ଜି 20 ସମ୍ମିଳନୀରେ ଯୋଗଦେବା ପାଇଁ ମୁଁ ଜାପାନର ଓସାକା ଗସ୍ତ କରୁଛି । ସମ୍ପ୍ରତି ଆମ ବିଶ୍ୱ ଯେଉଁ ପ୍ରମୁଖ ଆହ୍ୱାନ ତଥା ସୁଯୋଗର ସମ୍ମୁଖୀନ ହେଉଛି ସେ ସମ୍ବନ୍ଧରେ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଆଗ୍ରହୀ । ମହିଳା ସଶକ୍ତୀକରଣ, ଡିଜିଟାଲୀକରଣ ଓ କୃତ୍ରିମ ବୁଦ୍ଧିମତା ସହିତ ସଂପୃକ୍ତ ବିଷୟ, ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ନେଇ ପ୍ରଗତି, ସନ୍ତ୍ରାସବାଦ ପରି ବୈଶ୍ୱିକ ଆହ୍ୱାନ ଗୁଡ଼ିକୁ କିପରି ଭାବେ ମୁକାବିଲା କରାଯାଇ ପାରିବ ତାହା ହିଁ ଏହି ସମ୍ମିଳନୀର ପ୍ରମୁଖ ବିଷୟ ବସ୍ତୁ ରହିବ ।

ସଂଶୋଧିତ ବହୁଦେଶୀୟବାଦ ପ୍ରତି ଆମର ଅଙ୍ଗୀକାର ବଦ୍ଧତାକୁ ଆହୁରି ସୁଦୃଢ଼ କରିବା ତଥା ଏନେଇ ଆମର ସଂକଳ୍ପବଦ୍ଧତା ଦ୍ରୂତ ପରିବର୍ତିତ ବିଶ୍ୱରେ ନିୟମ ଆଧାରିତ ଆନ୍ତର୍ଜାତିକ ସମ୍ପର୍କକୁ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ସମ୍ମିଳନୀ ମଧ୍ୟ ଗତ 5 ବର୍ଷ ମଧ୍ୟରେ ଭାରତରେ ହୋଇଥିବା ଦ୍ରୂତ ବିକାଶର ଅନୁଭବକୁ ଦର୍ଶାଇବା ପାଇଁ ଏକ ଦୃଢ଼ ଭିତିଭୂମି ହେବ । ଏହା ସର୍ବଜନ ବିଦିତ ଯେ ଦେଶର ସ୍ଥାୟୀତ୍ୱ ଓ ପ୍ରଗତିକୁ ବଜାୟ ରଖିବା ପାଇଁ ଜନସାଧାରଣ ଏକ ସ୍ପଷ୍ଟ ଜନାଧାର ପ୍ରଦାନ କରିଛନ୍ତି ।

2022ରେ ଭାରତ ଜି-20 ସମ୍ମିଳନୀର ଆୟୋଜନ କରିବା ନେଇ ଓସାକା ସମ୍ମିଳନୀ ଏକ ଭିତିଭୂମି ଯୋଗାଇବ, ଯେତବେଳେ କି ଆମେ ଆମର ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରୁଥିବା ।

ଏହି ସମୟରେ ଦ୍ୱିପାକ୍ଷିକ ଏବଂ ବୈଶ୍ୱିକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ ମୁଁ ଆମ ପ୍ରମୁଖ ଅଂଶୀଦାର ଦେଶର ନେତୃବୃନ୍ଦମାନଙ୍କ ସହ ଆଲୋଚନା କରିବି ।

ଏହି ସମୟରେ ମୁଁ ମଧ୍ୟ ଋଷ, ଭାରତ ଏବଂ ଚୀନ (ଆରଆଇସି)କୁ ନେଇ ପରବର୍ତୀ ଅନୌପଚାରିକ ସମ୍ମିଳନୀର ଆୟୋଜନ କରିବି ଏବଂ ବ୍ରିକ୍ସ (ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଓ ଜାଇ (ଜାପାନ, ଆମେରିକା, ଭାରତ)ର ନେତୃବୃନ୍ଦଙ୍କ ସହ ପରବର୍ତୀ ଅନୌପଚାରିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Centre announces $1 bn fund for creators' economy ahead of WAVES summit

Media Coverage

Centre announces $1 bn fund for creators' economy ahead of WAVES summit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2025
March 14, 2025

Appreciation for Viksit Bharat: PM Modi’s Leadership Redefines Progress and Prosperity