Kuwait NRI student Riddhiraj donates Prize Money to Indian Army Welfare Fund

କୁଏତରେ ବାସ କରୁଥିବା ପ୍ରବାସୀ ଛାତ୍ର ମାଷ୍ଟର ରିଦ୍ଧିରାଜ କୁମାର ସେନା କଲ୍ୟାଣ ପାଣ୍ଠିକୁ 18 ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଆଜି ମାଷ୍ଟର ରିଦ୍ଧିରାଜ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଏହି ଚେକ ପ୍ରଦାନ କରିଛନ୍ତି । ଅଷ୍ଟ୍ରେଲିଆ ଶିକ୍ଷା ଗବେଷଣା ପରିଷଦ (ACER) ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ବେଞ୍ଚ ମାର୍କ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶ୍ରୀମାନ ରିଦ୍ଧିରାଜ 80 କୁଏତି ଦିନାର (18 ହଜାର ଟଙ୍କା) ପୁରସ୍କାର ଆକାରରେ ଜିଣିଛନ୍ତି । ଏହି ଅର୍ଥକୁ ସେ ସେନା କଲ୍ୟାଣ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଆଜି ସେ ନିଜ ମାଆ’ଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।

ଅଷ୍ଟ୍ରେଲିଆ ଶିକ୍ଷା ଗବେଷଣା ପରିଷଦ ପକ୍ଷରୁ ମଧ୍ୟପ୍ରାଚ୍ୟ ଆଞ୍ଚଳ ପାଇଁ ଅନୁଷ୍ଠିତ ଆନ୍ତର୍ଜାତିକ ପରୀକ୍ଷାରେ ମାଷ୍ଟର ରିଦ୍ଧିରାଜ ଗଣିତ ଓ ବିଜ୍ଞାନରେ ଉତ୍କର୍ଷ ପ୍ରତିପାଦନ କରି 80 କୁଏତ ଦିନାର ପୁରସ୍କାର ଲାଭ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଶିକ୍ଷାଗତ ସଫଳତା ଏବଂ ଭାରତୀୟ ସେନାର କଲ୍ୟାଣ ପାଇଁ ତାଙ୍କର ବଦାନ୍ୟତାକୁ ପ୍ରଶଂସା କରିଛନ୍ତି । ମାଷ୍ଟର ରିଦ୍ଧିରାଜ କେବଳ ପାଠରେ ନୁହନ୍ତି, ବରଂ ଅନେକ ସୃଜନାତ୍ମକ ପ୍ରକଳ୍ପ ପ୍ରସ୍ତୁତ କରିଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଛନ୍ତି ।

ଛାତ୍ରଙ୍କ ମା ଶ୍ରୀମତୀ କୃପା ଭଟ୍ଟ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ସେ “Every child is Genius Project” ଆରମ୍ଭ କରିଛନ୍ତି ଏବଂ ଏହି ପ୍ରକଳ୍ପ ଅଧୀନରେ ଭାରତରେ ଶିକ୍ଷକମାନଙ୍କ ପାଇଁ ମାଗଣା ପାଠଚକ୍ରମାନ ଆୟୋଜନ କରୁଛନ୍ତି । ପ୍ରତିଭାଶାଳୀ ଛାତ୍ର ଚିହ୍ନଟ କରିବା ହେଉଛି ଏଭଳି ପାଠଚକ୍ର ଆୟୋଜନର ଉଦ୍ଦେଶ୍ୟ । ଏପ୍ରକାର ସୃଜନାତ୍ମକ ଶିକ୍ଷଣ ପ୍ରକଳ୍ପର ପରିପ୍ରସାର ଦିଗରେ ଶ୍ରୀମତୀ ଭଟ୍ଟଙ୍କ ପ୍ରୟାସ ଓ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet extends One-Time Special Package for DAP fertilisers to farmers

Media Coverage

Cabinet extends One-Time Special Package for DAP fertilisers to farmers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 2, 2025
January 02, 2025

Citizens Appreciate India's Strategic Transformation under PM Modi: Economic, Technological, and Social Milestones