Cabinet approves Indian Institute of Management Bill, 2017
IIMs to be declared as Institutions of National Importance
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ବିଲ, 2017କୁ ଅନୁମୋଦନ ମିଳିଛି । ଏହି ବିଲ୍ କ୍ୟାବିନେଟ ମଞ୍ଜୁରି ପାଇବା ପରେ ଦେଶରେ ଥିବା ଆଇଆଇଏମଗୁଡ଼ିକ ଏଣିକି ଅତୀବ ଗୁରୁତ୍ୱ ବହନ କରୁଥିବା ଉକôର୍ଷ ପ୍ରତିଷ୍ଠାନ ଭାବେ ପରିଗଣିତ ହେବେ । ଏହାଦ୍ୱାରା ସେମାନେ ନିଜ ନିଜ ବିଦ୍ୟାର୍ଥିମାନଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ହାସଲ କରିବେ । ଏହି ବିଲ୍ ଆଇଆଇଏମକୁ ପର୍ଯ୍ୟାପ୍ତ ପରିମାରଣର ଉତ୍ତରଦାୟିତ୍ୱ ସହ ସମ୍ପୂର୍ଣ୍ଣ ସ୍ୱୟଂଶାସନ କ୍ଷମତା ପ୍ରଦାନ କରିବ । ଏଣିକି ଏସବୁ ସଂସ୍ଥାର ପରିଚାଳନା ଦାୟିତ୍ୱ ବୋର୍ଡ ଏବଂ ଅଧ୍ୟକ୍ଷଙ୍କ ଉପରେ ନ୍ୟସ୍ତ ରହିବ ଏବଂ ବୋର୍ଡ ଦ୍ୱାରା ସଂସ୍ଥାର ନିର୍ଦ୍ଦେଶକ ଚୟନ କରାଯିବ । ସେହିପରି ପରିଚାଳନା ବୋର୍ଡରେ ଅଧିକ ସଂଖ୍ୟାରେ ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ରହିପାରିବେ ବୋଲି ଉପରୋକ୍ତ ବିଲରେ ବ୍ୟବସ୍ଥା କରାଯାଇଛି । ସେହିପରି ବୋର୍ଡରେ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତିର ଲୋକମାନଙ୍କୁ ମଧ୍ୟ ସାମିଲ୍ କରାଯିବାର ବ୍ୟବସ୍ଥା ରହିଛି । ସ୍ୱାଧୀନ ସଂସ୍ଥା ଦ୍ୱାରା ଆଇଆଇଏମର ପ୍ରଦର୍ଶନ ଆକଳନ କରାଯିବ ଏବଂ ଫଳାଫଳକୁ ସାଧାରଣରେ ଉପସ୍ଥାପନ କରିବାର ବ୍ୟବସ୍ଥା ମଧ୍ୟ ଏହି ବିଲରେ କରାଯାଇଛି । ପ୍ରତିଷ୍ଠାନର ବାର୍ଷିକ ବିବରଣୀ ସଂସଦରେ ଉପସ୍ଥାପନ କରାଯାଉଥିବାରୁ ସିଏଜି ସଂସ୍ଥା ଏହାର ଏକାଉଂଟ ଅଡିଟ୍ କରିପାରିବେ । ଆଇଆଇଏମ୍ ନିମନ୍ତେ ଏକ ସମନ୍ୱୟ ଫୋରମ୍ ରହିବ ଯାହା ପରାମର୍ଶଦାତା ପରିଷଦ ଭାବେ କାର୍ଯ୍ୟ କରିବ ।