କଣ୍ଢେଇ ଓ ଖେଳନା ପାଇଁ ସ୍ଥାନୀୟଭାବେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିମନ୍ତେ ତୁଣ୍ଡ ଖୋଲିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ତାଙ୍କର ମନ୍କୀ ବାତ୍ କାର୍ଯ୍ୟକ୍ରମ (30.08.2020) ସଂସ୍କରଣରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏ ବିଷୟରେ ଗାନ୍ଧିନଗର ଶିଶୁ ବିଶ୍ୱବିଦ୍ୟାଳୟ, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହିତ ହୋଇଥିବା ତାଙ୍କର ଆଲୋଚନା ସଂପର୍କରେ ସେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ମନ୍ତ୍ରଣାଳୟ ଓ ବିଶ୍ୱବିଦ୍ୟାଳୟ ସହିତ ଆମ ଦେଶର ପିଲାମାନଙ୍କ ପାଇଁ ସ୍ଥାନୀୟଭାବେ ନିର୍ମିତ ଉତ୍କୃଷ୍ଟ ଖେଳନା କିପରି ଉତ୍ପାଦିତ ହୋଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି । ଦେଶରେ ଖେଳନାର ଯଥେଷ୍ଟ ଚାହିଦା ଥିବାରୁ ଭାରତକୁ ଏକ ବୃହତ୍ କଣ୍ଢେଇ ହବ୍ରେ ପରିଣତ କରିବାକୁ ସେ ଆଗ୍ରହୀ । ଖେଳନା କେବଳ ଆମର କାର୍ଯ୍ୟକ୍ରମକୁ ବଢାଏ ନାହିଁ; ଏହା ମଧ୍ୟ ଆମ କଳ୍ପନାକୁ ଡେଣା ଲଗାଏ । ଏହା ମନୋରଂଜନ ପ୍ରଦାନ କରିବା ସହ ପିଲାଙ୍କ ମନକୁ ତିଆରି କରେ ଏବଂ କଳ୍ପନା ଯୋଗାଏ ।
ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଏକ କଣ୍ଢେଇ କାହାଣୀ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ଖେଳିଲାବେଳେ ଯେଉଁ ଶ୍ରେଷ୍ଠ ଅସଂପୂର୍ଣ୍ଣ କଣ୍ଢେଇଟିକୁ ସଂପୂର୍ଣ୍ଣ କରନ୍ତି ତାହା ସର୍ବୋତ୍ତମ । ଗୁରୁଦେବ କହୁଥିଲେ କଣ୍ଢେଇଗୁଡିକ ଏଭଳି ହେବା ଉଚିତ ଯାହା ଶିଶୁ ତା’ର ବାସ୍ତବ ପିଲାଦିନ ଓ କଳ୍ପନାକୁ ପ୍ରତିଫଳିତ କରିପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତିରେ ଶିଶୁଙ୍କ ଜୀବନର ବିଭିନ୍ନ ବିଭାଗରେ ଖେଳନାର ପ୍ରଭାବ କିପରି ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଆଲୋକପାତ କରାଯାଇଛି । କର୍ଣ୍ଣାଟକର ରାମନଗରମ୍ ଜିଲା ଅନ୍ତର୍ଗତ ଚନ୍ନାପାଟନା, ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କୋଣ୍ଡାପଲ୍ଲୀ, ତାମିଲନାଡୁର ତାଞ୍ଜାବୁର, ଆସାମର ଧୁବରୀ, ଉତ୍ତର ପ୍ରଦେଶର ବାରାଣସୀ ଆଦି ସ୍ଥାନରେ ଅନେକ ଦକ୍ଷ ଓ ଅଭିଜ୍ଞ କଣ୍ଡେଇ କାରିଗର ଅଛନ୍ତି । ସେମାନଙ୍କ ପାଖରେ ଚମତ୍କାର ଖେଳନା ତିଆରିର କୌଶଳ ରହିଛି । ଏଥିପାଇଁ ଏସବୁ ସ୍ଥାନଗୁଡିକରେ କଣ୍ଡେଇ କ୍ଲଷ୍ଟରମାନ ବିକଶିତ କରାଯାଉଛି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱର କଣ୍ଢେଇ ବଜାରର ମୂଲ୍ୟ 7 ଲକ୍ଷ କୋଟି ଟଙ୍କା । ଏଥିରେ ଭାରତର ଅବଦାନ ନଗଣ୍ୟ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଶାଖାପାଣାର ପ୍ରମୁଖ ଖେଳନା ନିର୍ମାତା ଶ୍ରୀ ସି.ଭି. ରାଜୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶ୍ରୀ ରାଜୁ ଚମତ୍କାର ମାନର ଏଟିକୋପ୍ପାକା ଖେଳନା ତିଆରି କରୁଛନ୍ତି । ଏହି ଖେଳନା ଏକଦା ବିସ୍ମୃତ ହୋଇଯାଇଥିଲା । ସେ ତାହାର ପୁନଃରୁଦ୍ଧାର କରିଛନ୍ତି । ଖେଳନା ଉଦ୍ୟୋଗର ବିକାଶ ପାଇଁ ଉଦ୍ୟୋଗୀମାନେ ମିଳିତଭାବେ କାମ କରିବା ସହ ଏ କ୍ଷେତ୍ରରେ ଭୋକାଲ ଫର୍ ଲୋକାଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି । କମ୍ପ୍ୟୁଟର ଗେମ୍ସର ଧାରା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଖେଳ ଆମ ଦେଶର ବିଚାର, ଆଦର୍ଶ ଓ ଇତିହାସକୁ ନେଇ ପ୍ରସ୍ତୁତ ହେବା ଉଚିତ ।