ଜନ୍ମଶତାବ୍ଦୀ ବର୍ଷଭାବରେ ମଧ୍ୟ ପାଳନ କରାଯାଉଛି । ସେ‘ମାଦିବା’ ନାମରେ ମଧ୍ୟ ପରିଚିତ । ଆମେ ସମସ୍ତେ ଜାଣୁ ଯେ ନେଲସନ୍ ମଣ୍ଡେଲା ସମଗ୍ର ବିଶ୍ୱରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ସଂଗ୍ରାମର ଏକ ଉଦାହରଣ ଥିଲେ । ମଣ୍ଡେଲାଙ୍କ ପାଇଁ ପ୍ରେରଣା ସ୍ରୋତ କିଏ ଥିଲେ ତାହା ମଧ୍ୟ ଆମେ ଜାଣୁ । ତାଙ୍କୁ ଏତେବର୍ଷ ଜେଲରେ କାଟିବାର ସହନଶକ୍ତି ଏବଂ ପ୍ରେରଣା ପୂଜ୍ୟ ବାପୁଙ୍କଠାରୁ ହିଁ ମିଳିଥିଲା । ମଣ୍ଡେଲା ଥରେ ବାପୁଜୀଙ୍କ ବିଷୟରେ କହିଥିଲେ – “ମହାତ୍ମା ଆମ ଇତିହାସର ଅଭିନ୍ନ ଅଙ୍ଗ, କାରଣ ଏହିଠାରେ ସେ ସତ୍ୟକୁ ନେଇ ନିଜର ପ୍ରଥମ ପ୍ରୟୋଗ କରିଥିଲେ;ଏହିଠାରେ ସେ ନ୍ୟାୟପ୍ରତି ନିଜର ଦୃଢ଼ତାର ବିଲକ୍ଷଣ ପ୍ରଦର୍ଶନ କରିଥିଲେ; ଏହିଠାରେ ସେ ନିଜର ସତ୍ୟାଗ୍ରହର ଦର୍ଶନ ଏବଂ ସଂଘର୍ଷର କୌଶଳକୁ ବିକଶିତ କରିଥିଲେ ।” ସେ ବାପୁଙ୍କୁ ତାଙ୍କ ଆଦର୍ଶ ମାନୁଥିଲେ । ବାପୁ ଏବଂ ମଣ୍ଡେଲା ଉଭୟ ସମଗ୍ର ବିଶ୍ୱ ପାଇଁ ଖାଲି ପ୍ରେରଣାର ସ୍ରୋତ ଥିଲେ ତା’ନୁହେଁ,ବରଂ ତାଙ୍କ ଆଦର୍ଶ ଆମକୁ ସର୍ବଦା ପ୍ରେମ ଓ କରୁଣା ଭରା ସମାଜ ଗଠନ ଦିଗରେ ପ୍ରୋତ୍ସାହିତ କରିଆସିଛି ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ଗୁଜରାଟର ନର୍ମଦା ନଦୀକୂଳରେ କେବଡ଼ିଆଠାରେ ପୁଲିସ ମହାନିର୍ଦେଶକମାନଙ୍କର ସମ୍ମେଳନ ହେଲା, ଯେଉଁଠାରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅଛି,ସେଠି ଶୀର୍ଷସ୍ଥ ପୁଲିସ ଅଧିକାରୀମାନଙ୍କ ସହିତ ସାର୍ଥକ ଆଲୋଚନା ହୋଇଥିଲା । ଦେଶ ତଥା ଦେଶବାସୀମାନଙ୍କର ସୁରକ୍ଷାକୁ ଆହୁରି ମଜବୁତ୍ କରିବା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ ସେ ବିଷୟରେ ସବିସ୍ତାର ଆଲୋଚନା ହେଲା । ସେହି ସମ୍ମେଳନରେ ମୁଁ ଜାତୀୟ ଏକତା ପାଇଁ ସର୍ଦ୍ଦାର ପଟେଲ ପୁରସ୍କାର ଆରମ୍ଭ କରିବାର ଘୋଷଣା କଲି । ଯିଏ କୌଣସି ଭାବରେ ଜାତୀୟ ଏକତା ପାଇଁ ଉଲ୍ଲେଖନୀୟ କାମ କରିଥିବ ଏ ପୁରସ୍କାର ତାଙ୍କୁ ଦିଆଯିବ । ସର୍ଦ୍ଦାର ପଟେଲ ତାଙ୍କର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ସର୍ବଦା ଲାଗିରହିଥିଲେ । ସର୍ଦ୍ଦାର ସାହେବଙ୍କ ମତରେ ଭାରତର ଶକ୍ତି ତାର ବିବିଧତା ମଧ୍ୟରେ ହିଁ ନିହିତ ଅଛି । ସର୍ଦ୍ଦାର ପଟେଲଙ୍କର ସେହି ଭାବନାକୁ ସମ୍ମାନ ଜଣାଇ ଏହି ପୁରସ୍କାର ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛୁ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 13 ତାରିଖ ଗୁରୁ ଗୋବିନ୍ଦ ସିଂହଙ୍କ ପବିତ୍ର ଜୟନ୍ତୀର ପର୍ବ । ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ପାଟନାରେ ହେଇଥିଲା । ଜୀବନର ଅଧିକାଂଶ ସମୟ ଧରି ଉତ୍ତର ଭାରତ ତାଙ୍କର କର୍ମଭୂମି ଥିଲା । ମହାରାଷ୍ଟ୍ରର ନାନ୍ଡ଼େଡ଼ଠାରେ ସେ ପ୍ରାଣତ୍ୟାଗ କରିଥିଲେ । ଜନ୍ମଭୂମି ପାଟନା, କର୍ମଭୂମି ଉତ୍ତର ଭାରତ ଏବଂ ଜୀବନର ଶେଷ ମୁହୂର୍ତ୍ତ ନାନ୍ଡ଼େଡ଼ରେ । କହିବାକୁ ଗଲେ, ସାରା ଭାରତବର୍ଷ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିଥିଲା । ତାଙ୍କର ଜୀବନ କାଳକୁ ଦେଖିଲେ ସେଥିରେ ସମ୍ପୂର୍ଣ୍ଣ ଭାରତର ଝଲକ ଦେଖିବାକୁ ମିଳେ । ନିଜ ପିତା ଶ୍ରୀ ଗୁରୁ ତେଗ୍ ବାହାଦୂରଜୀ ଶହୀଦ ହେବାପରେ ଗୁରୁ ଗୋବିନ୍ଦ ସିଂହଜୀ ମାତ୍ର 9 ବର୍ଷ ବୟସରେ ଗୁରୁ ପଦପ୍ରାପ୍ତ କରିଥିଲେ । ଗୁରୁ ଗୋବିନ୍ଦ ସିଂଙ୍କୁ ନ୍ୟାୟ ସପକ୍ଷରେ ସଂଗ୍ରାମ କରିବାର ସାହସ ଶିଖ ଗୁରୁମାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ତାଙ୍କ ବ୍ୟକ୍ତିତ୍ୱ ଶାନ୍ତ ଏବଂ ସରଳ ଥିଲା । କିନ୍ତୁ ଯେତେବେଳେ ବି ଗରିବ ଓ ଦୁର୍ବଳମାନଙ୍କ ସ୍ୱରକୁ ଚାପିଦେବାର ଚେଷ୍ଟା କରାଗଲା, ସେମାନଙ୍କ ପ୍ରତି ଅନ୍ୟାୟ କରାଗଲା,ସେତେବେଳେ ଗୁରୁ ଗୋବିନ୍ଦ ସିଂ ଗରିବ ଓ ଦୁର୍ବଳମାନଙ୍କ ପାଇଁ ଦୃଢ଼ଭାବେ ସ୍ୱର ଉତୋଳନ କରିଥିଲେ । ସେଥିପାଇଁ ତ କୁହାଯାଏ –

