“ଭାରତ ପ୍ରଥମ” (India First) ଉଦ୍ଦେଶ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵାରୋପ ବିଶ୍ଵ ବ୍ୟାପୀ ଗୁଞ୍ଜରିତ ହୋଇଛି ଯେତେବେଳେ ବିଶ୍ଵ ବାଣିଜ୍ୟ ସଂଗଠନ ବାଣିଜ୍ୟ ସୌଗମ୍ୟ ରାଜିନାମା ଉପରେ ଆଲୋଚନା ଜାରି ରଖିଥିଲେ ସେଥିରେ ଭାରତ ତାର ବିରୋଧାଭାଷକୁ ସ୍ପଷ୍ଟ ସ୍ଵରରେ ଉପସ୍ଥାପନ କରିଥିଲା ଭାରତ ଯୁକ୍ତି ଦର୍ଶାଇଥିଲା ଯେ ଖାଦ୍ୟ ନିରାପତ୍ତା ପ୍ରତି ଭାରତର ପ୍ରତିବଦ୍ଧତା ଏହା ଦ୍ୱାରା ବ୍ୟାହତ ହେବ ଭାରତ ପାଇଁ ଦେଶର ଗରିବମାନଙ୍କ ଲାଗି ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏକ ଆସ୍ଥାର ପ୍ରସଙ୍ଗ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ବଚନବଦ୍ଧ

ଖାଦ୍ୟ ଶସ୍ୟର ସାର୍ବଜନୀନ ଭଣ୍ଡାରକରଣର ଦୀର୍ଘକାଳୀନ ସମାଧାନ ପନ୍ଥା ଉପରେ ଭାରତ ସଦାସର୍ବଦା ଗୁରୁତ୍ଵ ଆରୋପ କରିଆସିଛି ଯେତେବେଳେ ଏହି ଯୁକ୍ତିକୁ ଅନେକ ରାଷ୍ଟ୍ର ସମର୍ଥନ ଜଣାଇଲେ ସେତେବେଳେ ଭାରତର ଏହି ପ୍ରସଙ୍ଗ ଉପରେ ସ୍ଥିତି ଅଧିକ ମଜଭୁତ ହୋଇଛି ପରିଣାମତଃ, ଖାଦ୍ୟ ନିରାପତ୍ତା ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ କରାନଯିବା ଲାଗି ଭାରତର ପ୍ରତିବଦ୍ଧତା ସୁନିଶ୍ଚିତ ହୋଇପାରିଛି ଏହି ପ୍ରସଙ୍ଗ ଉପରେ ଭାରତ ବିଶ୍ଵ ସମୁଦାୟଙ୍କ ସହ ତାର ଆଲୋଚନା ଜାରି ରଖିଛି

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s services sector maintains strong momentum in May; job creation hits record high

Media Coverage

India’s services sector maintains strong momentum in May; job creation hits record high
NM on the go

Nm on the go

Always be the first to hear from the PM. Get the App Now!
...

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

|

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

|

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''