ପ୍ରଧାନମନ୍ତ୍ରୀ ଭାରତର 130 କୋଟି ଲୋକଙ୍କ ତରଫରୁ ଆଫଗାନିସ୍ତାନ ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ଆଜି ଆଫଗାନିସ୍ତାନ ସ୍ଵାଧିନତାର 100 ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ତରଫରୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।
ସମସ୍ତ କ୍ଷେତ୍ରରେ ଭାରତର ଦୃଢ ସମର୍ଥନ ଲାଗି ପୂର୍ବତନ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଲାଗି ନିଜର ଖୁସି ପ୍ରକଟ କରିଥିଲେ ।
ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ସମେତ ଐକ୍ୟ ଓ ଆଫଗାନିସ୍ତାନର ପୂର୍ଣ୍ଣ ସ୍ଵାଧୀନତାରେ ଭାରତର ସମର୍ଥନ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।