ଶ୍ରୀଯୁକ୍ତ ରାଷ୍ଟ୍ରପତି,

ମୁଁ ଆପଣଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ମୁଁ ଜିଲ ବିଡେନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣ ମୋତେ ଏବଂ ଆମ ପ୍ରତିନିଧୀ ଦଳକୁ ଯେଭଳି ସ୍ୱାଗତ କଲେ ସେଥିପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି ଏବଂ ଆଜି ମଧ୍ୟ ଆପଣ ହ୍ୱାଇଟ ହାଉସର ଦ୍ୱାରକୁ ଭାରତୀୟ ସମ୍ପ୍ରଦାୟ ପାଇଁ ଖୋଲିଛନ୍ତି ଏବଂ ଆମେରିକା ମଧ୍ୟରେ ଭବିଷ୍ୟତର ରଣନୀତିକ ସମ୍ପର୍କର ସାକ୍ଷୀ ହେବା ପାଇଁ ହଜାର ହଜାର ଭାରତୀୟ ଆମ ମଧ୍ୟରେ ଥିଲେ ।

ମାନ୍ୟବର,

ଆପଣ ସର୍ବଦା ଭାରତର ଜଣେ ଶୁଭେଛୁ ଅଟନ୍ତି ଏବଂ ଯେତେବେଳେ ବି ଆପଣ ଯେଉଁଠାରେ ସୁଯୋଗ ପାଇଛନ୍ତି, ଆପଣ ସର୍ବଦା ଭାରତ-ଆମେରିକା ସମ୍ପର୍କର ଗୁରୁତ୍ୱ ଉପରେ ଜୋର ଦେଇ ଆସୁଛନ୍ତି ଏବଂ ମୋର ମନେ ଅଛି ଯେ ୮ ବର୍ଷ ପୂର୍ବେ, ୟୁଏସ୍‌-ଇଣ୍ଡିଆ ବ୍ୟବସାୟ ପରିଷଦକୁ ସମ୍ବୋଧିତ କରିବାବେଳେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଆପାଣ କହିଥିଲେ - ଭାରତର ସର୍ବୋତ୍ତମ ବନ୍ଧୁ ହେବା ଆମର ଲକ୍ଷ୍ୟ । ଆପଣଙ୍କର ଏହି ଶବ୍ଦଗୁଡ଼ିକ ଆଜି ମଧ୍ୟ ଶୁଣାଯାଉଛି । ଭାରତ ପ୍ରତି ଆପଣଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ଆମକୁ ଅନେକ ସାହସିକ ଏବଂ ଉଚ୍ଚାଭିଳାଷୀ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଉଛି ।

ଆଜି ଭାରତ ଏବଂ ଆମେରିକା ମହାକାଶର ଉଚ୍ଚତାରୁ ସମୁଦ୍ରର ଗଭୀରତା ପର୍ଯ୍ୟନ୍ତ, ପ୍ରାଚୀନ ସଂସ୍କୃତିଠାରୁ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ।

କୂଟନୈତିକ ଦୃଷ୍ଟିକୋଣରୁ ଯେତେବେଳେ କୌଣସି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଢିଉଠେ, ଏହା ସାଧାରଣତଃ ଆନୁଷ୍ଠାନିକ ମିଳିତ ବିବୃତ୍ତି, କାର୍ଯ୍ୟ ଗୋଷ୍ଠୀ ଏବଂ ଏମଓୟୁ ବିଷୟରେ ହୋଇଥାଏ । ପ୍ରକୃତରେ, ଏହାର ନିଜସ୍ୱ ଗୁରୁତ୍ୱ ଅଛି କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆଗକୁ ବଢ଼ାଉଥିବା ପ୍ରକୃତ ଇଞ୍ଜିନ୍ ହେଉଛି ଆମର ଶକ୍ତିଶାଳୀ ଲୋକ ସମ୍ପର୍କ । ଏବଂ ହ୍ୱାଇଟ ହାଉସର ଲନରେ ବାହାରେ ଏହି ଇଞ୍ଜିନର ଏକ ଉଚ୍ଚ ଶବ୍ଦ ଶୁଣିଲୁ ।

ମାନ୍ୟବର,

ଆପଣ ଯାହା କହିଛନ୍ତି ମୁଁ ତାହାର ପୁନରାବୃତ୍ତି କରିବାକୁ ଚାହେଁ । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱସ୍ତରୀୟ ପରିସ୍ଥିତିରେ, ସମସ୍ତଙ୍କ ଆଖି ଦୁନିଆର ଦୁଇଟି ବୃହତ ଗଣତାନ୍ତ୍ରିକ ଦେଶ ଯଥା ଭାରତ ଏବଂ ଆମେରିକା ଉପରେ । ମୋର ବିଶ୍ୱାସ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱର ଶାନ୍ତି ଏବଂ ସ୍ଥିରତା ତଥା ମାନବଜାତିର କଲ୍ୟାଣ ପାଇଁ ଆମର ସମସ୍ତ ରଣନୀତିକ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୁଁ ନିଶ୍ଚିତ ଯେ ଆମେ ଏକତ୍ର ଭାବେ ସମଗ୍ର ବିଶ୍ୱର ସାମର୍ଥ୍ୟ ବୃଦ୍ଧି କରିବାରେ ନିଶ୍ଚିତ ଭାବରେ ସଫଳ ହେବୁ । 

ଆଜି ଆମର ଆଲୋଚନା ସମୟରେ, ଆମେ ଏହିପରି ଅନେକ ବିଷୟ ଉପରେ ଆଲୋଚନା କରିବା ଏବଂ ଆମର ରଣନୀତିକ ସମ୍ପର୍କକୁ ଏକ ନୂତନ ଦିଗ ଯୋଗ କରିବା । ଆମ ବନ୍ଧୁତା ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
‘Make in India’ is working, says DP World Chairman

Media Coverage

‘Make in India’ is working, says DP World Chairman
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”