ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜଳ ଜୀବନ ମିଶନ ଆଜି ଦେଶର ବିକାଶ କ୍ଷେତ୍ରରେ ନୂତନ ଉତ୍ସାହ ଯୋଗାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଗତ ୩ ବର୍ଷରୁ କମ୍ ସମୟ ମଧ୍ୟରେ ଜଳ କୋଟି କୋଟି ଲୋକଙ୍କ ଘରେ ପହଞ୍ଚିଛି ଯାହା ଜନସାଧାରଣଙ୍କ ଆକାଂକ୍ଷା ଏବଂ ଅଂଶଗ୍ରହଣର ଏକ ଉତ୍ତମ ଉଦାହରଣ ଅଟେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜଳ ଜୀବନ ମିଶନ୍ ଆଜି ଦେଶର ବିକାଶକୁ ଏକ ନୂତନ ଗତି ପ୍ରଦାନ କରିଛି । ଗତ ୩ ବର୍ଷରୁ କମ୍ ସମୟ ମଧ୍ୟରେ ଜଳ କିପରି କୋଟି କୋଟି ଲୋକଙ୍କ ଘରେ ପହଞ୍ଚିଛି, ଏହା ଜନସାଧାରଣଙ୍କ ଆକାଂକ୍ଷା ଏବଂ ଜନ ଅଂଶଗ୍ରହଣର ଏକ ଉତ୍ତମ ଉଦାହରଣ ଅଟେ ।”
जल जीवन मिशन आज देश के विकास को एक नई गति दे रहा है। पिछले 3 वर्षों से भी कम समय में जिस प्रकार करोड़ों घरों में नल से जल पहुंचा है, वो जन आकांक्षाओं और जन भागीदारी की एक बड़ी मिसाल है। pic.twitter.com/RKz51iCDXZ
— Narendra Modi (@narendramodi) April 9, 2022