ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବ ଏବଂ ଦିଲ୍ଲୀ ସମେତ ବଡ଼ ବଡ଼ ସହର ସହ ଯୋଗାଯୋଗ କରିବାରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିବ। ଉତ୍ତରପ୍ରଦେଶର ଚିତ୍ରକୁଟରେ 296 କିଲୋମିଟର ଲମ୍ବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଏକ୍ସପ୍ରେସୱେ ବୁନ୍ଦେଲଖଣ୍ଡ ଅଞ୍ଚଳକୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେ ଏବଂ ଯମୁନା ଏକ୍ସପ୍ରେସ-ୱେ ଦେଇ ଜାତୀୟ ରାଜଧାନୀ ଦିଲ୍ଲୀ ସହିତ ସଂଯୋଗ କରିବ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ବୁନ୍ଦେଲଖଣ୍ଡର ଉତ୍ତରପ୍ରଦେଶର ଡିଫେନ୍ସ କରିଡର ସହିତ ଏକ୍ସପ୍ରେସୱେ ଏହି ଅଞ୍ଚଳର ସାମାଜିକ-ଆର୍ଥିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବ, ବିଶ୍ୱରେ ପ୍ରତିରକ୍ଷା ହାର୍ଡୱେର ରପ୍ତାନିକୁ ସୁଗମ କରିବ, ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଭବିଷ୍ୟତରେ ଏକ ପ୍ରମୁଖ ‘ମେକ୍ ଇନ୍ ଇଣ୍ଡିଆ’ ହବ୍ ହେବ |