ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ହରିୟାଣାର ରୋହତକର ଶ୍ରୀ ସନ୍ଦୀପ ଜଣେ କୃଷକ ଏବଂ ପିଏମ୍ କିଷାନ ସମ୍ମାନ ନିଧିର ହିତାଧିକାରୀ, ସେ ୧୧ ଜଣିଆ ଯୁଗ୍ମ ପରିବାରରେ ରୁହନ୍ତି ।
ବାର୍ତ୍ତାଳାପ ସମୟରେ , ପ୍ରଧାନମନ୍ତ୍ରୀ ଏପରି ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଲୋକମାନେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେଉଥିବା ବିଷୟରେ ଅବଗତ ନଥିଲେ । ଏଭଳି ଲୋକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା । ଶ୍ରୀ ସନ୍ଦୀପ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ସମ୍ମାନ ନିଧି ଭାବରେ ମିଳିଥିବା ଅର୍ଥ ସାର ଏବଂ ବିହନ କିଣିବାରେ ଉପଯୋଗୀ ହୋଇଥାଏ ଏବଂ ଚାଷରେ ସାହାଯ୍ୟ କରେ ।
ରାସନ ବଣ୍ଟନ ସୁରୁଖୁରୁରେ ଚାଲିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା କଡାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗାଁରେ 'ମୋଦି କି ଗ୍ୟାରେଣ୍ଟି କି ଗାଡି' କୁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା ।
ଶ୍ରୀ ମୋଦୀ କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ମହିଳା ମାନଙ୍କ ଉପସ୍ଥିତିକୁ ଉଲ୍ଲେଖ କରିବା ସହ ପ୍ରାଣ ପ୍ରତିଷ୍ଠା ପାଇଁ ସେମାନଙ୍କର ଆଶୀର୍ବାଦ ଲୋଡ଼ିଥିଲେ ।