ଗୁଜୁରାଟରେ ବିଶ୍ୱର ଉଚ୍ଚତମ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବ ଗୌଡା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଅତୀତରେ ଅହମ୍ମଦାବାଦ ବିମାନବନ୍ଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରେ ନାମିତ ହେବା ଏବଂ ଗୁଜୁରାଟରେ ତାଙ୍କ ନିଜ ସହର ନାଦିଆଦରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମାରକୀ ନିର୍ମିତ ହେବା ସମ୍ବନ୍ଧରେ ସେ ସ୍ମରଣ କରିଥିଲେ ।
ଭାରତର ଲୌହ ମାନବଙ୍କର ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣ ହେବାରେ ଏସବୁର ତାର୍କିକ ଅନ୍ତ ଘଟିଥିଲା । ସେ ମଧ୍ୟ କହିଥିଲେ ଯେ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସ୍ୱଦେଶୀ ଶୈଳୀରେ ନିର୍ମାଣ କରାଯାଇଛି ଏବଂ ସେଥିପାଇଁ ଉଭୟ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ଓ ‘ସର୍ଦ୍ଦାର ସରୋବର ଡ୍ୟାମ’ର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ବିଶ୍ୱବ୍ୟାପୀ ପରିଦର୍ଶକ ଏହି ସ୍ଥାନଗୁଡ଼ିକର ପରିଦର୍ଶନ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବ ଗୌଡା ଷ୍ଟାଚ୍ୟୁ ଅଫ ୟୁନିଟି ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି ।