Well, this is what makes the digital revolution in India so interesting, is that it's been used by the government to actually provide benefits to all members of society. It hasn't just created benefits for the lucky few, and this I think is very different from most other countries around the world. So I think the success here in India is unique and other countries can learn from it.
I think one of the first things is that the other countries in the Digital South should say to themselves, if India can do it, we can do it too. Countries need to have the confidence and the ambition to try something that hasn't been tried before, the way India did by creating the Aadhaar number. So other countries could copy and learn from India's experience, but they should also tell themselves, we don't have to depend on the rich countries. We may not even want to let the rich countries be the ones who are in charge, because they may not lead to the kinds of improvements in the quality of life that we really want for our citizens.
The United States' partnership with India is stronger, closer, and more dynamic than any time in history. Prime Minister Modi, each time we sit down, I'm struck by our ability to find new areas of cooperation. Today was no different.
ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଯେତେବେଳେ ଆମେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଘରେ ଭେଟିଥିଲୁ, ସେତେବେଳେ ମୁଁ ଶେଷ ଧାଡ଼ିରେ ବସିଥିଲି। ମୁଁ ଜାଣିନଥିଲି, କିନ୍ତୁ ସେ ତଥାପି ମୋତେ ଦେଖିଥିଲେ । ପ୍ୟାରିସରେ ପଦକ ଜିତିବା ପରେ ଯେତେବେଳେ ଆମେ ଫୋନରେ କଥା ହୋଇଥିଲୁ, ସେତେବେଳେ ସେ ମନେ ପକାଇଥିଲେ ଯେ ମୁଁ ଶେଷ ଧାଡ଼ିରେ ବସିଥିଲି । ତାଙ୍କର ପର୍ଯ୍ୟବେକ୍ଷଣ କ୍ଷମତା ବହୁତ ତୀବ୍ର ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ମୋତେ ଆଗାମୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଆହୁରି ବଡ଼ ପଦକ ଜିତିବାକୁ ପ୍ରେରଣା ଦେଇଛି।
ଯେତେବେଳେ ମୁଁ ପଦକ ଜିତିଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଫୋନ୍ କରିଥିଲେ ଏବଂ ତାଙ୍କର ପ୍ରଥମ ଶବ୍ଦ ମରାଠୀଭାଷାରେ ଥିଲା, ଯାହା କି ମୋର ମାତୃଭାଷା। ଏହା ଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବହୁତ ବଢିଥାଏ । ଲାଗୁଛି ଆମ ସମଗ୍ର ଦେଶ ଆମକୁ ସମର୍ଥନ କରୁଛି।
ତାଙ୍କ କଥା ମୋତେ ଗଭୀର ଭାବରେ ସ୍ପର୍ଶ କରିଥିଲା ଏବଂ ଦେଶ ପାଇଁ ପଦକ ଜିତିବା ପାଇଁ ଉତ୍ସାହିତ କରିଥିଲା।
ଆଥଲେଟମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ନିଆରା ଉପାୟ ଥିଲା। ପ୍ରଧାନମନ୍ତ୍ରୀ ଏଭଳି ପ୍ରଶ୍ନ ପଚାରିଥିଲେ ଯେ, ଆପଣମାନଙ୍କ ମଧ୍ୟରୁ କିଏ ସବୁଠାରୁ ସାନ? ଆପଣମାନଙ୍କ ମଧ୍ୟରୁ କେତେ ଜଣ ପ୍ରଥମ ଥର ପାଇଁ ଅଲିମ୍ପିଆନ୍ ହୋଇଥିଲେ? ଏଠାରେ କିଏ 2 କିମ୍ବା 3ଟି ଅଲିମ୍ପିକ୍ସର ଅଭିଜ୍ଞତା ରଖିଛି? ସେ ଚାହୁଁଥିଲେ କି ଅଭିଜ୍ଞ ଖେଳାଳିମାନେ କନିଷ୍ଠଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବେ। କୋଠରୀ ଟି ଏକ ନୂଆ ଉତ୍ସାହରେ ଭରି ଯାଇଥିଲା ।
ପ୍ୟାରିସ୍ ଅଲିମ୍ପିକ୍ସର କିଛି ମାସ ପୂର୍ବରୁ ଆଥଲେଟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଚିଠି ପାଇଥିଲେ, ଯାହା ଆମକୁ ଯେକୌଣସି ପ୍ରକାରର ଆବଶ୍ୟକତା ପାଇଁ ଆଗେଇ ଆସିବାକୁ ଉତ୍ସାହିତ କରିଥିଲା, ଯାହା ଆମ ମନୋବଳକୁ ବଢ଼ାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବାକୁ ଏବଂ ମୋ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ସେ ପ୍ରତ୍ୟେକ ଖେଳାଳିଙ୍କ ବିଷୟରେ ପ୍ରତ୍ୟେକ ବିବରଣୀ ଉପରେ ନଜର ରଖନ୍ତି ।
ଯେତେବେଳେ ମୁଁ ମାତ୍ର 16 ବର୍ଷ ବୟସର ଥିଲି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିଥିଲେ ଏବଂ ମୋତେ ତାଙ୍କ ବ୍ୟକ୍ତିଗତ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କଥାବାର୍ତ୍ତା ସମୟରେ ସେ ମୋତେ କହିଥିଲେ, 'ତୁମେ ବହୁତ ଛୋଟ। ତୁମେ ଆହୁରି ଅଧିକ ସଫଳତା ହାସଲ କରିବ ଏବଂ ଯେତେବେଳେ ତୁମକୁ କିଛି ଦରକାର ପଡିବ ମୋ ସହିତ ଯୋଗାଯୋଗ କରିବ । ଏହା ମୋ ପାଇଁ ପ୍ରେରଣାର ଉତ୍ସ ଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ମୋତେ ଭଲ ଲାଗେ । ମୁଁ କହିବାକୁ ଚାହୁଁଛି ଯେ ଯେତେବେଳେ ମୁଁ ପ୍ୟାରିସରୁ ଫେରିଲି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେହି ବ୍ୟାଡମିଣ୍ଟନ ରାକେଟ ଦେଇଥିଲି ଯେଉଁଠି ମୁଁ ଖେଳୁଥିଲି । ରାକେଟ୍ ନେବା ପରେ ସେ ପ୍ରଥମେ ମୋ ସିଗ୍ନେଚର ବ୍ୟାକହ୍ୟାଣ୍ଡ ନୋ-ଲୁକ୍ ସଟ୍ ଖେଳିବା ଆରମ୍ଭ କରିଥିଲେ। ଏବଂ ସେ ମୋତେ ପଚାରିଲେ ମୁଁ ଏଭଳି ସଟ୍ ଖେଳୁଛି କି ନାହିଁ। ସେ ଯେଉଁଭଳି ଖେଳିଥିଲେ, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆପଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ମିଳିଥିବାରୁ ବହୁତ ଭଲ ଲାଗୁଛି ।