“ସୁଲଭ ସୌରଶକ୍ତି ପାଇଁ ସାମର୍ଥ୍ୟ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଭୂମିକା” ସଂକ୍ରାନ୍ତ ପ୍ରବାସୀ ଭାରତୀୟ ପ୍ୟାନେଲର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ଏହି ପ୍ୟାନେଲରେ ସାମିଲ ଥିଲେ ପ୍ରବାସୀ ଭାରତୀୟ ଏବଂ ଭାରତର ପ୍ରଖ୍ୟାତ ବିଶେଷଜ୍ଞ, ଶିକ୍ଷାବିତ୍ତ, ଉନ୍ମେଷକ ଏବଂ ଉଦ୍ୟୋଗପତି । ସେମାନେ ସୌରଶକ୍ତିର ଆବଶ୍ୟକୀୟ ଉପଯୋଗର ମାତ୍ରା, ଅଫ-ଗ୍ରୀଡ଼ ଓ ମାଇକ୍ରୋଗ୍ରୀଡ ସମାଧାନ, ସୌର ଶକ୍ତି ସଂରକ୍ଷଣ, ପରବର୍ତ୍ତୀ ପୀଢ଼ି ସୌର ପ୍ରଯୁକ୍ତି ଏବଂ ଅକ୍ଷୟ କ୍ଷେତ୍ର ପାଇଁ ଅଭିନବ ଆର୍ଥିକ ବିକଳ୍ପ ଆଦି କ୍ଷେତ୍ରରେ ଗତ ଦୁଇ ଦିନ ଧରି ଚାଲିଥିବା ଆଲୋଚନାର ଫଳାଫଳ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ପ୍ରୟୋଗ ଉପଯୋଗୀ ସୁପାରିଶକୁ ସ୍ୱାଗତ କରିଥିଲେ ଓ ଏହି ବିଶେଷଜ୍ଞ ଭାବ ବିନିମୟ ଓ ନୀତି ନିର୍ଦ୍ଧାରଣ ପାଇଁ ଉପଯୋଗୀ ବିଷୟକୁ ଆଗକୁ ବଢ଼ାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।