PM Modi conferred the Philip Kotler Presidential award
Philip Kotler Award Citation: PM Modi’s selfless service towards India, combined with his tireless energy has resulted in extraordinary economic, social and technological advances in the country
Philip Kotler Award Citation: Under PM Modi’s leadership, India is now identified as the Centre for Innovation and Value Added Manufacturing
PM Modi’s visionary leadership has also resulted in the Digital Revolution, cites Philip Kotler Award

ନୂଆଦିଲ୍ଲୀର 7 ଲୋକ କଲ୍ୟାଣ ମାର୍ଗଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ପୁରସ୍କାର ତିନୋଟି ଆଧାର – ପିପୁଲ, ପ୍ରଫିଟ ଏବଂ ପ୍ଲାନେଟ ଉପରେ କେନ୍ଦ୍ରିତ । ଏହି ପୁରସ୍କାର ପ୍ରତ୍ୟେକ ବର୍ଷ କୌଣସି ଏକ ରାଷ୍ଟ୍ରର ନେତାଙ୍କୁ ପ୍ରଦାନ କରାଯାଇଥାଏ ।

ପ୍ରଶସ୍ତିପତ୍ରରେ କୁହାଯାଇଛି ଯେ;

ଦେଶକୁ ଉଚ୍ଚକୋଟୀର ନେତୃତ୍ୱ ପ୍ରଦାନ କରିବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୟନ କରାଯାଇଛି । ଦେଶ ପାଇଁ ଅଦମ୍ୟ ଉତ୍ସାହ ସହିତ ତାଙ୍କର ନିଃସ୍ୱାର୍ଥପର ସେବା କାରଣରୁ ଦେଶ ଚମତ୍କାର ଆର୍ଥିକ,ସାମାଜିକ ଏବଂ ଶିଳ୍ପଭିତ୍ତିକ ବିକାଶ ହାସଲ କରିଛି ।

ପ୍ରଶସ୍ତିରେ କୁହାଯାଇଛି ଯେ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ପରିଚୟ ଏବେ ଉଦ୍ଭାବନ ଏବଂ ମୂଲ୍ୟ ବର୍ଦ୍ଧିତ ଉତ୍ପାଦନ କେନ୍ଦ୍ର (ମେକ ଇନ ଇଣ୍ଡିଆ) ସହିତ ସୂଚନା ପ୍ରଯୁକ୍ତି, ଏକାଉଣ୍ଟିଂ ଏବଂ ଅର୍ଥ ଭଳି ପେସାଦାର ସେବାର କେନ୍ଦ୍ର ରୂପେ ପ୍ରତିଷ୍ଠିତ ହୋଇଛି ।

ପ୍ରଶସ୍ତି ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ତାଙ୍କର ଦୂରଦର୍ଶୀ ନେତୃତ୍ୱ କାରଣରୁ ସାମାଜିକ ଲାଭ ଏବଂ ଆର୍ଥିକ ସମାବେଶନ ନିମନ୍ତେ ବିଶିଷ୍ଟ ପରିଚୟ ସଂଖ୍ୟା – ଆଧାର ସହିତ ଡିଜିଟାଲ ଇଣ୍ଡିଆ (ଡିଜିଟାଲ ଇଣ୍ଡିଆ) ବିପ୍ଳବ ଆଣିପାରିଛି । ଏହାଦ୍ୱାରା ଉଦ୍ୟମିତ, ବ୍ୟବସାୟିକ ସୁଗମତା ଏବଂ ଦେଶ ପାଇଁ ଏକବିଂଶ ଶତାବ୍ଦୀର ଢାଂଚାଗତ ବିକାଶରେ ସହାୟତା ମିଳିପାରିଛି ।

ଏଥିରେ ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ଭଳି ପଦକ୍ଷେପର ଉଲ୍ଲେଖ କରାଯାଇଛି । ଯଦ୍ଦ୍ୱାରା ଭାରତ ସାରା ବିଶ୍ୱରେ ସବୁଠୁ ଆକର୍ଷଣୀୟ ଉତ୍ପାଦନ ଏବଂ ବ୍ୟବସାୟିକ କେନ୍ଦ୍ର ଭାବେ ଉଭା ହୋଇଛି ।

ପ୍ରଫେସର ଫିଲିପ କୋଟଲର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି, କେଲଗ ସ୍କୁଲ ଅଫ ମ୍ୟାନେଜମେଂଟରେ ମାର୍କେଟିଂର ବିଶ୍ୱ ପ୍ରସିଦ୍ଧ ପ୍ରଫେସର । ଅସୁସ୍ଥତା କାରଣରୁ ପ୍ରଫେସର କୋଟଲର ଆସିପାରିନଥିବା ବେଳେ ଆମେରିକାର ଜର୍ଜିଆରେ ଇମୋରୀ ବିଶ୍ୱବିଦ୍ୟାଳୟର ଡ. ଜଗଦୀଶ ସେଠଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରସ୍କାର ହସ୍ତାନ୍ତର ଲାଗି ପଠାଇଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
When PM Modi Fulfilled A Special Request From 101-Year-Old IFS Officer’s Kin In Kuwait

Media Coverage

When PM Modi Fulfilled A Special Request From 101-Year-Old IFS Officer’s Kin In Kuwait
NM on the go

Nm on the go

Always be the first to hear from the PM. Get the App Now!
...
Under Rozgar Mela, PM to distribute more than 71,000 appointment letters to newly appointed recruits
December 22, 2024

Prime Minister Shri Narendra Modi will distribute more than 71,000 appointment letters to newly appointed recruits on 23rd December at around 10:30 AM through video conferencing. He will also address the gathering on the occasion.

Rozgar Mela is a step towards fulfilment of the commitment of the Prime Minister to accord highest priority to employment generation. It will provide meaningful opportunities to the youth for their participation in nation building and self empowerment.

Rozgar Mela will be held at 45 locations across the country. The recruitments are taking place for various Ministries and Departments of the Central Government. The new recruits, selected from across the country will be joining various Ministries/Departments including Ministry of Home Affairs, Department of Posts, Department of Higher Education, Ministry of Health and Family Welfare, Department of Financial Services, among others.