ସୱା ଲାଖ୍ ସେ ଏକ୍ ଲଡ଼ାଉଁ

ଚିଡ଼ିୟୋଁ ସୋଁ ମେଁ ବାଜ୍ ତୁଡ଼ାଉଁ,

ତବେ ଗୋବିନ୍ଦ ସିଂ ନାମ କହାଉଁ ।

ସେ କହୁଥିଲେ ଯେ, ଦୁର୍ବଳ ଶ୍ରେଣୀର ଲୋକଙ୍କ ସାଙ୍ଗରେ ଲଢ଼ି ଶକ୍ତି ପ୍ରଦର୍ଶନ କରାଯାଏନି । ମାନବୀୟ ଦୁଃଖକୁ ଦୂର କରିବା ହିଁ ସବୁଠାରୁ ବଡ଼ ସେବା ବୋଲି ଗୁରୁ ଗୋବିନ୍ଦ ସିଂ ବିଶ୍ୱାସ କରୁଥିଲେ । ସେ ବୀରତ୍ୱ, ଶୌର୍ଯ୍ୟ, ତ୍ୟାଗ ଏବଂ ଧର୍ମପରାୟଣତାରେ ପରିପୂର୍ଣ୍ଣ ଦିବ୍ୟପୁରୁଷ ଥିଲେ ଯାହାଙ୍କର ଶସ୍ତ୍ର ଏବଂ ଶାସ୍ତ୍ର ଉଭୟ ସମ୍ପର୍କରେ ଅଲୌକିକ ଜ୍ଞାନ ଥିଲା । ସେ ଜଣେ ତୀରଚାଳକ ତ ଥିଲେ, ତା’ସଙ୍ଗେ ସଙ୍ଗେ ଗୁରୁମୁଖି, ବ୍ରଜଭାଷା, ସଂସ୍କୃତ, ପାର୍ସି, ହିନ୍ଦୀ ଏବଂ ଉର୍ଦ୍ଦୁ ସହ ଅନେକ ଭାଷା ଜାଣିଥିଲେ । ମୁଁ ପୁଣିଥରେ ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଣାମ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଦେଶରେ ଏମିତି ଅନେକ ଭଲ କାମ ହେଉଛି, ଯାହା ସମ୍ପର୍କରେ ବିଶେଷ ଆଲୋଚନା ହୋଇନଥାଏ । ଏଭଳି ଗୋଟିଏ ନିଆରା ପ୍ରଚେଷ୍ଟା FSSAI ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ ଦ୍ୱାରା ହେଉଛି । ମହାତ୍ମାଗାନ୍ଧୀଙ୍କର 150 ତମ ଜୟନ୍ତୀ ବର୍ଷ ଉପଲକ୍ଷେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଶୃଙ୍ଖଳାରେ FSSAIସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ଲାଗିଛି । “Eat Right India”ଅଭିଯାନ ଅନ୍ତର୍ଗତ ସାରା ଦେଶରେ ସୁସ୍ଥ ଭାରତ ଯାତ୍ରାମାନ ଆୟୋଜିତ କରାଯାଉଛି । ଏହି ଅଭିଯାନ ଜାନୁୟାରୀ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳେବେଳେ ସରକାରୀ ସଂସ୍ଥାମାନଙ୍କ ପରିଚୟ ଗୋଟିଏ ନିୟନ୍ତ୍ରକ ଭଳି ହୋଇଥାଏ, କିନ୍ତୁ FSSAI ପାଦେ ଆଗେଇଯାଇ ଜନସଚେତନତା ଏବଂ ଲୋକଶିକ୍ଷାର କାର୍ଯ୍ୟ କରିବା ପ୍ରଶଂସନୀୟ, ଭାରତ ସ୍ୱଚ୍ଛ ସୁସ୍ଥ ହେଲେ ସମୃଦ୍ଧ ହେବ । ଉତମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଆବଶ୍ୟକ ହେଲା ପୁଷ୍ଟିକର ଖାଦ୍ୟ । ଏହି ପ୍ରସଙ୍ଗରେ ଏହି କାର୍ଯ୍ୟକ୍ରମ ପାଇଁ ମୁଁ FSSAIକୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହି ଅଭିଯାନରେ ସାମିଲ ହେବାକୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଆପଣ ମଧ୍ୟ ଏଥିରେ ଅଂଶଗ୍ରହଣ କରନ୍ତୁ ଏବଂ ବିଶେଷକରି ପିଲାମାନଙ୍କୁ ଏହା ନିଶ୍ଚୟ ଦେଖାନ୍ତୁ । ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ପିଲାଦିନରୁ ମିଳିବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ, ଏହା 2018ର ଶେଷ କାର୍ଯ୍ୟକ୍ରମ । 2019ରେ ଆମେ ପୁଣି ଏକାଠି ହେବା । ପୁଣି ମନର କଥା ହେବା । ବ୍ୟକ୍ତିର ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ, ସମାଜର ଜୀବନ ହେଉ, ପ୍ରେରଣା ଉନ୍ନତିର ଆଧାର ହୋଇଥାଏ । ଆସନ୍ତୁ ନୂଆ ପ୍ରେରଣା, ନୂତନ ଉତ୍ସାହ, ନୂଆ ସଂକଳ୍ପ,ନୂତନ ସିଦ୍ଧି, ନୂତନ ଶିଖର ଆଗକୁ ଯିବା, ବଢ଼ିଚାଲିବା, ନିଜେ ବଦଳିବା, ଦେଶକୁ ମଧ୍ୟ ବଦଳାଇବା । ଅନେକ ଅନେକ ଧନ୍ୟବାଦ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Biz Activity Surges To 3-month High In Nov: Report

