ମାନବିକତା ଉପରେ ଆମର ଆସ୍ଥା

Published By : Admin | May 26, 2015 | 15:04 IST

“ଜଣେ ବ୍ୟକ୍ତିର ପାସପୋର୍ଟର ରଙ୍ଗ ଭିନ୍ନ ହୋଇଥାଇପାରେ କିନ୍ତୁ ମାନବିକତାଠାରୁ ବଳି ବଡ ସମ୍ପର୍କର ବନ୍ଧନ ଆଉ କିଛି ଥାଇନପାରେ” – ଯେତେବେଳେ କୌଣସି ଏକ ବଡ ବିପର୍ଯ୍ୟୟ ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଏଇ କଥାକୁ ହିଁ ଦୋହରାଇଛନ୍ତି ଓ ଏହାକୁ ବସ୍ତବତାରେ ପରିଣତ କରିଛନ୍ତି ।

ଯେତେବେଳେ ୟେମେନରେ ଗୃହଯୁଦ୍ଧ ଚରମସୀମାରେ ପହଂଚିଲା ସେହି ବିବାଦୀୟ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ରର ହଜାର ହଜାର ଲୋକ ଫସି ରହିଥିଲେ । ସେହି ଦୁର୍ଗତ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଦିଗରେ କୌଣସି ଉପାୟକୁ ହାତଛଡା କରିନଥିଲେ । ଏହା କେବଳ ଭାରତୀୟ ନାଗରିକମାନଙ୍କ ଉଦ୍ଧାର ଲାଗି ନୁହେଁ, ଅନ୍ୟ ଅନେକ ରାଷ୍ଟ୍ରର ନାଗରିକଙ୍କ ଉଦ୍ଧାର ଲାଗି ଉଦ୍ଧିଷ୍ଟ ଥିଲା । ସେତେବେଳେ ବହୁରାଷ୍ଟ୍ର ଏହି କାର୍ଯ୍ୟାନୁଷ୍ଠାନରେ ଭାରତର ସହାୟତା ଲୋଡିଥିଲେ । ଯେଉଁଭଳି ମାତ୍ରାରେ ଓ ଦ୍ରୁତଗତିରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇଥିଲା ତାହା ଥିଲା କଳ୍ପନାତୀତ ଓ ବେଶ ପ୍ରଭାବଶାଳୀ ।


ଭାରତର ଏହି କ୍ଷୀପ୍ର ଏବଂ ବ୍ୟାପକ କାର୍ଯ୍ୟାନୁଷ୍ଠାନକୁ ସର୍ବୋଚ୍ଚସ୍ତରରେ ନିୟନ୍ତ୍ରଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ଵରାଜ ନିରବଚ୍ଛିନ୍ନ ଭାବେ ପରିସ୍ଥିତିକୁ ନିରୀକ୍ଷଣ କରିଥିଲେ । ପୁଣି ଏହି ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ସାକାର କରିବା ନିମନ୍ତେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭିକେ ସିଂହ ବ୍ୟକ୍ତିଗତ ଭାବେ ୟେମେନ ଓ ଜିବୋତି ଯାତ୍ରା କରି ଉଦ୍ଧାର ଅଭିଯାନର ନେତୃତ୍ଵ ନେଇଥିଲେ ।

2015 ମସିହା ଏପ୍ରିଲ 25 ତାରିଖରେ ଯେତେବେଳେ ନେପାଳରେ ଏକ ଭୟାବହ ଭୂକମ୍ପ ତାର ଧ୍ଵସଲୀଳା ରଚନା କଲା, ନେପାଳର ଭାଇ ଭଉଣୀମାନଙ୍କୁ ଏହି ସଂକଟମୟ ମୁହୂର୍ତ୍ତରେ ସହାୟତା ଯୋଗାଇଦେବା ନିମନ୍ତେ ଭାରତ ସବୁ ପ୍ରକାର ପ୍ରୟାସ କରିଥିଲା । ଭାରତୀୟ ସେନା, ବିପର୍ଯ୍ୟୟ ପରିଚାଳନା ଟିମ ଏବଂ ବରିଷ୍ଠ ପଦାଧିକାରୀମାନେ ସେଠାରେ ସ୍ଵାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ଏହି ପରିସ୍ଥିତି ସମ୍ପର୍କରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ଵୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।ସେହିଭଳି ନେପାଳର ଭୂକମ୍ପ-ପ୍ରଭାବିତ କ୍ଷେତ୍ରରୁ ଦୁର୍ଗତ ଲୋକମାନଙ୍କୁ ଉଦ୍ଧାର କରିବା ସକାଶେ ଭାରତ ସବୁପ୍ରକାର ସମ୍ଭାବ୍ୟ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିଲା । ଏଥିରେ ବହୁ ଭାରତୀୟ ଓ ବିଦେଶୀ ନାଗରିକ ଫସି ରହିଥିଲେ ।


ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ବିଶ୍ଵବ୍ୟାପୀ ଭୂୟସୀ ପ୍ରଶଂସା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଶ୍ଵ ନେତୃବର୍ଗଙ୍କୁ ଭେଟିଥିଲେ ସେ ଫ୍ରାନ୍ସ ରାଷ୍ଟ୍ରପତି ହୋଲାଁ ହୋଇଥାନ୍ତୁ, ଅଥବା ରାଷ୍ଟ୍ରପତି ହାର୍ପର ସେମାନେ ଭାରତର ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଭାରତର ଏଭଳି ତତ୍କାଳ କାର୍ଯ୍ୟାନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ଭାରତରେ ଅବସ୍ଥାପିତ ମାର୍କିକ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା ବି ଭାରତର ଏହି ଭୂମିକାକୁ ପ୍ରଶଂସା କରିଥିଲେ ।

2015 ଫେବୃଆରୀ ମାସରେ ଆଫଗାନିସ୍ତାନରେ ଦୀର୍ଘ ଆଠମାସ ଧରି ପଣବନ୍ଦୀ ରହିବା ପରେ ଫାଦର ଆଲେକ୍ସିସ ପ୍ରେମ କୁମାର ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଫାଦର ଆଲେକ୍ସିସ ସେ ଦେଶରେ ଜଣେ ସହାୟତା କର୍ମୀ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଅପଶକ୍ତି ତତ୍ଵଙ୍କ ଯୋଜନା ଥିଲା ଭିନ୍ନ । ସେମାନେ ତାଙ୍କୁ ମାସାଧିକ କାଳ ପଣବନ୍ଦୀ ରଖିଥିଲେ ଓ ତାଙ୍କୁ ଉଦ୍ଧାର କରିବା ସକାଶେ ଅନେକ ଦିନ ଧରି ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଏଥିରେ କୌଣସି ପ୍ରଗତି ଘଟିନଥିଲା । ପରିଶେଷରେ ଭାରତ ସରକାର ଫାଦରଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରି ଫେରାଇ ଆଣିବା ଓ ତାଙ୍କ ପରିବାରବର୍ଗଙ୍କ ନିକଟରେ ପହଂଚାଇବାରେ ସକ୍ଷମ ହୋଇଥିଲେ ।

ସେହିପରି, ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରେତୀୟ ନର୍ସମାନଙ୍କୁ ସରକାର ବେଶ ସଫଳତାର ସହ ନିରାପଦରେ ଉଦ୍ଧାର କରିପାରିଥିଲେ । ଇରାକରୁ ଭାରତୀୟ ନର୍ସମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବା ଦିଗରେ ସରକାରଙ୍କ ଭୂମିକାକୁ କେରଳ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଭୂୟସୀ ପ୍ରଶଂସା କରିଥିଲେ ।

ଏହିଭଳି ଭାବେ ସଂକଟ ପରିସ୍ଥିତିରେ କେନ୍ଦ୍ର ସରକାର ବାରମ୍ବାର ତାଙ୍କର ଭୂମିକାକୁ ସିଦ୍ଧ କରି ଦେଖାଇଛନ୍ତି ଯାହାକି ପ୍ରଧାନମନ୍ତ୍ରୀଙ୍କ ଉକ୍ତି ପାସପୋର୍ଟର ରଙ୍ଗ ଠାରୁ ମାନବିକତାର ନିବିଡ ବନ୍ଧନକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛି ।

  • ram Sagar pandey March 28, 2025

    🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹जय श्रीकृष्णा राधे राधे 🌹🙏🏻🌹जय माँ विन्ध्यवासिनी👏🌹💐ॐनमः शिवाय 🙏🌹🙏जय कामतानाथ की 🙏🌹🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹जय माता दी 🚩🙏🙏🌹🌹🙏🙏🌹🌹
  • Mudraganam Srinivas Yadav March 17, 2025

    👍
  • Jitendra Kumar March 14, 2025

    🙏🇮🇳❤️
  • Sangam Vishwakarma March 11, 2025

    Jai Hind 🇮🇳
  • Sangam Vishwakarma March 11, 2025

    Jai Shree Shyam 🚩
  • Sangam Vishwakarma March 11, 2025

    Jai Mata Di 🙏
  • Sangam Vishwakarma March 11, 2025

    Jai Shree Ram 🚩
  • Sangam Vishwakarma March 11, 2025

    Har Har Mahadev 🚩
  • Sanjay Pandey March 10, 2025

    👌🏻👌🏻
  • Vidya Balasaheb Temkar March 04, 2025

    👍 great sir🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

|

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

|

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''