Quoteପ୍ରଧାନମନ୍ତ୍ରୀ ୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ
Quoteଏଥିରେ ଅମୃତ ଓ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପ ସାମିଲ
Quoteସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ: ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’

ସ୍ୱଚ୍ଛତା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ - ସ୍ୱଚ୍ଛ ଭାରତ ମିଶନ  ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିମଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଥିରେ ଅମୃତ ଓ ଅମୃତ ୨.୦ ଅଧୀନରେ ସହରାଞ୍ଚଳ ଜଳ ଓ ନର୍ଦ୍ଦମା ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ୬,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଲାଗି ୧୫୫୦ କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପ ଏବଂ ଗୋବର୍ଦ୍ଧନ ଯୋଜନା ଅଧୀନରେ ୧୩୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରକଳ୍ପ ସାମିଲ ରହିଛି ।

ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ ଭାରତର ଏକ ଦଶନ୍ଧି ଧରି ପରିମଳ ଉପଲବ୍ଧି ଏବଂ ନିକଟରେ ଶେଷ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଥିବା ଉପଲବ୍ଧିଗୁଡ଼ିକୁ ପ୍ରଦର୍ଶିତ କରିବ । ଏହି ଜାତୀୟ ପ୍ରୟାସର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମ ମଞ୍ଚ ପ୍ରସ୍ତୁତ କରିବ। ଏଥିରେ ସ୍ଥାନୀୟ ସରକାରୀ ସଂସ୍ଥା, ମହିଳା ଗୋଷ୍ଠୀ, ଯୁବ ସଂଗଠନ ଏବଂ ସାମାଜିକ ନେତୃବୃନ୍ଦଙ୍କ ଦେଶବ୍ୟାପୀ ଅଂଶଗ୍ରହଣ ସହିତ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ଭାବନା ଭାରତର କୋଣ ଅନୁକୋଣରେ ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ।

ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ର ବିଷୟବସ୍ତୁ ‘ସ୍ୱାଭିମାନ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ ପୁଣି ଥରେ ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ଲାଗି ପ୍ରତିବଦ୍ଧତାକୁ ନେଇ ସାରାଦେଶକୁ ଏକଜୁଟ କରିଛି । ସ୍ୱଚ୍ଛତା ହିଁ ସେବା ୨୦୨୪ ଅଧୀନରେ ୧୭ କୋଟିରୁ ଅଧିକ ଲୋକଙ୍କ ଭାଗିଦାରୀରେ ୧୯.୭୦ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି ୬.୫ ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟରେ ପରିବର୍ତ୍ତନ ଅଣାଯାଇପାରିଛି । ପାଖାପାଖି ୧ ଲକ୍ଷ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ୩୦ ଲକ୍ଷରୁ ଅଧିକ ସଫେଇ ମିତ୍ର ଉପକୃତ ହୋଇଛନ୍ତି। ସେହିପରି ‘‘ମା’ଙ୍କ ପାଇଁ ଗଛଟିଏ’’ ଅଭିଯାନରେ ୪୫ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି।

 

  • Ranjan kumar trivedy July 20, 2025

    माननीय श्री नरेन्द्र मोदी जी प्रधानमंत्री, भारत सरकार नई दिल्ली विषय: बुलेटप्रूफ जैकेट निर्माण करने वाले भारतीय स्टार्टअप्स को अंतरिक्ष अनुसंधान हेतु प्रोत्साहन देने हेतु निवेदन। मान्यवर, सविनय निवेदन है कि भारत में कई ऐसे नवोदित स्टार्टअप्स उभर कर सामने आ रहे हैं, जो अत्याधुनिक तकनीकों का उपयोग करते हुए बुलेटप्रूफ जैकेट जैसे उच्च सुरक्षा वाले उत्पादों का निर्माण कर रहे हैं। ये स्टार्टअप्स न केवल देश की रक्षा प्रणाली को सशक्त बना रहे हैं, बल्कि "आत्मनिर्भर भारत" के सपने को भी साकार करने में महत्वपूर्ण भूमिका निभा रहे हैं। जैसे-जैसे विज्ञान और तकनीक का दायरा बढ़ रहा है, वैसे-वैसे यह भी स्पष्ट होता जा रहा है कि जो स्टार्टअप्स आज बुलेटप्रूफ जैकेट जैसे रक्षा उपकरण बना सकते हैं, वे भविष्य में भारतीय अंतरिक्ष मिशन—जैसे कि चंद्रयान या गगनयान—के लिए एस्ट्रोनॉट सूट जैसी जटिल व उन्नत तकनीकी पोशाकों को भी विकसित करने में सक्षम हो सकते हैं। बुलेटप्रूफ जैकेट और एस्ट्रोनॉट सूट दोनों में हाई-टेक फैब्रिक टेक्नोलॉजी, मल्टी-लेयर सेफ्टी सिस्टम और एनवायर्नमेंटल रेसिस्टेंस जैसे अनेक समान तत्व होते हैं। इसलिए, मेरा विनम्र आग्रह है कि भारत सरकार ऐसे स्टार्टअप्स को पहचान कर उन्हें अनुदान, तकनीकी मार्गदर्शन, और अनुसंधान सहयोग प्रदान करे। इसके साथ ही DRDO, ISRO और अन्य रक्षा एवं अंतरिक्ष अनुसंधान संस्थाओं के साथ इनका समन्वय स्थापित कर उन्हें भविष्य के लिए तैयार किया जाए। यह कदम भारत को रक्षा एवं अंतरिक्ष अनुसंधान के क्षेत्र में आत्मनिर्भर बनाएगा और अंतरराष्ट्रीय मंच पर भारत की वैज्ञानिक क्षमता को और सशक्त रूप से प्रस्तुत करेगा। आपसे निवेदन है कि इस सुझाव पर गंभीरतापूर्वक विचार कर आवश्यक कार्यवाही करें। सादर, रंजन कुमार त्रिवेदी नागरिक, भारत Aurangabad, Bihar
  • Yogendra Nath Pandey Lucknow Uttar vidhansabha November 30, 2024

    नमो नमो
  • Parmod Kumar November 28, 2024

    jai shree ram
  • Amit Choudhary November 20, 2024

    Jai hind jai Bharat modi ji ki jai ho
  • ram Sagar pandey November 07, 2024

    🌹🙏🏻🌹जय श्रीराम🙏💐🌹जय माता दी 🚩🙏🙏🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹
  • Avdhesh Saraswat November 02, 2024

    HAR BAAR MODI SARKAR
  • Chandrabhushan Mishra Sonbhadra November 02, 2024

    k
  • Chandrabhushan Mishra Sonbhadra November 02, 2024

    j
  • Raghavendra singh yadav October 27, 2024

    jai shree ram
  • Preetam Gupta Raja October 24, 2024

    जय श्री राम
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Maratha bastion in Tamil heartland: Gingee fort’s rise to Unesco glory

Media Coverage

Maratha bastion in Tamil heartland: Gingee fort’s rise to Unesco glory
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2025
July 21, 2025

Green, Connected and Proud PM Modi’s Multifaceted Revolution for a New India