Media Coverage

India’s Biz Activity Surges To 3-month High In Nov: Report
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the Odisha Parba
November 24, 2024
Delighted to take part in the Odisha Parba in Delhi, the state plays a pivotal role in India's growth and is blessed with cultural heritage admired across the country and the world: PM
The culture of Odisha has greatly strengthened the spirit of 'Ek Bharat Shreshtha Bharat', in which the sons and daughters of the state have made huge contributions: PM
We can see many examples of the contribution of Oriya literature to the cultural prosperity of India: PM
Odisha's cultural richness, architecture and science have always been special, We have to constantly take innovative steps to take every identity of this place to the world: PM
We are working fast in every sector for the development of Odisha,it has immense possibilities of port based industrial development: PM
Odisha is India's mining and metal powerhouse making it’s position very strong in the steel, aluminium and energy sectors: PM
Our government is committed to promote ease of doing business in Odisha: PM
Today Odisha has its own vision and roadmap, now investment will be encouraged and new employment opportunities will be created: PM

जय जगन्नाथ!

जय जगन्नाथ!

केंद्रीय मंत्रिमंडल के मेरे सहयोगी श्रीमान धर्मेन्द्र प्रधान जी, अश्विनी वैष्णव जी, उड़िया समाज संस्था के अध्यक्ष श्री सिद्धार्थ प्रधान जी, उड़िया समाज के अन्य अधिकारी, ओडिशा के सभी कलाकार, अन्य महानुभाव, देवियों और सज्जनों।

ओडिशा र सबू भाईओ भउणी मानंकु मोर नमस्कार, एबंग जुहार। ओड़िया संस्कृति के महाकुंभ ‘ओड़िशा पर्व 2024’ कू आसी मँ गर्बित। आपण मानंकु भेटी मूं बहुत आनंदित।

मैं आप सबको और ओडिशा के सभी लोगों को ओडिशा पर्व की बहुत-बहुत बधाई देता हूँ। इस साल स्वभाव कवि गंगाधर मेहेर की पुण्यतिथि का शताब्दी वर्ष भी है। मैं इस अवसर पर उनका पुण्य स्मरण करता हूं, उन्हें श्रद्धांजलि देता हूँ। मैं भक्त दासिआ बाउरी जी, भक्त सालबेग जी, उड़िया भागवत की रचना करने वाले श्री जगन्नाथ दास जी को भी आदरपूर्वक नमन करता हूं।

ओडिशा निजर सांस्कृतिक विविधता द्वारा भारतकु जीबन्त रखिबारे बहुत बड़ भूमिका प्रतिपादन करिछि।

साथियों,

ओडिशा हमेशा से संतों और विद्वानों की धरती रही है। सरल महाभारत, उड़िया भागवत...हमारे धर्मग्रन्थों को जिस तरह यहाँ के विद्वानों ने लोकभाषा में घर-घर पहुंचाया, जिस तरह ऋषियों के विचारों से जन-जन को जोड़ा....उसने भारत की सांस्कृतिक समृद्धि में बहुत बड़ी भूमिका निभाई है। उड़िया भाषा में महाप्रभु जगन्नाथ जी से जुड़ा कितना बड़ा साहित्य है। मुझे भी उनकी एक गाथा हमेशा याद रहती है। महाप्रभु अपने श्री मंदिर से बाहर आए थे और उन्होंने स्वयं युद्ध का नेतृत्व किया था। तब युद्धभूमि की ओर जाते समय महाप्रभु श्री जगन्नाथ ने अपनी भक्त ‘माणिका गौउडुणी’ के हाथों से दही खाई थी। ये गाथा हमें बहुत कुछ सिखाती है। ये हमें सिखाती है कि हम नेक नीयत से काम करें, तो उस काम का नेतृत्व खुद ईश्वर करते हैं। हमेशा, हर समय, हर हालात में ये सोचने की जरूरत नहीं है कि हम अकेले हैं, हम हमेशा ‘प्लस वन’ होते हैं, प्रभु हमारे साथ होते हैं, ईश्वर हमेशा हमारे साथ होते हैं।

साथियों,

ओडिशा के संत कवि भीम भोई ने कहा था- मो जीवन पछे नर्के पडिथाउ जगत उद्धार हेउ। भाव ये कि मुझे चाहे जितने ही दुख क्यों ना उठाने पड़ें...लेकिन जगत का उद्धार हो। यही ओडिशा की संस्कृति भी है। ओडिशा सबु जुगरे समग्र राष्ट्र एबं पूरा मानब समाज र सेबा करिछी। यहाँ पुरी धाम ने ‘एक भारत श्रेष्ठ भारत’ की भावना को मजबूत बनाया। ओडिशा की वीर संतानों ने आज़ादी की लड़ाई में भी बढ़-चढ़कर देश को दिशा दिखाई थी। पाइका क्रांति के शहीदों का ऋण, हम कभी नहीं चुका सकते। ये मेरी सरकार का सौभाग्य है कि उसे पाइका क्रांति पर स्मारक डाक टिकट और सिक्का जारी करने का अवसर मिला था।

साथियों,

उत्कल केशरी हरे कृष्ण मेहताब जी के योगदान को भी इस समय पूरा देश याद कर रहा है। हम व्यापक स्तर पर उनकी 125वीं जयंती मना रहे हैं। अतीत से लेकर आज तक, ओडिशा ने देश को कितना सक्षम नेतृत्व दिया है, ये भी हमारे सामने है। आज ओडिशा की बेटी...आदिवासी समुदाय की द्रौपदी मुर्मू जी भारत की राष्ट्रपति हैं। ये हम सभी के लिए बहुत ही गर्व की बात है। उनकी प्रेरणा से आज भारत में आदिवासी कल्याण की हजारों करोड़ रुपए की योजनाएं शुरू हुई हैं, और ये योजनाएं सिर्फ ओडिशा के ही नहीं बल्कि पूरे भारत के आदिवासी समाज का हित कर रही हैं।

साथियों,

ओडिशा, माता सुभद्रा के रूप में नारीशक्ति और उसके सामर्थ्य की धरती है। ओडिशा तभी आगे बढ़ेगा, जब ओडिशा की महिलाएं आगे बढ़ेंगी। इसीलिए, कुछ ही दिन पहले मैंने ओडिशा की अपनी माताओं-बहनों के लिए सुभद्रा योजना का शुभारंभ किया था। इसका बहुत बड़ा लाभ ओडिशा की महिलाओं को मिलेगा। उत्कलर एही महान सुपुत्र मानंकर बिसयरे देश जाणू, एबं सेमानंक जीबन रु प्रेरणा नेउ, एथी निमन्ते एपरी आयौजनर बहुत अधिक गुरुत्व रहिछि ।

