ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟ , ଯେଉଁଥିରେ ମାକ୍ରୋନ୍ ତାଙ୍କର ନିକଟରେ ଭାରତ ଗସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି,, ତାହା ଉପରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ସେ ନିକଟରେ ଭାରତ ଗସ୍ତ କରିଥିବାର ଝଲକ ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ;
ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଆପଣଙ୍କୁ ଭାରତରେ ସମ୍ମାନିତ କରିବା ଏକ ଗୌରବର ବିଷୟ । ଆପଣଙ୍କ ଗସ୍ତ ଏବଂ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ ନିଶ୍ଚିତ ଭାବରେ ଭାରତ - ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତାକୁ ବଢ଼ାଇବ ।
It was an honour to have you in India, President @EmmanuelMacron. Your visit and participation in the Republic Day celebrations will surely boost India-France friendship. https://t.co/77BMb0Ye4G
— Narendra Modi (@narendramodi) February 4, 2024