'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,''ଅଗଷ୍ଟ 15 ଦିନ ଦେଶର ପ୍ରଧାନସେବକ ରୂପେ ମୋତେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବାର ସୁଯୋଗ ମିଳେ । ମୁଁ ତ ନିମିତ୍ତ ମାତ୍ର । ସେହି ସ୍ୱର ଜଣେ ବ୍ୟକ୍ତିର ନୁହେଁ, ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶର 125 କୋଟି ଲୋକଙ୍କ ସ୍ୱର ଗୁଞ୍ଜରିତ ହୋଇଥାଏ ।''
ଯଦି ଆପଣଙ୍କ ପାଖେ କିଛି ବିଚାର ଏବଂ ପରାମର୍ଶ ଅଛି ଏବଂ ଆପଣଙ୍କୁ ଲାଗୁଛି କି ଆପଣଙ୍କ ବିଚାର ଏବଂ ପରାମର୍ଶରୁ ଦେଶକୁ ଲାଭ ମିଳିପାରିବ ,ତେବେ ତାହାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟନ୍ତୁ ଏବଂ 'ନ୍ୟୁ ଇଣ୍ଡିଆ' ନିର୍ମାଣରେ ନିଜର ଯୋଗଦାନ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ବଛାବଛା ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ଅଗଷ୍ଟ 15 ରେ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।
ତଳେ ଥିବା ଟିପ୍ପଣୀ ବିଭାଗରେ ଆପଣଙ୍କର ଅନ୍ତର୍ଦୃଷ୍ଟି ଦିଅନ୍ତୁ ।