साथियों,

इसी उत्कल ने भारत के समुद्री सामर्थ्य को नया विस्तार दिया था। कल ही ओडिशा में बाली जात्रा का समापन हुआ है। इस बार भी 15 नवंबर को कार्तिक पूर्णिमा के दिन से कटक में महानदी के तट पर इसका भव्य आयोजन हो रहा था। बाली जात्रा प्रतीक है कि भारत का, ओडिशा का सामुद्रिक सामर्थ्य क्या था। सैकड़ों वर्ष पहले जब आज जैसी टेक्नोलॉजी नहीं थी, तब भी यहां के नाविकों ने समुद्र को पार करने का साहस दिखाया। हमारे यहां के व्यापारी जहाजों से इंडोनेशिया के बाली, सुमात्रा, जावा जैसे स्थानो की यात्राएं करते थे। इन यात्राओं के माध्यम से व्यापार भी हुआ और संस्कृति भी एक जगह से दूसरी जगह पहुंची। आजी विकसित भारतर संकल्पर सिद्धि निमन्ते ओडिशार सामुद्रिक शक्तिर महत्वपूर्ण भूमिका अछि।

साथियों,

ओडिशा को नई ऊंचाई तक ले जाने के लिए 10 साल से चल रहे अनवरत प्रयास....आज ओडिशा के लिए नए भविष्य की उम्मीद बन रहे हैं। 2024 में ओडिशावासियों के अभूतपूर्व आशीर्वाद ने इस उम्मीद को नया हौसला दिया है। हमने बड़े सपने देखे हैं, बड़े लक्ष्य तय किए हैं। 2036 में ओडिशा, राज्य-स्थापना का शताब्दी वर्ष मनाएगा। हमारा प्रयास है कि ओडिशा की गिनती देश के सशक्त, समृद्ध और तेजी से आगे बढ़ने वाले राज्यों में हो।

साथियों,

एक समय था, जब भारत के पूर्वी हिस्से को...ओडिशा जैसे राज्यों को पिछड़ा कहा जाता था। लेकिन मैं भारत के पूर्वी हिस्से को देश के विकास का ग्रोथ इंजन मानता हूं। इसलिए हमने पूर्वी भारत के विकास को अपनी प्राथमिकता बनाया है। आज पूरे पूर्वी भारत में कनेक्टिविटी के काम हों, स्वास्थ्य के काम हों, शिक्षा के काम हों, सभी में तेजी लाई गई है। 10 साल पहले ओडिशा को केंद्र सरकार जितना बजट देती थी, आज ओडिशा को तीन गुना ज्यादा बजट मिल रहा है। इस साल ओडिशा के विकास के लिए पिछले साल की तुलना में 30 प्रतिशत ज्यादा बजट दिया गया है। हम ओडिशा के विकास के लिए हर सेक्टर में तेजी से काम कर रहे हैं।

साथियों,

ओडिशा में पोर्ट आधारित औद्योगिक विकास की अपार संभावनाएं हैं। इसलिए धामरा, गोपालपुर, अस्तारंगा, पलुर, और सुवर्णरेखा पोर्ट्स का विकास करके यहां व्यापार को बढ़ावा दिया जाएगा। ओडिशा भारत का mining और metal powerhouse भी है। इससे स्टील, एल्युमिनियम और एनर्जी सेक्टर में ओडिशा की स्थिति काफी मजबूत हो जाती है। इन सेक्टरों पर फोकस करके ओडिशा में समृद्धि के नए दरवाजे खोले जा सकते हैं।

साथियों,

ओडिशा की धरती पर काजू, जूट, कपास, हल्दी और तिलहन की पैदावार बहुतायत में होती है। हमारा प्रयास है कि इन उत्पादों की पहुंच बड़े बाजारों तक हो और उसका फायदा हमारे किसान भाई-बहनों को मिले। ओडिशा की सी-फूड प्रोसेसिंग इंडस्ट्री में भी विस्तार की काफी संभावनाएं हैं। हमारा प्रयास है कि ओडिशा सी-फूड एक ऐसा ब्रांड बने, जिसकी मांग ग्लोबल मार्केट में हो।

साथियों,

हमारा प्रयास है कि ओडिशा निवेश करने वालों की पसंदीदा जगहों में से एक हो। हमारी सरकार ओडिशा में इज ऑफ डूइंग बिजनेस को बढ़ावा देने के लिए प्रतिबद्ध है। उत्कर्ष उत्कल के माध्यम से निवेश को बढ़ाया जा रहा है। ओडिशा में नई सरकार बनते ही, पहले 100 दिनों के भीतर-भीतर, 45 हजार करोड़ रुपए के निवेश को मंजूरी मिली है। आज ओडिशा के पास अपना विज़न भी है, और रोडमैप भी है। अब यहाँ निवेश को भी बढ़ावा मिलेगा, और रोजगार के नए अवसर भी पैदा होंगे। मैं इन प्रयासों के लिए मुख्यमंत्री श्रीमान मोहन चरण मांझी जी और उनकी टीम को बहुत-बहुत बधाई देता हूं।

साथियों,

ओडिशा के सामर्थ्य का सही दिशा में उपयोग करके उसे विकास की नई ऊंचाइयों पर पहुंचाया जा सकता है। मैं मानता हूं, ओडिशा को उसकी strategic location का बहुत बड़ा फायदा मिल सकता है। यहां से घरेलू और अंतर्राष्ट्रीय बाजार तक पहुंचना आसान है। पूर्व और दक्षिण-पूर्व एशिया के लिए ओडिशा व्यापार का एक महत्वपूर्ण हब है। Global value chains में ओडिशा की अहमियत आने वाले समय में और बढ़ेगी। हमारी सरकार राज्य से export बढ़ाने के लक्ष्य पर भी काम कर रही है।

साथियों,

ओडिशा में urbanization को बढ़ावा देने की अपार संभावनाएं हैं। हमारी सरकार इस दिशा में ठोस कदम उठा रही है। हम ज्यादा संख्या में dynamic और well-connected cities के निर्माण के लिए प्रतिबद्ध हैं। हम ओडिशा के टियर टू शहरों में भी नई संभावनाएं बनाने का भरपूर हम प्रयास कर रहे हैं। खासतौर पर पश्चिम ओडिशा के इलाकों में जो जिले हैं, वहाँ नए इंफ्रास्ट्रक्चर से नए अवसर पैदा होंगे।

साथियों,

हायर एजुकेशन के क्षेत्र में ओडिशा देशभर के छात्रों के लिए एक नई उम्मीद की तरह है। यहां कई राष्ट्रीय और अंतर्राष्ट्रीय इंस्टीट्यूट हैं, जो राज्य को एजुकेशन सेक्टर में लीड लेने के लिए प्रेरित करते हैं। इन कोशिशों से राज्य में स्टार्टअप्स इकोसिस्टम को भी बढ़ावा मिल रहा है।

साथियों,

ओडिशा अपनी सांस्कृतिक समृद्धि के कारण हमेशा से ख़ास रहा है। ओडिशा की विधाएँ हर किसी को सम्मोहित करती है, हर किसी को प्रेरित करती हैं। यहाँ का ओड़िशी नृत्य हो...ओडिशा की पेंटिंग्स हों...यहाँ जितनी जीवंतता पट्टचित्रों में देखने को मिलती है...उतनी ही बेमिसाल हमारे आदिवासी कला की प्रतीक सौरा चित्रकारी भी होती है। संबलपुरी, बोमकाई और कोटपाद बुनकरों की कारीगरी भी हमें ओडिशा में देखने को मिलती है। हम इस कला और कारीगरी का जितना प्रसार करेंगे, उतना ही इस कला को संरक्षित करने वाले उड़िया लोगों को सम्मान मिलेगा।

साथियों,

हमारे ओडिशा के पास वास्तु और विज्ञान की भी इतनी बड़ी धरोहर है। कोणार्क का सूर्य मंदिर… इसकी विशालता, इसका विज्ञान...लिंगराज और मुक्तेश्वर जैसे पुरातन मंदिरों का वास्तु.....ये हर किसी को आश्चर्यचकित करता है। आज लोग जब इन्हें देखते हैं...तो सोचने पर मजबूर हो जाते हैं कि सैकड़ों साल पहले भी ओडिशा के लोग विज्ञान में इतने आगे थे।

