ଅଗ୍ରଣୀ ବୈଶ୍ଵିକ ଉଦଯୋଗୀ ଓ ଷ୍ଟାର୍ଟ-ଅପ ସଂସ୍ଥାଙ୍କୁ ଏକତ୍ର କରିବାର ସୁଯୋଗ ଆଣିବ ହାଇଦ୍ରାବାଦ ସମ୍ମିଳନୀ – ପ୍ରଧାନମନ୍ତ୍ରୀ
ଭାରତ ଓ ଆମେରିକା ମିଳିତ ଭାବେ ହାଇଦ୍ରାବାଦଠାରେ ବିଶ୍ୱ ଉଦ୍ଯୋଗ ଶିଖର ସମ୍ମିଳନୀ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଆଗାମୀ ନଭେମ୍ବର 28 ରୁ 30 ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।
ଏହି ସମ୍ମିଳନୀ ସଂପର୍କରେ କେତେଗୁଡ଼ିଏ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି –
“ଭାରତ ଓ ଆମେରିକା ମିଳିତ ଭାବେ ହାଇଦ୍ରାବାଦଠାରେ ଚଳିତ ବର୍ଷ ନଭେମ୍ବର 28 ରୁ 30 ପର୍ଯ୍ୟନ୍ତ ବିଶ୍ୱ ଉଦ୍ଯୋଗ ଶିଖର ସମ୍ମିଳନୀ ଆୟୋଜନ କରିବେ ।
ଏହି ସମ୍ମିଳନୀ ଉଦ୍ଯୋଗୀ ତଥା ଷ୍ଟାର୍ଟ-ଅପମାନଙ୍କୁ ବିଶ୍ୱର ପ୍ରମୁଖ ଉଦ୍ୟୋଗୀମାନଙ୍କ ସହ ଏକତ୍ର କରାଇବାର ଏକ ଅପୂର୍ବ ସୁଯୋଗ ଆଣିଦେବ ।
ଆମେରିକା ପକ୍ଷରୁ ଏହି ସମ୍ମିଳନୀରେ ଶ୍ରୀମତୀ ଇଭାଙ୍କା ଟ୍ରମ୍ପଙ୍କ ନେତୃତ୍ଵରେ ମାର୍କିନ୍ ପ୍ରତିନିଧି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ସୁଶ୍ରୀ ଟ୍ରମ୍ପଙ୍କ ଭାରତ ଆଗମନକୁ ସେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
India and US will co-host the Global Entrepreneurship Summit at Hyderabad from 28-30 November 2017. @realDonaldTrump @IvankaTrump
— Narendra Modi (@narendramodi) August 10, 2017
The Summit is a unique opportunity for bringing together entrepreneurs and start ups with global leaders. #GES2017
— Narendra Modi (@narendramodi) August 10, 2017
Look forward to Ms. Ivanka Trump’s presence at #GES 2017 Hyderabad as the leader of the US delegation. @realDonaldTrump @IvankaTrump
— Narendra Modi (@narendramodi) August 10, 2017