ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 04,2019 ରେ ବିଶ୍ୱ ଉମିୟଧାମ ମନ୍ଦିର ପରିସରର ଶିଳାନ୍ୟାସ ଉତ୍ସବ ଅବସରରେ ବିଶାଳ ଜନସମାଗମକୁ ସମ୍ବୋଧିତ କରି କହିଥିଲେ -'' ଆପଣମାନଙ୍କୁ ମୋର ଅନୁରୋଧ , କଣ ଆପଣମାନେ ମୋର ସାହାଯ୍ୟ କରିବେ କି।"
ଯେତେବେଳେ କୌଣସି ରାଜ ନେତା ଏଭଳି କହୁଛନ୍ତି ,ତୋ ସହଜରେ ଲୋକମାନଙ୍କ ପ୍ରତିକ୍ରିୟା ହେବ ଯେ ସେ ଭୋଟ ମାଗୁଛନ୍ତି ଅବା ସମର୍ଥନ ମାଗୁଛନ୍ତି । ଲୋକମାନଙ୍କ ଏହି ବିଚାରରୁ ସ୍ପଷ୍ଟ ଜଣାପଡୁଛି ଯେ ,ଭାରତର ରାଜନୈତିକ ସଂସ୍କୁତି ଦଶନ୍ଧି ଦଶନ୍ଧି ଧରି କେମିତି ଚାଲିଥିଲା ।
ପ୍ରକୃତରେ ତୋ ,ପ୍ରଧାନମନ୍ତ୍ରୀ ମୋଦୀ ଜନସମାଗମକୁ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବାର ସଂକଳ୍ପ ନେବା ପାଇଁ କହିଥିଲେ ଏବଂ ସମାଜରେ ଭୁଲରେ ମଧ୍ୟ ଝିଅମାନଙ୍କୁ ମାରିବାର ପାପ ନକରିବା ଅର୍ଥାତ ଭ୍ରୂଣହତ୍ୟାର ନକରିବାର ସଂକଳ୍ପ ନେବାକୁ କହିଥିଲେ ।
ପଦଭରା ଗ୍ରହଣ କରିବା ପରଠାରୁ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲିଙ୍ଗଗତ ସମାନତା ଏବଂ ବିଶେଷ ଭାବେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରିବା ପାଇଁ ସବୁଠୁ ଆଗୁଆ କାମ କରିଆସିଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ମହିଳା ବିକାଶ ସହିତ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ବେଟି ବଚାଓ ,ବେଟି ପଢ଼ାଓ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହରିୟାଣାର ପାନିପଥଠାରେ ଶୁଭାରମ୍ଭ କରାଯାଇଥିଲା । ଏହାର ଅଭୂତପୂର୍ବ ସଫଳତା ସ୍ୱରୂପ ,ଗତ ପାଞ୍ଚ ବର୍ଷରେ ହରିୟାଣାରେ ଲିଂଗାନୁପାତରେ ବହୁତ ଅଧିକ ସୁଧାର ଆସିଥିଲା ,ଯାହା ଆଗରୁ ସବୁଠୁ ଖରାପ ଲିଂଗାନୁପାତ ପାଇଁ ଜଣାଶୁଣା ଥିଲା ।
ମୁଦ୍ରା ଯୋଜନା ,ଯାହାର ଉଦେଶ୍ୟ ଲକ୍ଷ ଲକ୍ଷ ଲୋକମାନଙ୍କ ଆକାଂକ୍ଷାକୁ ଡେଣା ଦେବା ,ଏଥିରେ ସବୁଠୁ ଅଧିକ ମହିଳା ହିତାଧିକାରୀ ରହିଛନ୍ତି ।
ଏକ କ୍ରାନ୍ତିକାରୀ ପଦକ୍ଷେପ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପରିବାର ମହିଳା ସଦସ୍ୟଙ୍କୁ ଆବଣ୍ଟିତ କରାଯାଉଛି । ଏହା ପ୍ରତୀତ ହେଉଛି ଯେ ଛୋଟ ପଦକ୍ଷେପ ମହିଳାମାନଙ୍କ ଗାରିମା ଏବଂ ସୁରକ୍ଷାର ରକ୍ଷା ପାଇଁ ଏକ ଦୀର୍ଘ ରାସ୍ତା ପ୍ରସ୍ତୁତ କରୁଛି ।
ଏହି ପ୍ରୟାସଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତ ନିର୍ମାଣର ଦୃଷ୍ଟିକୋଣର ଅନୁରୂପ ଅଟେ ,ଯେଉଁଠି ଆମର ନାରୀ ଶକ୍ତି ରାଷ୍ଟ୍ରୀୟ ପ୍ରଗତିରେ ସବୁଠୁ ଆଗରେ ରହୁଛନ୍ତି ଏବଂ ନିଜର ମହତ୍ୱାକାଂକ୍ଷାଗୁଡିକ ସହିତ ବିନା କୌଣସି ଭୟ ଏବଂ ବାଧାବିଘ୍ନରେ ଆଗକୁ ବଢୁଛନ୍ତି ।