ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର 10ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ ସ୍କିମ୍) କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ କାରବାର ବୃଦ୍ଧି ପାଇବ । ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ସ୍କିମ୍ କାର୍ଯ୍ୟକାରୀ ହେବ ସେଗୁଡିକ ହେଲା- ଆଡଭାନ୍ସ କେମିଷ୍ଟ୍ରି ସେଲ୍ (ଏସିସି) ବ୍ୟାଟେରୀ, ଇଲେକ୍ଟ୍ରୋନିକ୍/ଟେକ୍ନୋଲଜି ଉତ୍ପାଦ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଔଷଧପତ୍ର, ଟେଲିକମ ଓ ଟେଲିଯୋଗାଯୋଗ ଉତ୍ପାଦ, ଏମଏମ୍ଏଫ୍ ବର୍ଗର ବୟନ ସାମଗ୍ରୀ ଏବଂ ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟପଦାର୍ଥ, ଅତିଦକ୍ଷ ସୌର ପିଭି ମଡ୍ୟୁଲ୍ସ, ଏୟାର କଣ୍ଡିସନ୍ସ ଏବଂ ଏଲ୍ଇଡି ଭଳି ହ୍ୱାଇଟ ଗୁଡ୍ସ ଓ ସ୍ୱତନ୍ତ୍ର ଧରଣର ଇସ୍ପାତ । ଏଥିରେ କେବଳ ଏସିସି ବ୍ୟାଟେରୀ କ୍ଷେତ୍ରରେ ଏହି ଯୋଜନାକୁ ନୀତି ଆୟୋଗ ଏବଂ ଭାରୀ ଶିଳ୍ପ ଉଦ୍ୟୋଗ ବିଭାଗ କାର୍ଯ୍ୟକାରୀ କରିବେ । ଅନ୍ୟ 9ଟି କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ 145980 କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ଅନୁମୋଦନ ଲାଭ କରିଛି । ପାଞ୍ଚବର୍ଷ ମଧ୍ୟରେ ଏହିସବୁ ଉଦ୍ୟୋଗରେ ସଂପୃକ୍ତ ଅର୍ଥ ଖର୍ଚ୍ଚ କରାଯିବ । ସାମଗ୍ରୀ ଓ ବିଭାଗୱାରୀ ବ୍ୟୟ ବରାଦ ଏଥିସହିତ ପ୍ରଦତ୍ତ ଟେବୁଲରେ ପ୍ରଦାନ କରାଯାଇଛି ।
Priority |
Sectors |
Implementing Ministry/Department |
Approved financial outlay over a five-year period Rs.crore |
1. |
Advance Chemistry Cell (ACC) Battery |
NITI Aayog and Department of Heavy Industries |
18100 |
2. |
Electronic/Technology Products |
Ministry of Electronics and Information Technology |
5000 |
3. |
Automobiles |
Department of Heavy Industries |
57042 |
4. |
Pharmaceuticals drugs |
Department of Pharmaceuticals |
15000 |
5. |
Telecom & Networking Products |
Department of Telecom |
12195 |
6. |
Textile Products: MMF segment and technical textiles |
Ministry of Textiles |
10683 |
7. |
Food Products |
Ministry of Food Processing Industries |
10900 |
8. |
High Efficiency Solar PV Modules |
Ministry of New and Renewable Energy |
4500 |
9. |
White Goods (ACs & LED) |
Department for Promotion of Industry and Internal Trade |
6238 |
10. |
Speciality Steel |
Ministry of Steel |
6322 |
