ଟାଇମ୍ସ ନାଓ ସମ୍ମିଳନୀରେ ,ଟାୟାର- 2 ଓ ଟାୟାର- 3 ସହରମାନଙ୍କର ବିକାଶ ଉପରେ ଆଲୋକପାତ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଏହି ସହରଗୁଡ଼ିକ ଆର୍ଥିକ ଗତିବିଧିର ନୂଆ କେନ୍ଦ୍ର ହେଉଛି ,ଯାହା ଡିଜିଟାଲ ଦେଣନେଣରେ ବୃଦ୍ଧି ଏବଂ ଷ୍ଟାର୍ଟଅପ ପଂଜୀକରଣର ଅଭିବୃଦ୍ଧିଶୀଳ ସଂଖ୍ୟା ଯୋଗୁ ହେଉଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଟାୟାର- 2 ଓ ଟାୟାର- 3 ସହରରେ ଗରିବ ଏବଂ ମଧ୍ୟମ ବର୍ଗର ଅଧିକାଂଶ ସଂଖ୍ୟା ରହିଥିଲା ଏବଂ ଏଥିପାଇଁ ,ପ୍ରଥମଥର ସରକାର ଛୋଟ ସହରମାନଙ୍କ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେଉଛନ୍ତି ଏବଂ ତା'ସହିତ କାର୍ଯ୍ୟ କରି ସେଠାରେ ରହୁଥିବା ଲୋକମାନଙ୍କ ଆକାଂକ୍ଷା ଉପରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ,5 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟର ଲୋକମାନଙ୍କ ଉପରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଶୂନ୍ୟ ଟିକସ ପଦକ୍ଷେପ ଏବଂ ଏହା ଦ୍ୱାରା ସେମାନଙ୍କୁ କିଭଳି ଉପକାର ମିଳୁଛି ତାହା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ,ଆମେ ଟାୟାର-2 ଓ ଟାୟାର-3 ସହରରେ ତୀବ୍ର ଗତିରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦେଉଛୁ ଏବଂ ରାଜପଥ ଓ ରେଳ ଯୋଗାଯୋଗର ଦ୍ରୁତ ଉନ୍ନତି ହେଉଛି ।