साथियों,

ओडिशा, पर्यटन की दृष्टि से अपार संभावनाओं की धरती है। हमें इन संभावनाओं को धरातल पर उतारने के लिए कई आयामों में काम करना है। आप देख रहे हैं, आज ओडिशा के साथ-साथ देश में भी ऐसी सरकार है जो ओडिशा की धरोहरों का, उसकी पहचान का सम्मान करती है। आपने देखा होगा, पिछले साल हमारे यहाँ G-20 का सम्मेलन हुआ था। हमने G-20 के दौरान इतने सारे देशों के राष्ट्राध्यक्षों और राजनयिकों के सामने...सूर्यमंदिर की ही भव्य तस्वीर को प्रस्तुत किया था। मुझे खुशी है कि महाप्रभु जगन्नाथ मंदिर परिसर के सभी चार द्वार खुल चुके हैं। मंदिर का रत्न भंडार भी खोल दिया गया है।

साथियों,

हमें ओडिशा की हर पहचान को दुनिया को बताने के लिए भी और भी इनोवेटिव कदम उठाने हैं। जैसे....हम बाली जात्रा को और पॉपुलर बनाने के लिए बाली जात्रा दिवस घोषित कर सकते हैं, उसका अंतरराष्ट्रीय मंच पर प्रचार कर सकते हैं। हम ओडिशी नृत्य जैसी कलाओं के लिए ओडिशी दिवस मनाने की शुरुआत कर सकते हैं। विभिन्न आदिवासी धरोहरों को सेलिब्रेट करने के लिए भी नई परम्पराएँ शुरू की जा सकती हैं। इसके लिए स्कूल और कॉलेजों में विशेष आयोजन किए जा सकते हैं। इससे लोगों में जागरूकता आएगी, यहाँ पर्यटन और लघु उद्योगों से जुड़े अवसर बढ़ेंगे। कुछ ही दिनों बाद प्रवासी भारतीय सम्मेलन भी, विश्व भर के लोग इस बार ओडिशा में, भुवनेश्वर में आने वाले हैं। प्रवासी भारतीय दिवस पहली बार ओडिशा में हो रहा है। ये सम्मेलन भी ओडिशा के लिए बहुत बड़ा अवसर बनने वाला है।

साथियों,

कई जगह देखा गया है बदलते समय के साथ, लोग अपनी मातृभाषा और संस्कृति को भी भूल जाते हैं। लेकिन मैंने देखा है...उड़िया समाज, चाहे जहां भी रहे, अपनी संस्कृति, अपनी भाषा...अपने पर्व-त्योहारों को लेकर हमेशा से बहुत उत्साहित रहा है। मातृभाषा और संस्कृति की शक्ति कैसे हमें अपनी जमीन से जोड़े रखती है...ये मैंने कुछ दिन पहले ही दक्षिण अमेरिका के देश गयाना में भी देखा। करीब दो सौ साल पहले भारत से सैकड़ों मजदूर गए...लेकिन वो अपने साथ रामचरित मानस ले गए...राम का नाम ले गए...इससे आज भी उनका नाता भारत भूमि से जुड़ा हुआ है। अपनी विरासत को इसी तरह सहेज कर रखते हुए जब विकास होता है...तो उसका लाभ हर किसी तक पहुंचता है। इसी तरह हम ओडिशा को भी नई ऊचाई पर पहुंचा सकते हैं।

साथियों,

आज के आधुनिक युग में हमें आधुनिक बदलावों को आत्मसात भी करना है, और अपनी जड़ों को भी मजबूत बनाना है। ओडिशा पर्व जैसे आयोजन इसका एक माध्यम बन सकते हैं। मैं चाहूँगा, आने वाले वर्षों में इस आयोजन का और ज्यादा विस्तार हो, ये पर्व केवल दिल्ली तक सीमित न रहे। ज्यादा से ज्यादा लोग इससे जुड़ें, स्कूल कॉलेजों का participation भी बढ़े, हमें इसके लिए प्रयास करने चाहिए। दिल्ली में बाकी राज्यों के लोग भी यहाँ आयें, ओडिशा को और करीबी से जानें, ये भी जरूरी है। मुझे भरोसा है, आने वाले समय में इस पर्व के रंग ओडिशा और देश के कोने-कोने तक पहुंचेंगे, ये जनभागीदारी का एक बहुत बड़ा प्रभावी मंच बनेगा। इसी भावना के साथ, मैं एक बार फिर आप सभी को बधाई देता हूं।

आप सबका बहुत-बहुत धन्यवाद।

जय जगन्नाथ!