Total |
145980 |
ଏହି ସ୍କିମ୍ର କାର୍ଯ୍ୟକାରିତା ନିର୍ଦ୍ଧାରିତ ଅର୍ଥ ସୀମା ଅନୁସାରେ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ କରିବେ । ପିଏଲ୍ଆଇର ଚୂଡାନ୍ତ ପ୍ରସ୍ତାବ ପ୍ରତ୍ୟେକ କ୍ଷେତ୍ର ବିଶେଷରେ ବ୍ୟୟ ସଂକ୍ରାନ୍ତ ବିତ୍ତ କମିଟି (ଇଏଫ୍ସି) ଦ୍ୱାରା ଅନୁଧ୍ୟାନ ପରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବ । କୌଣସି ଏକ କ୍ଷେତ୍ର ପାଇଁ ଅନୁମୋଦନ ଲାଭ କରିଥିବା ବ୍ୟୟ ପ୍ରସ୍ତାବ ଯଦି ବଳି ପଡେ, ଆବ୍ୟଶକସ୍ଥଳେ ସେହି ଅର୍ଥକୁ ଅନୁରୂପ ଅନୁମୋଦିତ କ୍ଷେତ୍ରରେ ବ୍ୟୟ କରାଯାଇପାରିବ । ଏଥିପାଇଁ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀଙ୍କ ଅନୁମୋଦନ କ୍ରମେ ଏହା କରାଯିବ । ଏହି 10ଟି କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ନୂଆ କ୍ଷେତ୍ରରେ ଯଦି ପିଏଲ୍ଆଇ ସ୍କିମର ଆବଶ୍ୟକତା ଅନୁଭୂତ ହୁଏ ସେଥିପାଇଁ କ୍ୟାବିନେଟର ସାନି ଅନୁମୋଦନ ଆବଶ୍ୟକ ।
ଉପରୋକ୍ତ 10ଟି କ୍ଷେତ୍ରରେ ପିଏଲ୍ଆଇ ସ୍କିମ କାର୍ଯ୍ୟକାରୀ ହେଲେ ଭାରତ ତିଆରି ସାମଗ୍ରୀ ଓ ଏହାର ଉତ୍ପାଦକମାନେ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହାଦ୍ୱାରା ଦକ୍ଷତା ବୃଦ୍ଧି, ନୂଆ ଟେକ୍ନୋଲଜିର ଉପଯୋଗ ପାଇଁ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ପିଏଲ୍ଆଇ ମଧ୍ୟ ସଂପୃକ୍ତ ଉଦ୍ୟୋଗର ଦକ୍ଷତା ବୃଦ୍ଧିକରି ଅଧିକ ଉନ୍ନତମାନର ସାମଗ୍ରୀ ରପ୍ତାନୀରେ ସହାୟକ ହେବ । ଏହାଦ୍ୱାରା ରପ୍ତାନୀ ବଢିବା ସହିତ ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ ।
- ଏସିସି ବ୍ୟାଟେରୀ ଉତ୍ପାଦନ ଚଳିତ ଶତାବ୍ଦୀର ବିଶ୍ୱରେ ସର୍ବବୃହତ୍ ଆର୍ଥିକ ସୁଯୋଗ ପ୍ରଦାନକାରୀ ଉଦ୍ୟୋଗଭାବେ ପରିଗଣିତ । ବିଭିନ୍ନ ଉଦ୍ୟୋଗରେ ଏହି ବ୍ୟାଟେରୀର ବ୍ୟବହାର ସର୍ବାଧିକ । ଖାଉଟିଙ୍କ ଦ୍ୱାରା ବ୍ୟବହାର ଇଲେକ୍ଟ୍ରୋନିକ ସାମଗ୍ରୀ, ବିଦ୍ୟୁତ ଚାଳିତ ଯାନ ଏବଂ ଅକ୍ଷୟଶକ୍ତି ଉତ୍ପାଦନରେ ଏହାର ବ୍ୟବହାର ସର୍ବାଧିକ । ଏସିସି ବ୍ୟାଟେରୀ କ୍ଷେତ୍ରରେ ପିଏଲ୍ଆଇ ସ୍କିମ୍ ଲାଗୁ ହେଲେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ଉଦ୍ୟୋଗୀମାନେ ପ୍ରୋତ୍ସାହିତ ହେବେ । ଏହାଦ୍ୱାରା ସେମାନେ ଭାରତରେ ଉନ୍ନତ ମାନର ଏସିସି ବ୍ୟାଟେରୀ ଉତ୍ପାଦନ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିବେ ।
- 2025 ସୁଦ୍ଧା ଭାରତର ଡିଜିଟାଲ ଅର୍ଥନୀତି 1 ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେଥିପାଇଁ ସରକାର ଅତିରିକ୍ତଭାବେ ଡାଟା ଲୋକାଲାଇଜେସନ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ର ବଜାର ଭାରତରେ ସୃଷ୍ଟି କରିବା ପାଇଁ ବିଶେଷ ଉଦ୍ୟମ କରୁଛନ୍ତି । ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟକ୍ରମରେ ଆଗକୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିବ । ସେଥିପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏହି କ୍ଷେତ୍ରରେ ପିଏଲ୍ଆଇ ସ୍କିମ୍ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
