ରୁଷର ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ ଆଜି ଅପରାହ୍ଣରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଚଳିତ ବର୍ଷ ତାଙ୍କର ତୃତୀୟ ଗସ୍ତ ଅବସରରେ ରୁଷ ଉପପ୍ରଧାନମନ୍ତ୍ରୀଙ୍କୁ ଭାରତରେ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଉଚ୍ଚସ୍ତରୀୟ ମତ ବିନିମୟ ବୃଦ୍ଧିକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହିତ ଗତ ଜୁନରେ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ତାଙ୍କର ଗସ୍ତକୁ ମନେ ପକାଇଥିଲେ ।
ପ୍ରଧାନମନ୍ତ୍ରୀ ଏବଂ ଉପପ୍ରଧାନମନ୍ତ୍ରୀ ରୋଗୋଜିନ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ସ୍ଥିର ବିସ୍ତାର ଏବଂ ବିବିଧତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଶକ୍ତି କ୍ଷେତ୍ରରେ ସହଯୋଗୀତା ଏବଂ ଉଚ୍ଚ ପ୍ରଯୁକ୍ତି ସହଯୋଗ ଉପରେ ସମାନ ସହଯୋଗ ନେଇ ଆଲୋଚନା ହୋଇଥିଲା ।
ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତି ପୁତିନଙ୍କ ତରଫରୁ ଶୁଭକାମନା ଜଣାଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ସହୃଦୟତାର ସହ ଗ୍ରହଣ କରିଥିଲେ ।