ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଦୁଇଦିନିଆ ଭାରତ ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି । ”
ଆଜି ଏକ ଟ୍ଵିଟ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କ ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ଵକୁ ଆହୁରି ସୁଦୃଢ କରିବ । ଅହମ୍ମଦାବାଦରେ ଆପଣଙ୍କୁ ଖୁବ ଶୀଘ୍ର ସାକ୍ଷାତ କରିବା ପାଇଁ ମୁଁ ଅପେକ୍ଷା କରିଛି । ”
ଆଜି ଅହମ୍ମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବେ । ସେ ସାବରମତି ଆଶ୍ରମ ପରିଦର୍ଶନ କରିବା ସହ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ । ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଗୁରୁତ୍ଵପୂର୍ଣ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।
India awaits your arrival @POTUS @realDonaldTrump!
— Narendra Modi (@narendramodi) February 24, 2020
Your visit is definitely going to further strengthen the friendship between our nations.
See you very soon in Ahmedabad. https://t.co/dNPInPg03i