ଏହି ଅବସରରେ ସ୍କାରକ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚିତ
“ନୂଆ ସଂସଦ ଭବନ ୧୪୦କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ”
“ଏହା ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ପ୍ରଦାନ କରେ”
“ଭାରତ ଯେତେବେଳେ ଆଗକୁ ବଢେ, ତା ସହିତ ସମଗ୍ର ପୃଥିବୀ ଆଗକୁ ଗତି କରେ”
ଏହା ଆମର ସୌଭାଗ୍ୟ ଯେ ଆମେ ପବିତ୍ର ସେଙ୍ଗୋଲ (ରାଜଦଣ୍ଡ)ର ମର୍ଯ୍ୟାଦା ପୁନରୁଦ୍ଧାର କରିପାରିଛୁ”
“ଗୃହର ଅଧିବେଶନ କାଳରେ ଏହି ସେଙ୍ଗୋଲ ଆମକୁ ଉତ୍ସାହିତ କରିବ”
“ଆମ ଗଣତନ୍ତ୍ର ଆମର ପ୍ରେରଣା ଓ ଆମ ସମ୍ବିଧାନ ଆମର ସଂକଳ୍ପ”
“ଅମୃତ କାଳ ଏକ କାଳଖଣ୍ଡ ଯାହା ବିକାଶକୁ ନୂଆ ଗତି ଓ ଦିଗ ଦେବା ସହିତ ଆମ ଐତିହ୍ୟକୁ ସୁରକ୍ଷିତ ରଖିବ”
“ଆଜିର ଭାରତ ଦାସତ୍ୱର ମନୋଭାବକୁ ପରିହାର କରି ଆମ ପ୍ରାଚୀନ କାଳର ଗୌରବକୁ ଆଲିଙ୍ଗନ କରୁଛି ।”ଏହି ନୂଆ ସଂସଦ ଭବନ ସେହି ପ୍ରୟାସର ଏକ ଜୀବନ୍ତ ଉଦାହରଣ”
“ନୂଆ ସଂସଦର ପ୍ରତ୍ୟେକ ଇଟା, ପ୍ରତିଟି କାନ୍ଥ,ପ୍ରତ୍ୟେକ ରେଣୁ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବ”
“ଏହା ୧୪୦ କୋଟି ଭାରତୀୟଙ୍କ ସଂକଳ୍ପ ଯାହା ନୂଆ ଭବନକୁ ଅଭିଷିକ୍ତ କରିଛି”
ଏହି ଗୌରବୋଜ୍ଜ୍ୱଳ ଘଟଣା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଲୋକସଭାର ବାଚସ୍ପତି ଆଦରଣୀୟ ଶ୍ରୀ ଓମ୍ ବିର୍ଲା ମହୋଦୟ, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ମହୋଦୟ, ମାନନୀୟ ସାଂସଦଗଣ, ସମସ୍ତ ବରିଷ୍ଠ ଜନପ୍ରତିନିଧି, ବିଶିଷ୍ଟ ଅତିଥି, ଅନ୍ୟ ସମସ୍ତ ମହାନୁଭବ, ଏବଂ ମୋର ପ୍ରିୟ ଦେଶବାସୀଗଣ !

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ କିଛି ଏଭଳି କ୍ଷଣ ଆସିଥାଏ, ଯାହା ସଦା ସର୍ବଦା ପାଇଁ ଅମର ହୋଇ ଯାଇଥାଏ। କିଛି ତାରିଖ, ସମୟର କପାଳରେ ଅବିସ୍ମରଣୀୟ ସ୍ୱାକ୍ଷର ହୋଇ ରହଶ ଯାଇଥାଏ । ଆଜି 28 ମଇ, 2023ର ଏହି ଦିନ ହେଉଛି ଏଭଳି ଏକ ଶୁଭ ଅବସର। ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅମୃତ ମହୋତ୍ସବରେ ଭାରତର ଲୋକମାନେ ନିଜ ଗଣତନ୍ତ୍ରକୁ ସଂସଦର ଏହି ନୂତନ ଭବନର ଉପହାର ଦେଇଛନ୍ତି । ଆଜି ସକାଳେ ହିଁ, ସଂସଦ ଭବନ ପରିସରରେ, ସର୍ବଧର୍ମ ପ୍ରାର୍ଥନା ହୋଇଛି। ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ଗଣତନ୍ତ୍ରର ଏହି ସ୍ୱର୍ଣ୍ଣିମ କ୍ଷଣ ନିମନ୍ତେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଏହା କେବଳ ମାତ୍ର ଏକ ଭବନ ନୁହେଁ। ଏହା ହେଉଛି 140 କୋଟି ଦେଶବାସୀଙ୍କର ଆକାଂକ୍ଷା ଏବଂ ସ୍ୱପ୍ନ ଗୁଡ଼ିକର ପ୍ରତିବିମ୍ବ । ଏହା ହେଉଛି ବିଶ୍ୱକୁ ଭାରତର ଦୃଢ଼ ସଂକଳ୍ପ ଦେଉଥିବା ଆମର ଗଣତନ୍ତ୍ରର ମନ୍ଦିର । ଏହି ନୂତନ ସଂସଦ ଭବନ, ଯୋଜନାକୁ ଯଥାର୍ଥ ଭାବେ, ନୀତିକୁ ନିର୍ମାଣରେ, ଇଚ୍ଛାଶକ୍ତିକୁ କ୍ରିୟାଶକ୍ତିରେ, ସଂକଳ୍ପକୁ ସିଦ୍ଧିରେ ଯୋଡ଼ିବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ । ଏହି ନୂତନ ଭବନ, ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ପାଲଟିବ । ଏହି ନୂତନ ଭବନ ଆତ୍ମନିର୍ଭର ଭାରତର ସୂର୍ଯ୍ୟୋଦୟର ସାକ୍ଷୀ ପାଲଟିବ । ଏହି ନୂତନ ଭବନ, ବିକଶିତ ଭାରତର ସଂକଳ୍ପ ସିଦ୍ଧିରେ ପରିଣତ ହେଉଥିବାର ଦେଖିବ । ଏହି ନୂତନ ଭବନ ହେଉଛି, ନୂତନ ଏବଂ ପୁରାତନ ସହ- ଅସ୍ତିତ୍ୱର ମଧ୍ୟ ଆଦର୍ଶ ।

ସାଥୀଗଣ,

ନୂତନ ପଥରେ ଚାଲିକରି ହିଁ ନୂତନ ପ୍ରତିମାମାନ ଗଠନ କରାଯାଇଥାଏ । ଆଜି ନୂତନ ଭାରତ, ନୂତନ ଲକ୍ଷ୍ୟ ସ୍ଥିର କରୁଛି, ନୂତନ ପଥ ପ୍ରସ୍ତୁତ କରୁଛି । ନୂତନ ଉତ୍ସାହ, ନୂତନ ଉଦ୍ଦୀପନା ଅଛି। ନୂତନ ଯାତ୍ରା ଅଛି, ନୂତନ ଚିନ୍ତାଧାରା ଅଛି । ଦିଗ ନୂତନ ଅଛି, ନୂଆ ଦୃଷ୍ଟି ମଧ୍ୟ ଅଛି । ନୂତନ ସଂକଳ୍ପ ଅଛି, ନୂତନ ବିଶ୍ୱାସ ମଧ୍ୟ ଅଛି । ଆଉ ଆଜି ପୁଣିଥରେ ସମଗ୍ର ବିଶ୍ୱ, ଭାରତକୁ, ଭାରତର ସଂକଳ୍ପର ଦୃଢ଼ତାକୁ, ଭାରତବାସୀଙ୍କର ପ୍ରଖରତାକୁ, ଭାରତୀୟ ଜନଶକ୍ତିର ଜୀବନକୁ, ଆଦର ଏବଂ ଆଶାର ଭାବନା ସହିତ ଦେଖୁଛି। ଯେତେବେଳେ ଭାରତ ଆଗକୁ ଅଗ୍ରସର ହେଉଛି ସେତେବେଳେ ବିଶ୍ୱ ଆଗକୁ ବଢ଼ୁଛି । ସଂସଦର ଏହି ନୂତନ ଭବନ, ଭାରତର ବିକାଶ ସହିତ, ବିଶ୍ୱର ବିକାଶକୁ ମଧ୍ୟ ଆହ୍ୱାନ କରିବ ।

ସାଥୀଗଣ,

ଆଜିର ଏହି ଐତିହାସିକ ଅବସରରେ, କିଛି ଦିନ ପୂର୍ବେ ସଂସଦର ଏହି ନୂତନ ଭବନରେ ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡକୁ ମଧ୍ୟ ସ୍ଥାପନ କରାଯାଇଛି । ମହାନ ଚୋଳ ସାମ୍ରାଜ୍ୟର ରାଜଦଣ୍ଡକୁ କର୍ତ୍ତବ୍ୟପଥର, ସେବାପଥର, ରାଷ୍ଟ୍ରପଥର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା । ରାଜାଜୀ ଏବଂ ଆଦିନମ୍ ର ସନ୍ଥମାନଙ୍କର ମାର୍ଗଦର୍ଶନରେ ଏହି ରାଜଦଣ୍ଡ କ୍ଷମତା ହସ୍ତାନ୍ତରଣର ପ୍ରତୀକ ପାଲଟିଥିଲା । ତାମିଲନାଡୁରୁ ବିଶେଷ ଭାବେ ଆସିଥିବା ଆଧିନମ୍ ର ସନ୍ଥ ଆଜି ସକାଳେ ସଂସଦ ଭବନରେ ଆମକୁ ଆଶୀର୍ବାଦ ଦେବାକୁ ଉପସ୍ଥିତ ହୋଇଥିଲେ । ମୁଁ ସେମାନଙ୍କୁ ପୁଣି ଶ୍ରଦ୍ଧାପୂର୍ବକ ପ୍ରଣମା କରୁଛି । ସେମାନଙ୍କର ମାର୍ଗଦର୍ଶନରେ ହିଁ ଏହି ପବିତ୍ର ରାଜଦଣ୍ଡ ସ୍ଥାପିତ ହୋଇଛି । ବିଗତ ଦିନରେ ଗଣମାଧ୍ୟମରେ ଏହାର ଇତିହାସ ସହିତ ଜଡ଼ିତ ବହୁତ କିଛି ତଥ୍ୟ ସାମ୍ନାକୁ ଆସିଛି । ମୁଁ ଏହାର ବିସ୍ତୃତ ଦିଗକୁ ଯିବାକୁ ଚାହୁଁନାହିଁ । କିନ୍ତୁ ମୁଁ ସ୍ୱୀକାର କରୁଛି ଯେ, ଏହା ହେଉଛି ଆମର ସୌଭାଗ୍ୟ ଯେ ଆମେ ଏହି ପବିତ୍ର ରାଜଦଣ୍ଡକୁ ତାହାର ଗରିମା ଫେରାଇ ପାରିଛେ, ତାହାର ମାନ-ମର୍ଯ୍ୟାଦା ଫେରାଇ ପାରିଛେ । ଯେତେବେଳେ ମଧ୍ୟ ଏହି ସଂସଦ ଭବନର କାର୍ଯ୍ୟ ଆରମ୍ଭ ହେବ, ଏହି ରାଜଦଣ୍ଡ ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଥିବ।

ସାଥୀଗଣ,

ଭାରତ କେବଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହିଁ ନୁହେଁ, ବରଂ ହେଉଛି ଗଣତନ୍ତ୍ରର ଜନନୀ ମଧ୍ୟ, ହେଉଛି ମଧ୍ୟ ମଦର ଅଫ୍ ଡେମୋକ୍ରାସି। ଭାରତ ଆଜି ହେଉଛି ବୈଶ୍ୱିକ ଗଣତନ୍ତ୍ରର ମଧ୍ୟ ବହୁତ ବଡ଼ ଆଧାର। ଗଣତନ୍ତ୍ର ଆମ ପାଇଁ କେବଳ ଏକ ବ୍ୟବସ୍ଥା ନୁହେଁ, ହେଉଛି ଏକ ସଂସ୍କାର, ହେଉଛି ଏକ ବିଚାର, ହେଉଛି ଏକ ପରମ୍ପରା। ଆମର ବେଦ ଆମକୁ ସଭା ଏବଂ ସମିତିଗୁଡ଼ିକର ଗଣତାନ୍ତ୍ରିକ ଆଦର୍ଶ ଶିଖାଇଥାଏ । ମହାଭାରତ ଭଳି ଗ୍ରନ୍ଥରେ ଲୋକ ଏବଂ ଗଣତନ୍ତ୍ରର ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଥିବା ମିଳିଥାଏ । ଆମେ ବୈଶାଳୀ ଭଳି ଗଣତନ୍ତ୍ର ମଧ୍ୟରେ ବଂଚି ଦେଖାଇଛୁ। ଆମେ ଭଗବାନ ବସବେଶ୍ୱରଙ୍କ ଅନୁଭବ ମଣ୍ଟପାଙ୍କୁ ଆମର ଗୌରବ ଭାବେ ବିବେଚନା କରୁଛୁ । ତାମିଲନାଡ଼ୁରେ ମିଳିଥିବା ଖ୍ରୀଷ୍ଟପୂର୍ବ 900ର ଶିଳାଲେଖ ଆଜି ମଧ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଆମର ଗଣତନ୍ତ୍ର ହିଁ ହେଉଛି ଆମର ପ୍ରେରଣା, ଆମର ସମ୍ବିଧାନ ହିଁ ହେଉଛି ଆମର ସଂକଳ୍ପ । ଏହି ପ୍ରେରଣା, ଏହି ସଂକଳ୍ପର ସବୁଠାରୁ ଶ୍ରେଷ୍ଠ ପ୍ରତିନିଧି ଯଦି କେହି ଅଛି, ତେବେ ତାହା ହେଉଛି ଆମର ସଂସଦ । ଆଉ ଏହି ସଂସଦ ଦେଶର ଯେଉଁ ସମୃଦ୍ଧ ସଂସ୍କୃତିର ପ୍ରତିନିଧିତ୍ୱ କରୁଛି, ତାହାର ଉଦଘୋଷ କରୁଛି- ଶେତେ ନିପଦ୍ୟ- ମାନସ୍ୟ ଚରାତି ଚରତୋ ଭଗଃ ଚରୈବେତି, ଚରୈବେତି- ଚରୈବେତି। । କହିବାର ତାତ୍ପର୍ଯ୍ୟ ଯାହା ଅଟକି ଯାଇଥାଏ, ତାହାର ଭାଗ୍ୟ ମଧ୍ୟ ଅଟକି ଯାଇଥାଏ। କିନ୍ତୁ ଯିଏ ଚାଲି ରହିଥାଏ, ତାହାର ଭାଗ୍ୟ ଆଗକୁ ବଢ଼ିଥାଏ, ଶୀଖର ଛୁଇଁଥାଏ। ଆଉ ଏଥିପାଇଁ, ଚାଲୁଥାଅ, ଚାଲୁଥାଅ। ପରାଧୀନତା ପରେ ଆମ ଭାରତ ବହୁତ କିଛି ହରାଇ ନିଜର ନୂତନ ଯାତ୍ରା ଆରମ୍ଭ କରିଥିଲା। ସେହି ଯାତ୍ରା କେତେ ହିଁ ଉଥାନ ପତ୍ତନ ଦେଇ, କେତେ ଆହ୍ୱାନର ମୁକାବିଲାକୁ ଅତିକ୍ରମ କରି, ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରି ସାରିଛି। ସ୍ୱାଧୀନତାର ଏହି ଅମୃତକାଳ - ପରମ୍ପରାକୁ ସଜାଇ ବିକାଶର ନୂତନ ସୋପାନ ଗଢ଼ିବାର ହେଉଛି ଅମୃତ କାଳ। ସ୍ୱାଧୀନତାର ଏହି ଅମୃତକାଳ- ଦେଶକୁ ନୂତନ ପଥ ପ୍ରଦର୍ଶନ କରିବାର ହେଉଛି ଅମୃତକାଳ। ସ୍ୱାଧୀନତାର ଏହି ଅମୃତକାଳ - ଅନନ୍ତ ସ୍ୱପ୍ନକୁ, ଅସଂଖ୍ୟ ଆକାଂକ୍ଷାକୁ ପୂରଣ କରିବାର ହେଉଛି ଅମୃତକାଳ। ଏହି ଅମୃତକାଳର ଆହ୍ୱାନ ହେଉଛି-

ମୁକ୍ତ ମାତୃଭୂମିକୁ ନବୀନ ସମ୍ମାନ ଦରକାର।

ନବୀନ ପର୍ବ ପାଇଁ, ନବୀନ ପ୍ରାଣ ଦରକାର।

ମୁକ୍ତ ଗୀତ ହେଉଛି, ନବୀନ ରାଗ ଦରକାର।

ନବୀନ ପର୍ବ ପାଇଁ, ନବୀନ ପ୍ରାଣ ଦରକାର।

ଆଉ ଏଥିପାଇଁ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରୁଥିବା ଏହି କାର୍ଯ୍ୟସ୍ଥଳୀକୁ ମଧ୍ୟ ସେତିକି ହିଁ ନବୀନ ହେବା ଆବଶ୍ୟକ, ଆଧୁନିକ ହେବା ଦରକାର।

ସାଥୀଗଣ,

ଗୋଟିଏ ସମୟ ଥିଲା, ଯେତେବେଳେ ଭାରତକୁ ବିଶ୍ୱର ସବୁଠାରୁ ସମୃଦ୍ଧ ଏବଂ ବୈଭବଶାଳୀ ରାଷ୍ଟ୍ର ଭାବେ ଗଣନା କରାଯାଉଥିଲା । ଭାରତର ନଗର ଠାରୁ ନେଇ ମହଲ ପର୍ଯ୍ୟନ୍ତ, ଭାରତର ମନ୍ଦିର ଠାରୁ ନେଇ ମୂର୍ତ୍ତିଗୁଡ଼ିକ ପର୍ଯ୍ୟନ୍ତ, ଭାରତର ବାସ୍ତୁ, ଭାରତର ବିଶେଷଜ୍ଞତାର ଉଦଘୋଷ କରୁଥିଲା । ସିନ୍ଧୁ ସଭ୍ୟତାର ନଗର ବ୍ୟବସ୍ଥା ଠାରୁ ନେଇ ମୌର୍ଯ୍ୟ ସମୟର ସ୍ତମ୍ଭ ଏବଂ ସ୍ତୁପ ପର୍ଯ୍ୟନ୍ତ, ଚୋଳ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଭବ୍ୟ ମନ୍ଦିର ଠାରୁ ନେଇ ଜଳାଶୟ ଏବଂ ବଡ଼ ବଡ଼ ଡ୍ୟାମ(ବନ୍ଧ) ପର୍ଯ୍ୟନ୍ତ ଭାରତର କୌଶଳ, ସାରା ବିଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିଲା । କିନ୍ତୁ, ଶହ- ଶହ ବର୍ଷର ପରାଧୀନତା ଆମ ଠାରୁ ଆମର ଏହି ଗୌରବକୁ ଛଡାଇ ନେଇଥିଲା । ଏକ ଏଭଳି ସମୟ ମଧ୍ୟ ଆସି ଯାଇଥିଲା, ଯେତେବେଳେ ଆମେ ଅନ୍ୟ ଦେଶରେ ହୋଇଥିବା ନିର୍ମାଣକୁ ଦେଖି ମୁଗ୍ଧ ହେବାରେ ଲାଗି ଯାଉଥିଲେ। ଏକବିଂଶ ଶତାବ୍ଦୀର ନୂତନ ଭାରତ, ଦୃଢ଼ ଇଚ୍ଛାଶକ୍ତିରେ ଭରି ହୋଇଥିବା ଭାରତ, ଏବେ ପରାଧୀନତାର ସେହି ଚିନ୍ତାଧାରାକୁ ପଛରେ ଛାଡି ଦେଉଛି । ଆଜି ଭାରତ ପ୍ରଚୀନ କାଳର ସେହି ଗୌରବଶାଳୀ ଧାରାକୁ ପୁଣିଥରେ ନିଜ ଆଡକୁ ଫେରାଇ ଆଣିଛି। ଆଉ ସଂସଦର ଏହି ନୂତନ ଭବନ ସେହି ପ୍ରୟାସର ଜୀବନ୍ତ ପ୍ରତୀକ ପାଲଟିଛି । ଆଜି ନୂତନ ସଂସଦ ଭବନକୁ ଦେଖି ପ୍ରତ୍ୟେକ ଭାରତୀୟ ଗୌରବରେ ପରିପୂର୍ଣ୍ଣ ହୋଇଛନ୍ତି । ଏହି ଭବନରେ ପରମ୍ପରା ମଧ୍ୟ ରହିଛି, ବାସ୍ତୁ ମଧ୍ୟ ରହିଛି। ଏଥିରେ କଳା ମଧ୍ୟ ରହିଛି, କୌଶଳ ମଧ୍ୟ ରହିଛି। ଏଥିରେ ସଂସ୍କୃତି ମଧ୍ୟ ରହିଛି, ଆଉ ସମ୍ବିଧାନର ସ୍ୱର ମଧ୍ୟ ରହିଛି।

ଆପଣ ଦେଖୁଛନ୍ତି ଯେ ଲୋକସଭାର ଆଭ୍ୟନ୍ତରୀଣ(ଭିତର) ଅଂଶକୁ ଏଠାରୁ ମଧ୍ୟ ଦେଖନ୍ତୁ, ରାଷ୍ଟ୍ରୀୟ ପକ୍ଷୀ ମୟୂର ଉପରେ ଆଧାରିତ । ରାଜ୍ୟସଭାର ଆଭ୍ୟନ୍ତରୀଣ(ଭିତର) ଭାଗ ରାଷ୍ଟ୍ରୀୟ ପୁଷ୍ପ ପଦ୍ମ ଉପରେ ଆଧାରିତ । ଆଉ ସଂସଦ ପ୍ରାଙ୍ଗଣରେ ଆମର ରାଷ୍ଟ୍ରୀୟ ବୃକ୍ଷ ବର ଗଛ ମଧ୍ୟ ରହିଛି । ଆମ ଦେଶର ଭିନ୍ନ- ଭିନ୍ନ ଅଂଚଳଗୁଡ଼ିର ଯେଉଁସବୁ ବିବିଧତା ରହିଛି, ଏହି ନୂତନ ଭବନରେ ସେ ସବୁଗୁଡ଼ିକୁ ସମାହିତ କରାଯାଇଛି। ଏଥିରେ ରାଜସ୍ଥାନରୁ ଅଣାଯାଇଥିବା ଗ୍ରାନାଇଟ ଏବଂ ବାଲିପଥର ଲଗା ଯାଇଛି। ଏ ଯେଉଁ କାଠକାମ ଆପଣ ଦେଖୁଛନ୍ତି, ତାହା ସବୁ ମହାରାଷ୍ଟ୍ରରୁ ଆସିଛି। ୟୁପିର ଭଦୋହୀର କାରିଗରମାନେ ଏଥିପାଇଁ ନିଜ ହାତରେ ଗାଲିଚାଗୁଡ଼ିକୁ ବୁଣିଛନ୍ତି। ଏକ ପ୍ରକାରରେ, ଏହି ଭବନର କୋଣ ଅନୁକୋଣରେ ଆମେ, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଦର୍ଶନ କରି ପାରିବା।

ସାଥୀଗଣ,

ସଂସଦର ପୁରାତନ ଭବନରେ, ସମସ୍ତଙ୍କୁ ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ କେତେ ଅସୁବିଧା ହେଉଥିଲା, ଏହା ଆମେ ସମସ୍ତେ ଜାଣିଛେ। ବୈଷୟିକ ଜ୍ଞାନ ସହିତ ଜଡ଼ିତ ସମସ୍ୟା ମଧ୍ୟ ଥିଲା, ବସିବା ସ୍ଥାନ ସହିତ ଜଡ଼ିତ ଅସୁବିଧା ମଧ୍ୟ ଥିଲା। ଏଥିପାଇଁ ହିଁ ବିଗତ ଦେଢ଼- ଦସ୍ୱବ ଦଶକ ଧରି ଏହି ଚର୍ଚ୍ଚା ହେଉଥିଲା ଯେ ଦେଶକୁ ଏକ ସଂସଦ ଭବନର ଆବଶ୍ୟକତା ଅଛି। ଆଉ ଆମକୁ ଏହା ମଧ୍ୟ ଦେଖିବାକୁ ହେବ ଯେ ଆଗାମୀ ସମୟରେ ଯେତେବେଳେ ଆସନ ସଂଖ୍ୟା ବଢ଼ିବ, ସାଂସଦଙ୍କ ସଂଖ୍ୟା ବଢ଼ିବ, ତେବେ ସେହି ଲୋକ କେଉଁଠାରେ ବସିବେ ?

ଆଉ ଏଥିପାଇଁ ଏହା ସମୟର ଆବଶ୍ୟକତା ଥିଲା ଯେ ସଂସଦର ନୂତନ ଭବନର ନିର୍ମାଣ କରାଯାଉ । ଆଉ ମୁଁ ଖୁସି ଯେ ଏହି ଭବ୍ୟ ଭବନ ଆଧୁନିକ ସୁବିଧାଗୁଡ଼ିକ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛି । ଆପଣ ଦେଖୁଛନ୍ତି ଯେ ଏହି ସମୟରେ ମଧ୍ୟ ଏହି ଭବନକୁ ସୂର୍ଯ୍ୟଙ୍କ ଆଲୋକ ସିଧାସଳଖ ଆସୁଛି । ବିଜୁଳିର ଅତି କମ୍ ଖର୍ଚ୍ଚ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଯୁକ୍ତ ଗେଜେଟ୍ସ ହେଉ, ଏହି ସମସ୍ତ ଦିଗ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆ ଯାଇଛି।

ସାଥଗଣ,

ଆଜି ସକାଳେ ହିଁ ମୁଁ ଏହି ସଂସଦ ସୌଧକୁ ନିର୍ମାଣ କରିଥିବା ଶ୍ରମିକଙ୍କ ଏକ ଦଳ ସହିତ ସାକ୍ଷାତ କରିଥିଲି । ଏହି ସଂସଦ ସୌଧ ନିର୍ମାଣରେ ପ୍ରାୟ 60 ହଜାର ଶ୍ରମିକଙ୍କୁ ରୋଜଗାର ଦେବାର କାର୍ଯ୍ୟ ମଧ୍ୟ କରାଯାଇଛି । ସେମାନେ ଏହି ନୂତନ ସୌଧ ପାଇଁ ନିଜର ସ୍ବେଦ (ଝାଳ) ବୁହାଇଛନ୍ତି। ମୁଁ ଖୁସି ଯେ ସେମାନଙ୍କ ଶ୍ରମକୁ ସମର୍ପିତ ଏକ ଡିଜିଟାଲ ଗ୍ୟାଲେରୀ ମଧ୍ୟ ସଂସଦରେ ନିର୍ମାଣ କରାଯାଇଛି। ଆଉ ବିଶ୍ୱରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ହୋଇଛି । ସଂସଦର ନିର୍ମାଣରେ ଏବେ ଏମାନଙ୍କ ଯୋଗଦାନ ମଧ୍ୟ ଅମର ହୋଇ ଯାଇଛି ।

ସାଥୀଗଣ,

କୌଣସି ମଧ୍ୟ ବିଶେଷଜ୍ଞ ଯଦି ବିଗତ ନଅ ବର୍ଷର ଆକଳନ କରିବେ, ତେବେ ଏହା ପାଇବେ ଯେ ଏହି ନଅ ବର୍ଷ ହେଉଛି ଭାରତରେ ନବ ନିର୍ମାଣ ସମୟ, ହେଉଛି ଗରିବ କଲ୍ୟାଣର ସମୟ । ଆଜି ଆମେ ସଂସଦର ନୂତନ ଭବନର ନିର୍ମାଣ ପାଇଁ ଗର୍ବ ଅନୁଭବ କରୁଛେ, ତେବେ ମୋତେ ବିଗତ 9 ବର୍ଷରେ ଗରିବମାନଙ୍କର 4 କୋଟି ଘର ନିର୍ମାଣ କରିବାର ମଧ୍ୟ ଆତ୍ମସନ୍ତୋଷ ମିଳିଛି। ଆଜି ଯେତେବେଳେ ଆମେ ଏହି ଭବ୍ୟ ଭବନକୁ ଦେଖି ନିଜର ମଥାକୁ ଗର୍ବରେ ଉଚ୍ଚା କରୁଛେ, ତେବେ ମୋତେ ବିଗତ 9 ବର୍ଷରେ ନିର୍ମାଣ ହୋଇଥିବା 11 କୋଟି ଶୌଚାଳୟ ପାଇଁ ମଧ୍ୟ ସନ୍ତୋଷ ମିଳିଛି, ଯାହା ମହିଳାମାନଙ୍କର ଗରିମା ରକ୍ଷା କରିଛି, ସେମାନଙ୍କ ମୁଣ୍ଡ ଗର୍ବରେ ଉଚ୍ଚା କରି ଦେଇଛି। ଆଜି ଯେତେବେଳେ ଆମେ ଏହି ସଂସଦ ଭବନରେ ସୁବିଧା ଗୁଡ଼ିକର କଥା କହୁଛେ, ସେତେବେଳେ ମୁଁ ଆତ୍ମସନ୍ତୋଷ ଲାଭ କରୁଛି ଯେ ବିଗତ 9 ବର୍ଷରେ ଆମେ ଗାଁଗୁଡ଼ିକୁ ଯୋଡ଼ିବା ପାଇଁ 4 ଲକ୍ଷ କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରିଛୁ। ଆଜି ଯେତେବେଳେ ଆମେ ଏହି ପରିବେଶ ଅନୁକୂଳ ସୌଧକୁ ଦେଖି ଖୁସି ହେଉଛେ, ସେତେବେଳେ ମୁଁ ସନ୍ତୋଷ ଅନୁଭବ କରୁଛି ଯେ ଜଳର ଗୋଟିଏ ଗୋଟିଏ ବୁନ୍ଦା ବଞ୍ଚାଇବା ପାଇଁ 50 ହଜାରରୁ ଅଧିକ ଅମୃତ ସରୋବରର ନିର୍ମାଣ କରାଯାଉଛି । ଆଜି ଯେତେବେଳେ ଆମେ ଏହି ନୂତନ ସଂସଦ ଭବନର ଲୋକସଭା ଏବଂ ରାଜ୍ୟସଭାକୁ ଦେଖି ଉତ୍ସବ ପାଳନ କରୁଛେ, ସେତେବେଳେ ମୁଁ ଆନନ୍ଦ ଅନୁଭବ କରୁଛି ଯେ ଆମେ ଦେଶର 30 ହଜାରରୁ ଅଧିକ ନୂତନ ପଞ୍ଚାୟତ ଭବନ ମଧ୍ୟ ନିର୍ମାଣ କରିଛେ । ଅର୍ଥାତ ପଞ୍ଚାୟତ ଭବନ ଠାରୁ ନେଇ ସଂସଦ ଭବନ ପର୍ଯ୍ୟନ୍ତ, ଆମର ନିଷ୍ଠା ଏକ ପ୍ରକାରର ରହିଛି, ଆମର ପ୍ରେରଣା ଏକ ପ୍ରକାରର ରହିଛି- ଦେଶର ବିକାଶ, ଦେଶର ଲୋକମାନଙ୍କର ବିକାଶ।

ସାଥୀଗଣ,

ଆପଣମାନଙ୍କର ଧ୍ୟାନ ରହିଥିବ, 15 ଅଗଷ୍ଟରେ ଲାଲକିଲ୍ଲାରୁ ମୁଁ କହିଥିଲି- ଏହି ସମୟ ହେଉଛି, ସଠିକ୍ ସମୟ । ପ୍ରତ୍ୟେକ ଦେଶର ଇତିହାସରେ ଏଭଳି ସମୟ ଆସିଥାଏ, ଯେତେବେଳେ ଦେଶର ଚେତନା ନୂତନ ଭାବରେ ଜାଗ୍ରତ ହୋଇଥାଏ । ଭାରତରେ ସ୍ୱାଧୀନତାର 25 ବର୍ଷ ପୂର୍ବେ, 47 ମସିହା ପୂର୍ବର 25 ବର୍ଷକୁ ମନେ ପକାନ୍ତୁ, ସ୍ୱାଧୀନତାର 25 ବର୍ଷ ପୂର୍ବେ ଏଭଳି ସମୟ ଆସିଥିଲା । ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ସମଗ୍ର ଦେଶକୁ ଏକ ବିଶ୍ୱାସରେ ଭରି ଦେଇଥିଲା । ଗାନ୍ଧିଜୀ ଯେଉଁ ସ୍ୱରାଜ୍ୟର ସଂକଳ୍ପ ପ୍ରତ୍ୟେକ ଭାରତବାସୀଙ୍କୁ ଯୋଡ଼ି ଦେଇଥିଲା। ତାହା ସେହି ସମୟ ଥିଲା, ଯେତେବେଳେ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ପାଇଁ ମନ ପ୍ରାଣ ଦେଇ ଲାଗି ପଡ଼ିଥିଲେ। ଏହାର ପରିଣାମ ଆମେ 1947ରେ ଭାରତର ସ୍ୱାଧୀନତା ଭାବେ ଦେଖିଥିଲେ । ସ୍ୱାଧୀନତାର ଏହି ଅମୃତକାଳ ମଧ୍ୟ ଭାରତ ଇତିହାସର ହେଉଛି ଏଭଳି ଏକ ସୋପାନ । ଆଜି ଠାରୁ 25 ବର୍ଷ ପରେ ଭାରତ ନିଜ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଆମ ପାଖରେ ମଧ୍ୟ 25 ବର୍ଷର ଅମୃତ ସମୟ ଅଛି । ଏହି 25 ବର୍ଷରେ ଆମକୁ ମିଳିମିଶି ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ହେବ । ଲକ୍ଷ୍ୟ ହେଉଛି ବହୁତ ବଡ଼, ଲକ୍ଷ୍ୟ ମଧ୍ୟ ହେଉଛି କଠିନ, କିନ୍ତୁ ପ୍ରତ୍ୟେକ ଦେଶବାସୀଙ୍କୁ ଆଜି ଏଥିପାଇଁ ମନ ପ୍ରାଣ ଲଗାଇବାକୁ ପଡ଼ିବ,  ନୂତନ ପ୍ରଣ ନେବାକୁ ହେବ, ସଂକଳ୍ପ ନେବାକୁ ହେବ, ନୂତନ ଗତି ଦେବାକୁ ହେବ । ଆଉ ଇତିହାସ ସାକ୍ଷୀ ରହିଛି ଯେ ଆମ ଭାରତୀୟଙ୍କ ବିଶ୍ୱାସ, କେବଳ ଭାରତ ଭିତରେ ହିଁ ସୀମିତ ରହି ନ ଥାଏ। ଆମର ସ୍ୱାଧୀନତା ସଂଗ୍ରାମ ବିଶ୍ୱର ବହୁତ ଗୁଡିଏ ଦେଶରେ ସେହି ସମୟରେ ଏକ ନୂତନ ଚେତନା ଜାଗ୍ରତ କରି ଦେଇଥିଲା । ଆମର ସ୍ୱାଧୀନତା ସଂଗ୍ରାମରେ ଭାରତ ତ’ ସ୍ୱାଧୀନ ହେଲା, ଏହା ସହିତ ଅନେକ ଦେଶ ସ୍ୱାଧୀନତା ପଥରେ ଅଗ୍ରସର ହେଲେ । ଭାରତର ବିଶ୍ୱାସ, ଅନ୍ୟ ଦେଶର ବିଶ୍ୱାସକୁ ସାହାରା ଦେଇଥିଲା। ଆଉ ଏଥିପାଇଁ, ଭାରତ ଭଳି ବିବିଧତାରେ ପରିପୂର୍ଣ୍ଣ ଦେଶ, ଏତେ ବଡ଼ ଜନ ସଂଖ୍ୟା ବିଶିଷ୍ଟ ଦେଶ, ଏତେ ବ୍ୟାପକ ଆହ୍ୱାନ ସହିତ ଲଢୁଥିବା ଦେଶ, ଯେତେବେଳେ ବିକାଶର ସହିତ ଆଗକୁ ବଢିଥାଏ, ସେତେବେଳେ ଏହା ଦ୍ୱାରା ବିଶ୍ୱର ଅନେକ ଦେଶକୁ ପ୍ରେରଣା ମିଳିଥାଏ । ଭାରତର ପ୍ରତ୍ୟେକ ସଫଳତା, ଆଗାମୀ ଦିନରେ ବିଶ୍ୱର ଭିନ୍ନ- ଭିନ୍ନ ଭୂଭାଗରେ, ଭିନ୍ନ- ଭିନ୍ନ ଦେଶର ସଫଳତା ଭାବେ ପ୍ରେରଣାର କାରଣ ହେବାକୁ ଯାଉଛି। ଆଜି ଯଦି ଭାରତ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର କରୁଛି ତେବେ କେତେଗୁଡ଼ିଏ ଦେଶକୁ ମଧ୍ୟ ଦାରିଦ୍ର୍ୟରୁ ବାହାରକୁ ଆସିବା ପାଇଁ ପ୍ରେରଣା ମଧ୍ୟ ଦେଇଥାଏ। ଭାରତ ବିକଶିତ ହେବାର ସଂକଳ୍ପ ଆହୁରି ଅନେକ ଦେଶର ସମ୍ବଳ ହେବ । ଏଥିପାଇଁ ଭାରତର ଦାୟିତ୍ୱ ଆହୁରି ଅଧିକ ହୋଇ ଯାଇଥାଏ।

ଆଉ ସାଥୀଗଣ,

ସଫଳତାର ପ୍ରଥମ ସର୍ତ୍ତ, ସଫଳ ହେବାର ବିଶ୍ୱାସ ହିଁ ହୋଇଥାଏ । ଏହି ନୂତନ ସଂସଦ ଭବନ, ଏହି ବିଶ୍ୱାସକୁ ନୂତନ ଶୀଖରରେ ପହଞ୍ଚାଇବାକୁ ଯାଉଛି । ଏହା ବିକଶିତ ଭାରତ ନିର୍ମାଣରେ ଆମ ସମସ୍ତଙ୍କ ପାଇଁ ନୂତନ ପ୍ରେରଣା ହେବ । ଏହି ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ ଭାବକୁ ଜାଗ୍ରତ କରି ବ। ମୋର ବିଶ୍ୱାସ ରହିଛି, ଏହି ସଂସଦରେ ଯେଉଁ ଜନପ୍ରତିନିଧି ବସିବେ, ସେମାନେ ନୂତନ ପ୍ରେରଣାର ସହିତ, ଗଣତନ୍ତ୍ରକୁ ନୂତନ ଦିଗ ପ୍ରଦାନ କରିବାର ପ୍ରୟାସ କରିବେ । ଆମକୁ ଦେଶ ପ୍ରଥମ (ନେସନ୍ ଫାଷ୍ଟ)ର ଭାବନାର ସହିତ ଆଗକୁ ବଢ଼ିବାକୁ ହେବ-ନ୍ଦଂ ରାଷ୍ଟ୍ରାୟ ଇଦଂ ନ ମମ ଆମକୁ କର୍ତ୍ତବ୍ୟପଥକୁ ସର୍ବୋପରି ରଖିବାକୁ ହେବ- କର୍ତ୍ତବ୍ୟ ମେବ କର୍ତ୍ତବ୍ୟଂ, ଅକର୍ତ୍ତବ୍ୟଂ ନ କର୍ତ୍ତବ୍ୟଂ ଆମକୁ ଆମର ବ୍ୟବହାର ଦ୍ୱାରା ଉଦାହରଣ ପ୍ରସ୍ତୁତ କରିବାକୁ ହେବ-ଯଦ୍ୟଦା-ଚରତି ଶ୍ରେଷ୍ଠଃ ତତ୍ଦେବ ଇତରୋ ଜନଃ। ଆମକୁ ନିରନ୍ତର ନିଜ ଭିତରେ ପରିବର୍ତ୍ତନ କରି ରହିବାକୁ ପଡ଼ିବ- ଉଦ୍ଧରେତ୍ ଆତ୍ମନା ଆତ୍ମାନମ୍ । ଆମକୁ ନିଜର ନୂତନ ପଥ ନିଜକୁ ହିଁ ପ୍ରସ୍ତୁତ କରିବାକୁ ହେବ- ଅପ୍ପ ଦୀପୋ ଭବଃ ଆମକୁ ନିଜକୁ ନିଜେ ସେଥିରେ ଖାପ ଖୁଆଇବାକୁ ପଡ଼ିବ, ତପସ୍ୟା କରିବାକୁ ପଡ଼ିବ- ତପସୋଂ ହି ପରମ ନାସ୍ତି, ତପସା ବିନ୍ଦତେ ମହତ। ଆମକୁ ଜନକଲ୍ୟାଣକୁ ହିଁ ଆମର ଜୀବନର ମନ୍ତ୍ର କରିବାକୁ ହେବ- ଲୋକହିତଂ ମମ କରଣୀୟମ୍, ଯେତେବେଳେ ସଂସଦର ଏହି ନୂତନ ଭବନରେ ଆମେ ନିଜର ଦାୟିତ୍ୱକୁ ସଚ୍ଚୋଟତାର ସହିତ ନିର୍ବାହ କରିବା, ସେତେବେଳେ ଦେଶବାସୀଙ୍କୁ ମଧ୍ୟ ନୂତନ ପ୍ରେରଣା ମିଳିବ।

ସାଥୀଗଣ,

ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରକୁ ଏହି ନୂତନ ସଂସଦ ଏକ ନୂତନ ଉର୍ଜ୍ଜା ଏବଂ ନୂତନ ଦୃଢ଼ତା ପ୍ରଦାନ କରିବ । ଆମର ଶ୍ରମିକମାନେ ନିଜର ସ୍ବେଦରେ ଏହି ସଂସଦ ଭବନକୁ ଏତେ ଭବ୍ୟ କରି ଦେଇଛନ୍ତି । ଏବେ ଏହା ହେଉଛି ଆମ ସମସ୍ତ ସାଂସଦମାନଙ୍କର ଦାୟିତ୍ୱ ଯେ ଏହାକୁ ନିଜର ସମର୍ପଣ ଦ୍ୱାରା ଆହୁରି ଅଧିକ ଦିବ୍ୟ କରିବା । ଏକ ରାଷ୍ଟ୍ର ହିସାବରେ ଆମ ସମସ୍ତ 140 କୋଟି ଭାରତୀୟମାନଙ୍କର ସଂକଳ୍ପ ହିଁ ହେଉଛି, ଏହି ନୂତନ ସଂସଦର ପ୍ରାଣ- ପ୍ରତିଷ୍ଠା । ଏଠାରେ ହେବାକୁ ଥିବା ପ୍ରତ୍ୟେକ ନିଷ୍ପତ୍ତି, ଆଗାମୀ ଶତାବ୍ଦୀଗୁଡ଼ିକୁ ସଜାଇବାରେ- ସୁନ୍ଦର କରିବାକୁ ଯାଉଛି। ଏଠାରେ ହେବାକୁ ଥିବା ପ୍ରତ୍ୟେକ ନିଷ୍ପତ୍ତି, ଆଗାମୀ ପିଢ଼ୀଙ୍କୁ ସଶକ୍ତ କରିବା ଭଳି ହେବ। ଏଠାରେ ହେବାକୁ ଥିବା ପ୍ରତ୍ୟେକ ନିଷ୍ପତ୍ତି, ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହେବ। ଗରିବ, ଦଳିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ସମାଜର ପ୍ରତ୍ୟେକ ବଞ୍ଚିତ ପରିବାରର ସଶକ୍ତିକରଣକୁ, ବଞ୍ଚିତଙ୍କୁ ପ୍ରାଥମିକତାର ପଥ ଏହା ମଧ୍ୟ ଦେଇ ଯାଇଛି । ଏହି ନୂତନ ସଂସଦ ଭବନର ପ୍ରତ୍ୟେକ ଇଟା, ପ୍ରତ୍ୟେକ କାନ୍ଥ, ଏହାର କୋଣ- ଅନୁକୋଣ ଗରିବଙ୍କ କଲ୍ୟାଣ ପାଇଁ ହେଉଛି ସମର୍ପିତ। ଆଗାମୀ 25 ବର୍ଷ ମଧ୍ୟରେ ସଂସଦର ଏହି ନୂତନ ଭବନରେ ନିର୍ମାଣ ହେବାକୁ ଥିବା ନୂତନ ଆଇନ, ଭାରତକୁ ବିକଶିତ ଭାରତ କରିବ । ଏହି ସଂସଦର ନିର୍ମାଣ ହେବାକୁ ଥିବା ଆଇନ ଭାରତକୁ ଦାରିଦ୍ର୍ୟରୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିବ । ଏହି ସଂସଦରେ ନିର୍ମାଣ ହେବାକୁ ଥିବା ଆଇନ, ଦେଶର ଯୁବକମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ମୋର ବିଶ୍ୱାସ ରହିଛି ଯେ, ସଂସଦର ଏହି ନୂତନ ଭବନ, ନୂତନ ଭାରତର ସୃଜନର ଆଧାର ହେବ । ଏକ ସମୃଦ୍ଧ ସଶକ୍ତ ଏବଂ ବିକଶିତ ଭାରତ, ନୀତି, ନ୍ୟାୟ, ସତ୍ୟ, ମର୍ଯ୍ୟାଦା ଏବଂ କର୍ତବ୍ୟପଥରେ ଆହୁରି ସଶକ୍ତ ହୋଇ ଚାଲୁଥିବା ଭାରତ । ମୁଁ ସମସ୍ତ ଭାରତବାସୀଙ୍କୁ ନୂତନ ସଂସଦ ଭବନ ପାଇଁ ପୁଣିଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ !

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
PM Modi addresses the Parliament of Guyana
November 21, 2024


Prime Minister Shri Narendra Modi addressed the National Assembly of the Parliament of Guyana today. He is the first Indian Prime Minister to do so. A special session of the Parliament was convened by Hon’ble Speaker Mr. Manzoor Nadir for the address.

In his address, Prime Minister recalled the longstanding historical ties between India and Guyana. He thanked the Guyanese people for the highest Honor of the country bestowed on him. He noted that in spite of the geographical distance between India and Guyana, shared heritage and democracy brought the two nations close together. Underlining the shared democratic ethos and common human-centric approach of the two countries, he noted that these values helped them to progress on an inclusive path.

Prime Minister noted that India’s mantra of ‘Humanity First’ inspires it to amplify the voice of the Global South, including at the recent G-20 Summit in Brazil. India, he further noted, wants to serve humanity as VIshwabandhu, a friend to the world, and this seminal thought has shaped its approach towards the global community where it gives equal importance to all nations-big or small.

Prime Minister called for giving primacy to women-led development to bring greater global progress and prosperity. He urged for greater exchanges between the two countries in the field of education and innovation so that the potential of the youth could be fully realized. Conveying India’s steadfast support to the Caribbean region, he thanked President Ali for hosting the 2nd India-CARICOM Summit. Underscoring India’s deep commitment to further strengthening India-Guyana historical ties, he stated that Guyana could become the bridge of opportunities between India and the Latin American continent. He concluded his address by quoting the great son of Guyana Mr. Chhedi Jagan who had said, "We have to learn from the past and improve our present and prepare a strong foundation for the future.” He invited Guyanese Parliamentarians to visit India.

Full address of Prime Minister may be seen here.