ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ରାଜନୀତିକ ଓ ଆଇନ ବ୍ୟାପାର କମିଶନ ସଚିବ ମହାମହିମ ମେଙ୍ଗ୍ ଜିଆନ୍ଝୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଗତ ଦୁଇବର୍ଷ ଧରି ଭାରତ ଓ ଚୀନ ମଧ୍ୟରେ ଉଚ୍ଚସ୍ତରୀୟ ଗସ୍ତର ବ୍ୟାପକ ବିନିମୟକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରି କହିଛନ୍ତି ଯେ ଏଭଳି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ରଣନୀତିକ ବୁଝାମଣା ସ୍ଥାପନ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ୨୦୧୫ ମଇ ମାସରେ ତାଙ୍କର ସଫଳ ଦ୍ୱିପାକ୍ଷିକ ଚୀନ ଗସ୍ତକୁ ସ୍ମରଣ କରିବା ସହ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ୨୦୧୬ ସେପ୍ଟେମ୍ବରରେ ହାଙ୍ଗଜୁ ଗସ୍ତକୁ ମଧ୍ୟ ମନେ ପକାଇଥିଲେ ।
ଦୁଇ ନେତା ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସମେତ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ ହେଉଛି ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ସବୁଠୁ ବଡ଼ ବିପଦ । ଆତଙ୍କବାଦ ମୁକାବିଲା ସମ୍ପର୍କିତ ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ସେ ସ୍ୱାଗତ କରିଥିଲେ ।