କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେଠାକାର ବିରୋଧି ଦଳ ନେତା ମହାମାନ୍ୟ ଶ୍ରୀ ରାଇଲା ଓଡିଙ୍ଗା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଦଶବର୍ଷ ତଳେ ସେମାନଙ୍କ ନିବିଡତା ସମ୍ବନ୍ଧରେ ମନେପକାଇଥିଲେ ଯେତେବେଳେ କି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେ କେନିଆ ଗସ୍ତରେ ଯାଇଥିଲେ । ଶ୍ରୀ ଓଡିଙ୍ଗା ମଧ୍ୟ 2009 ଓ 2012ରେ ତାଙ୍କ ଭାରତ ଗସ୍ତର ଅଭୁଲା ସ୍ମୃତିକୁ ମନେ ପକାଇଥିଲେ ।
ଦୁଇ ନେତା ଗତ କିଛି ବର୍ଷ ହେବ ଭାରତ ଓ କେନିଆ ମଧ୍ୟରେ ଥିବା ସମ୍ପର୍କରେ ହୋଇଥିବା ପ୍ରଗତି ସହ ପାରସ୍ପରିକ ସ୍ଵାର୍ଥ ଜଡିତ ଆଂଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।