- ଭାରତରେ ଅଟୋମୋଟିଭ ଉଦ୍ୟୋଗ ବା ଯାନବାହନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଉଦ୍ୟୋଗକୁ ଅଧିକ ପ୍ରତିଯୋଗିତାକ୍ଷମ ଏବଂ ବିଶ୍ୱ ବଜାରରେ ଅଧିକରୁ ଅଧିକ ସ୍ଥାନ ଦଖଲ ପାଇଁ ଭାରତ ସରକାର ପିଏଲ୍ଆଇ ସ୍କିମ୍ ଏହି ଉଦ୍ୟୋଗରେ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
- ଭାରତୀୟ ଔଷଧପତ୍ର ଓ ଚିକିତ୍ସା ସାମଗ୍ରୀ ଉଦ୍ୟୋଗ (ଫାର୍ମାସ୍ୟୁଟିକାଲ) ପରିମାଣ ଅନୁସାରେ ବିଶ୍ୱରେ ତୃତୀୟ ସର୍ବବୃହତ୍ । ମୂଲ୍ୟ ଦୃଷ୍ଟିରୁ ଏହା ପୃଥିବୀରେ ଚତୁର୍ଦ୍ଦଶ । ବିଶ୍ୱ ବଜାରକୁ ବିଭିନ୍ନ ପ୍ରକାର ଔଷଧପତ୍ର ଓ ଔଷଧୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ଅବଦାନ 3.5 ଶତାଂଶ । ବିଭିନ୍ନ ପ୍ରକାର ଔଷଧପତ୍ରର ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଭାରତରେ ଏକ ପୂର୍ଣ୍ଣାଙ୍ଗ ପରିବେଶ ରହିଛି । ଏହା ସହିତ ତତ୍ସଂକ୍ରାନ୍ତ ସାମଗ୍ରୀ ଉତ୍ପାଦନ ପାଇଁ ଏକ ଦୃଢ ଭିତ୍ତିଭୂମି ମଧ୍ୟ ଭାରତରେ ଉପଲବ୍ଧ । ଏହି କ୍ଷେତ୍ରରେ ପିଏଲ୍ଆଇ ସ୍କିମ୍ ଲାଗୁ ହେବା ପରେ ଏହା ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ସହ ଏ କ୍ଷେତ୍ରରେ ଉଚ୍ଚମାନର ସାମଗ୍ରୀ ରପ୍ତାନୀ ପାଇଁ ପ୍ରୋତ୍ସାହନ ମିଳିବ ।
- ଟେଲିକମ୍ ସାମଗ୍ରୀ ଏକ ନିର୍ଭରଯୋଗ୍ୟ ଓ ଦୃଢ ଟେଲି ଭିତ୍ତିଭୂମି ନିର୍ମାଣ ପାଇଁ ବିଶେଷ ଜୁରରୀ । ଏ କ୍ଷେତ୍ରରେ ଭାରତ ମୌଳିକ ସାମଗ୍ରୀ ନିର୍ମାଣ କରି ବିଶ୍ୱର ପ୍ରମୁଖ ଦେଶଭାବେ ଉଭା ହେବାକୁ ଆଶା ରଖିଛି । ପିଏଲ୍ଆଇ ସ୍କିମ୍ ଲାଗୁ ହେବାଦ୍ୱାରା ଆନ୍ତର୍ଜାତିକ ସ୍ତରର ଉଦ୍ୟୋଗୀ ଓ ନିବେଶକ ଆକର୍ଷିତ ହୋଇ ଭାରତରେ ଉଦ୍ୟୋଗ ସ୍ଥାପନ କରିବା ସହ ଟେଲିକମ୍ ଯନ୍ତ୍ରପାତି ଏବଂ ନେଟୱାର୍କିଂ ସାମଗ୍ରୀ ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ କରିବେ । ଦେଶୀ କଂପାନୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଫଳରେ ଏସବୁ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ବଜାରର ମାନ୍ୟତା ପାଇବ ।
- ଭାରତୀୟ ବୟନ ଉଦ୍ୟୋଗ ବିଶ୍ୱର ଅନ୍ୟତମ ସର୍ବବୃହତ୍ । ବିଶ୍ୱ ବୟନ ରପ୍ତାନୀରେ ଭାରତର ବୟନ ସାମଗ୍ରୀ ଓ ପୋଷାକପତ୍ରର ଅଂଶ 5 ଶତାଂଶ । ତେବେ ମନୁଷ୍ୟକୃତ ତନ୍ତୁ ବା ଏମ୍ଏମ୍ଏଫ୍ କ୍ଷେତ୍ରରେ ବିଶ୍ୱର ଚାହିଦା ଯାହା ତଦନୁସାରେ ଭାରତର ଅଂଶ ସ୍ୱଳ୍ପ । ଏମ୍ଏମଏଫ୍ର ଚାହିଦା ବଢୁଥିବାରୁ ଭାରତ ଏହାକୁ ପିଏଲ୍ଆଇ ସ୍କିମ୍ ଅନ୍ତର୍ଭୁକ୍ତ କରି ବିପୁଳ ପୁଞ୍ଜି ଆକର୍ଷିତ କରିବାକୁ ଉଦ୍ୟମ କରୁଛି । ଏହା ଫଳରେ ଘରୋଇ ଏମ୍ଏମ୍ଏଫ୍ ଓ ଟେକ୍ନିକାଲ ଟେକ୍ସଟାଇଲ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଷ ଉପକୃତ ହେବେ । ଏହା ମଧ୍ୟ ଏ କ୍ଷେତ୍ରର ରପ୍ତାନୀ ବାଣିଜ୍ୟକୁ ବଢାଇବ ।
- ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସହିତ ଚାଷୀଙ୍କ ସ୍ୱାର୍ଥ ଜଡିତ । ଏହି ଉଦ୍ୟୋଗର ଅଭିବୃଦ୍ଧି ଦ୍ୱାରା ଚାଷୀମାନେ ସୋମନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ମୂଲ୍ୟ ପାଇଥାନ୍ତି । ଏହାଛଡା ଉତ୍ପାଦିତ ସାମଗ୍ରୀ ପଚିଶଢି ନଷ୍ଟ ହେବାର ସମ୍ଭାବନା ହ୍ରାସ ପାଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେଉଁଠି ଉଚ୍ଚ ଅଭିବୃଦ୍ଧି ଓ ମଧ୍ୟମରୁ ବୃହତ୍ ନିଯୁକ୍ତିର ସୁବିଧା ସୁଯୋଗ ରହିଛି, ସେଭଳି ପ୍ରକ୍ରିୟାକରଣ ଉଦ୍ୟୋଗକୁ ଚିହ୍ନଟ କରାଯାଇଛି । ପିଏଲ୍ଆଇ ଯୋଜନାରେ ସେହିସବୁ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇ ସରକାର କର୍ମନିଯୁକ୍ତି ଓ ରପ୍ତାନୀ ବାଣିଜ୍ୟ ବଢାଇବାକୁ ଆଗ୍ରହୀ ।
- ଏବେ ଭାରତ ଅଧିକ ସଂଖ୍ୟାରେ ସୋଲାର (ସୌର) ପିଭି ପ୍ୟାନେଲ ଆମଦାନୀ କରୁଛି । ଏହାଦ୍ୱାରା ଯୋଗାଣ ବ୍ୟବସ୍ଥାରେ ସ୍ଥିତିସ୍ଥାପକତା ରହୁନାହିଁ । ସାମଗ୍ରୀର ଅଭାବ ସହିତ ଏ କ୍ଷେତ୍ରରେ ନିରାପତ୍ତାଜନିତ ବିପଦର ଆଂଶକା ମଧ୍ୟ ରହିଛି । କାରଣ ଏହିସବୁ ସୌର ପିଭି ପ୍ୟାନେଲ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ହୋଇଥିବାରୁ ଏହାର ହାକିଂ ଭୟ ରହିଛି । ତେଣୁ ଯୋଗାଣ ବ୍ୟବସ୍ଥା ଯେକୌଣସି ସମୟରେ ବିଘ୍ନିତ ହୋଇପାରେ । ସେଥିପାଇଁ ସରକାର ଏହି ଉଦ୍ୟୋଗକୁ ପିଏଲଆଇ ସ୍କିମ୍ ଅନ୍ତର୍ଭୁକ୍ତ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଅଗ୍ରାଧିକାର ଦେଉଛନ୍ତି । ଆହୁରି ମଧ୍ୟ ଏହି ବ୍ୟବସ୍ଥା ଫଳରେ ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀମାନେ ଭାରତରେ ବହୁତ ଉତ୍ପାଦନକ୍ଷମ ସୌର ପିଭି ପ୍ୟାନେଲ ଉଦ୍ୟୋଗ ଲଗାଇ ଏ କ୍ଷେତ୍ରରେ ବିଦେଶ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହୀ ହେବେ ।
- ହ୍ୱାଇଟ ଗୁଡ୍ସଭାବେ ପରିଚିତ ଏୟାରକଣ୍ଡିସନ ଓ ଏଲ୍ଇଡି ଆଦିର ଚାହିଦା ଭାରତରେ ବେଶ୍ ଅଧିକ । ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପିଏଲଆଇ ସ୍କିମ ଲାଗୁ କରିବା ଦ୍ୱାରା ନିବେଶକମାନେ ଉତ୍ସାହିତ ହୋଇ ଏଥିରେ ମୂଲ୍ୟ ମିଶ୍ରଣ (ମାନବୃଦ୍ଧି) କରିବାକୁ ଆଗ୍ରହ ପ୍ରକାଶ କରିବେ । ଏହାଛଡା ଉନ୍ନତ ମାନର ସାମଗ୍ରୀ ଉତ୍ପାଦିତ ହେଲେ ବିଦେଶୀ ବଜାରରେ ଏହା ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହା ଫଳରେ କେବଳ ଆମେ ଆତ୍ମନିର୍ଭରଶୀଳ ହେବା ନାହିଁ, ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରପ୍ତାନୀ ବୃଦ୍ଧିରେ ସହାୟକ ହେବ ।
