ଆସ, ଭାରତରେ ନିର୍ମାଣ କର

Published By : Admin | May 26, 2015 | 15:03 IST

ହାନୋଭର ମେସେ ବିଶ୍ଵର ସର୍ବବୃହତ ଏବଂ ମର୍ଯ୍ୟାଦାଜନକ ଶିଳ୍ପ ମେଳାମାନଙ୍କ ମଧ୍ୟରେ ଅନ୍ୟତମ । ସାରା ବିଶ୍ଵର ଅଗଣିତ ଲୋକ ଏହି ଜର୍ମାନ ସହରରେ ଏକତ୍ରିତ ହୋଇ ପୃଥିବୀର ଅଗ୍ରଣୀ ନିର୍ମାତା ଓ ଉତ୍ପାଦକମାନେ କଣ ସବୁ ନୂଆ ନୂଆ ଉତ୍ପାଦ ବଜାରକୁ ଛାଡ଼ୁଛନ୍ତି ତାହା ଦେଖିଥାନ୍ତି । 2015 ମସିହାରେ ହାନୋଭରା ମେସେ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଭାରତ ଏକ ସହଯୋଗୀ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।



ମେସେ ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ମିଳିତ ଭାବେ ଉଦଘାଟନ କରିଥିଲେ । ମେଳାରେ ଭାରତର ସଫ୍ଟ ଶକ୍ତି ଏବଂ ଏହି କ୍ଷେତ୍ରରେ ନିବେଶ ପାଇଁ ଥିବା ପର୍ଯ୍ୟାପ୍ତ ସୁଯୋଗକୁ ପ୍ରଦର୍ଶିତ କରାଯାଇଥିଲା । ଏଥିପାଇଁ ନିର୍ମିତ ଆକର୍ଷଣୀୟ ମେକ ଇନ ଇଣ୍ଡିଆ ମଣ୍ଡପରେ ଭାରତରେ ଘଟୁଥିବା ପରିବର୍ତ୍ତନ ଓ ସୃଷ୍ଟି ହେଉଥିବା ସୁଯୋଗ ନିବେଶକଙ୍କ ପାଇଁ କିପରି ସବୁଠାରୁ ବଡ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି ତାହା ପ୍ରଦର୍ଶିତ ହୋଇଥିଲା । ଭାରତର ବିଭିନ୍ନ ରାଜ୍ୟ ନିଜ ନିଜର ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରିଥିଲେ ଓ ଏହାକୁ ଦର୍ଶକମାନେ ଉଚ୍ଚପ୍ରଶଂସା କରିଥିଲେ ।


ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଭାରତରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଗଠିତ ହେବାର ପ୍ରଥମ ବର୍ଷରେ ହାନୋଭର ମେସେ ଭଳି ଏକ ସମ୍ମାନଜନକ ମେଳା କାର୍ଯ୍ୟକ୍ରମରେ ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ହେବା ଏକ ଗୌରବର କଥା । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ବର୍ଷରେ ହିଁ ଦେଶର ବ୍ୟବସାୟ ବାତାବରଣକୁ ସହଜ କରିବା, ଟିକସ ବ୍ୟବସ୍ଥାକୁ ସରଳ କରିବା ଏବଂ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଭଳି ପରିବେଶ ସୃଷ୍ଟି ଉପରେ ପ୍ରାଧାନ୍ୟ ଦେଇଛନ୍ତି ।

ତାଙ୍କର ଦ୍ଵିପାକ୍ଷିକ ବିଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବିଶ୍ଵର ଅନେକ ନେତୃବର୍ଗ “ମେକ ଇନ ଇଣ୍ଡିଆ” ସମ୍ପର୍କରେ ସେମାନଙ୍କ ସକାରାତ୍ମକ ଚିନ୍ତା ବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆବୋଟ, ଜାପାନ ପ୍ରଧାନମନ୍ତ୍ରୀ ଆବେ, ଫ୍ରାନ୍ସ ରାଷ୍ଟ୍ରପତି ହୋଲାଁ, କାନାଡା ପ୍ରଧାନମନ୍ତ୍ରୀ ହାର୍ପର ପ୍ରମୁଖ ଅନ୍ୟତମ ।

ଗତ ଏକ ବର୍ଷରେ, ଭାରତ ସମ୍ପର୍କରେ ସକାରାତ୍ମକ ମନୋଭାବ ସୃଷ୍ଟି ଲାଗି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଫଳରେ ଭାରତରେ ବିନିର୍ମାଣ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ ହୋଇଛି ଏବଂ ଭାରତରେ ଥିବା ପର୍ଯ୍ୟାପ୍ତ ସୁଯୋଗ ଫାଇଦା ନେବା ସକାଶେ ସମଗ୍ର ବିଶ୍ଵର ନଜର ଏବେ ଭାରତ ଉପରେ କେନ୍ଦ୍ରୀଭୂତ ହୋଇଛି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India shipped record 4.5 million personal computers in Q3CY24: IDC

Media Coverage

India shipped record 4.5 million personal computers in Q3CY24: IDC
NM on the go

Nm on the go

Always be the first to hear from the PM. Get the App Now!
...

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''