ହାଇଦ୍ରାବାଦ ମୁକ୍ତି ଦିବସ ଆମ ଦେଶର ଇତିହାସରେ ଏକ ପ୍ରମୁଖ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ହାଇଦ୍ରାବାଦ ଏକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ପଟେଲଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି ।
କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଷାନ୍ ରେଡ୍ଡୀ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ଅବସରରେ କରିଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ହାଇଦ୍ରାବାଦ ମୁକ୍ତି ଦିବସ ଆମ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ । ଆଜି ଆମେ ଗର୍ବର ସହ ଏକତାର ଭାବନା ଏବଂ ଦେଶର ଏକତା ପାଇଁ ହୋଇଥିବା ବଳିଦାନକୁ ମନେପକାଉଛୁ । ଆସନ୍ତୁ ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଯିଏ ହାଇଦ୍ରାବାଦ ବିଲୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ମୁଁ ଖୁସି ଯେ, ଭାରତ ସରକାର ବଡ଼ ଉତ୍ସାହର ସହ ହାଇଦ୍ରାବାଦରେ ଏହି ଦିବସ ପାଳନ କରୁଛନ୍ତି ।’
మన దేశ చరిత్రలో హైదరాబాద్ విమోచన దినోత్సవం ఒక కీలక ఘట్టం. ఈ రోజు మనం హైదరాబాద్లో పరిఢవిల్లుతున్న ఐక్యతా స్ఫూర్తినీ, దేశ సమైక్యత కోసం చేసిన త్యాగాలను సగర్వంగా స్మరించుకుంటున్నాం. హైదరాబాద్ను విలీనం చేయడంలో ఆదర్శవంతమైన పాత్ర పోషించిన సర్దార్ పటేల్కు నివాళులు అర్పిద్దాం.ఈ… https://t.co/IsVDyYKc1E
— Narendra Modi (@narendramodi) September 17, 2023