- ଇସ୍ପାତ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ ଏବଂ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଉତ୍ପାଦନକାରୀ ରାଷ୍ଟ୍ର । ନିର୍ଦ୍ଦିଷ୍ଟ ମାନର ଇସ୍ପାତ ଓ ଇସ୍ପାତଜାତ ଦ୍ରବ୍ୟ ଉତ୍ପାଦନ କରି ଭାରତ ବିଶ୍ୱରେ ଚମ୍ପିଅନ ହେବାକୁ ସାମର୍ଥ୍ୟ ରଖିଛି । ସ୍ୱତନ୍ତ୍ର ଧରଣର ଇସ୍ପାତ କ୍ଷେତ୍ରରେ ପିଏଲଆଇ ସ୍କିମ୍ ପ୍ରବର୍ତ୍ତନ ଫଳରେ ଏହାର ଉତ୍ପାଦନ ଦକ୍ଷତା ବଢିବା ସହ ମୂଲ୍ୟ ମିଶ୍ରିତ ଉନ୍ନତମାନର ଇସ୍ପାତ ସାମଗ୍ରୀ ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇବ ।
ଏଠାରେ ସୂଚନାଯୋଗ୍ୟ ଯେ ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଉପର ବର୍ଣ୍ଣିତ କ୍ଷେତ୍ର ବ୍ୟତୀତ ସରକାର ଏହା ପୂର୍ବରୁ ଅନ୍ୟ 3ଟି କ୍ଷେତ୍ର ପାଇଁ ପିଏଲ୍ଆଇ ସ୍କିମ୍କୁ ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା (1) ମୋବାଇଲ ନିର୍ମାଣ ଏବଂ ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ ଉପକରଣ ଉତ୍ପାଦନ, (2) ଅତି ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତି ସାମଗ୍ରୀ ଏବଂ ଉପାଦାନ କ୍ଷେତ୍ର (3) ମେଡିକାଲ ଉପକରଣ ନିର୍ମାଣ । ଏହି 3ଟି କ୍ଷେତ୍ର ପାଇଁ 5 ବର୍ଷ ନିମନ୍ତେ ମୋଟ 51311 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସଂପୃକ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ଏ ସଂପର୍କୀୟ ପୂର୍ଣ୍ଣାଙ୍ଗ ତଥ୍ୟ ସଂଲଗ୍ନ ଟେବୁଲରେ ପ୍ରଦାନ କରାଯାଇଛି ।
No. |
Sectors |
Implementing Ministry/Department |
Financial outlays Rs. crore |
1. |
Mobile Manufacturing and Specified Electronic Components |
MEITY |
40951 |
2. |
Critical Key Starting materials/Drug Intermediaries and Active Pharmaceutical Ingredients |
Department of Pharmaceuticals |
6940 |
3. |
Manufacturing of Medical Devices. |
3420 |
|
Total |
51311 |
ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣର ମୂଳ ଲକ୍ଷ୍ୟ ହେଲା ଏକ ଦକ୍ଷ, ସମ ତଥା ସ୍ଥିତିସ୍ଥାପକ ଉତ୍ପାଦନ ଉଦ୍ୟୋଗ ସୃଷ୍ଟି କରିବା ଏବଂ ସେଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସଂପୃକ୍ତ କ୍ଷେତ୍ରକୁ ଯୋଗାଇଦେବା । ଉତ୍ପାଦନ ବ୍ୟବସ୍ଥା ଦୃଢ ଓ ଉତ୍ପାଦିତ ସାମଗ୍ରୀ ଉଚ୍ଚମାନର ହେଲେ ଉଭୟ ଭାରତୀୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇବ । ଭାରତ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ନିଜର ସାମଗ୍ରୀକୁ ବିଶ୍ୱ ବଜାରରେ ପ୍ରତିଯୋଗିତା ପାଇଁ ସମର୍ଥ କରିପାରିବ । ଏହାଦ୍ୱାରା ଭାରତୀୟ ଉଦ୍ୟୋଗ ବିଦେଶୀ ପ୍ରତିଯୋଗିତାରେ ତିଷ୍ଟିବାକୁ ସକ୍ଷମ ହେବେ । ଏଥିପାଇଁ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇବା ସହ ଏକ ଅନୁକୂଳ ଔଦ୍ୟୋଗୀକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ଉତ୍ପାଦ ଯେପରି ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ସମନ୍ୱିତ ହେବ ଏବଂ ଉତ୍ପାଦନକାରୀ ସଂସ୍ଥା ବିଶେଷକରି ଏମ୍ଏସ୍ଏମ୍ଇ ଯେପରି ନିରନ୍ତରଭାବେ ଏହା ସହିତ ଯୋଡିହୋଇ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସାମଗ୍ରିକଭାବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଆସିବ ଏବଂ ଏକ ବିରାଟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କ୍ଷେତ୍ରୱାରୀ ଟେବୁଲ ଦ୍ରଷ୍ଟବ୍ୟ
Sector |
Product Lines |
Advance Chemistry Cell (ACC) Battery Manufacturing |
ACC Batteries |
Electronic/Technology Products |
|
Automobile and Auto Components |
Automobile and Auto Components |
Pharmaceuticals |
Category 1 Biopharmaceuticals Complex generic drugs Patented drugs or drugs nearing patent expiry Cell based or gene therapy products Orphan drugs Special empty capsules vii. Complex excipients |
|
Category 2 Active Pharma Ingredients (APIs) /Key Starting Materials (KSMs) and /Drug Intermediaries (Dls) Category 3 Repurposed Drugs Auto-immune drugs, Anti-cancer drugs, Anti diabetic drugs, Anti Infective drugs, Cardiovascular drugs,Psychotropic drugs and Anti-Retroviral drugs In-vitro Diagnostic Devices (IVDs) Phytopharmaceuticals Other drugs not manufactured in India Other drugs as approved |
Telecom Products |
Core Transmission Equipment 4G/5G, Next Generation Radio Access Network and Wireless Equipment Access & Customer Premises Equipment (CPE), Internet of Things (IoT) Access Devices and Other WirelessEquipment Enterprise equipment: Switches, Router |
Textiles |
Man-Made Fiber Segment Technical Textiles |
Food Processing |
Ready to Eat / Ready to Cook (RTE/ RTC) Marine Products Fruits & Vegetables Honey Desi Ghee Mozzarella Cheese Organic eggs and poultry meat |
Solar PV manufacturing |
Solar PVs |
White Goods |
Air conditioners LED |
Steel Products |
Coated Steel High Strength Steel Steel Rails Ally Steel Bars & Rods |