ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି ୨୦୨୧-୨୨ ବଜାର ଋତୁ ପାଇଁ ବନ୍ଧିତ ଖରିଫ ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି)ର ଅନୁମୋଦନ କରିଛନ୍ତି ।
ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ସରକାର ୨୦୨୧-୨୨ ବଜାର ଋତୁ ପାଇଁ ଖରିଫ ଶସ୍ୟର ନ୍ୟୂନତମ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଗତବର୍ଷ ତୁଳନାରେ ସବୁଠାରୁ ଅଧିକ ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪୫୨ଟଙ୍କା ରାଶି ଉପରେ ବୃଦ୍ଧି କରିଥିବାବେଳେ ତା ପଛକୁ ହରଡ ଓ ବିରି କ୍ୱିଣ୍ଟାଲ ପିଛା ତିନିଶହ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ବାଦାମ କ୍ୱିଣ୍ଟାଲ ପିଛା ୨୭୫ଟଙ୍କା ଓ ଅଳସୀ ୨୩୫ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଗତବର୍ଷର ସହାୟକ ମୂଲ୍ୟ ତୁଳନାରେ ଏହି ଅତିରିକ୍ତ ବୃଦ୍ଧି ଫସଲ ନ ବଦଳାଇବା ପାଇଁ କରାଯାଇଛି ।
Crop
|
MSP 2020-21
|
MSP 2021-22
|
Cost* of production 2021-22 (Rs/quintal)
|
Increase in MSP (Absolute)
|
Return over cost (in per cent)
|
Paddy (Common)
|
1868
|
1940
|
1293
|
72
|
50
|
Paddy (GradeA)^
A)A
|
1888
|
1960
|
-
|
72
|
-
|
Jowar (Hybrid) (Hybrid)
|
2620
|
2738
|
1825
|
118
|
50
|
Jowar (Maldandi)^
|
2640
|
2758
|
-
|
118
|
-
|
Bajra
|
2150
|
2250
|
1213
|
100
|
85
|
Ragi
|
3295
|
3377
|
2251
|
82
|
50
|
Maize
|
1850
|
1870
|
1246
|
20
|
50
|
Tur (Arhar)
|
6000
|
6300
|
3886
|
300
|
62
|
Moong
|
7196
|
7275
|
4850
|
79
|
50
|
Urad
|
6000
|
6300
|
3816
|
300
|
65
|
Groundnut
|
5275
|
5550
|
3699
|
275
|
50
|
Sunflower Seed
|
5885
|
6015
|
4010
|
130
|
50
|
Soyabean (yellow)
|
3880
|
3950
|
2633
|
70
|
50
|
Sesamum
|
6855
|
7307
|
4871
|
452
|
50
|
Nigerseed
|
6695
|
6930
|
4620
|
235
|
50
|
Cotton (Medium Staple)
|
5515
|
5726
|
3817
|
211
|
50
|
Cotton (Long Staple)^
|
5825
|
6025
|
-
|
200
|
-
|
୨୦୨୧-୨୨ ନିମନ୍ତେ ଖରିଫ ଫସଲ ନ୍ୟୂନତମ ସହାୟକ ମୂଲ୍ୟ ନିମ୍ନମତେ ରଖାଯାଇଛି । ୨୦୨୧-୨୨ ପାଇଁ ଖରିଫ ଶସ୍ୟ ଏମଏସପି ବୃଦ୍ଧି ୨୦୧୮-୧୯ କେନ୍ଦ୍ରୀୟ ବଜେଟ୍ର ଘୋଷଣା ମୁତାବକ ହୋଇଛି । ବଜେଟରେ ଏମଏସପି ସର୍ବଭାରତୀୟ ହାରାହାରି ଉତ୍ପାଦ ମୂଲ୍ୟ (ସିଓପି)ର ଅନ୍ୟୁନ ଦେଢଗୁଣ ବୃଦ୍ଧି କରି କୃଷକଙ୍କୁ ଅଧିକ ଲାଭ ଦେବା ପାଇଁ ପ୍ରସ୍ତାବ ରହିଥିଲା । ଚାଷୀର ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆକଳିତ ଆୟ ସର୍ବାଧିକ ବଜାରରେ ଶତକଡା ୮୫ଭାଗ ଥିବାବେଳେ ବିରିରେ ଶତକଡା ୬୫ ଓ ହରଡରେ ଶତକଡା ୬୨ ଥିଲା । ଅନ୍ୟାନ୍ୟ ଶସ୍ୟ ପାଇଁ ଚାଷୀଙ୍କ ଲାଗି ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଶତକଡା ୫୦ଭାଗ ଲାଭ ଆକଳନ କରାଯାଇଥିଲା ।
ଗତ କିଛି ବର୍ଷରେ ଏମଏସପିର ପୁନର୍ବିନ୍ୟାସ ତୈଳବୀଜ, ଡାଲି ଓ ଅନ୍ୟାନ୍ୟ ମୋଟା ଶସ୍ୟ କ୍ଷେତ୍ରରେ କରାଯାଇଛି । ଏହାଫଳରେ ଚାଷୀମାନେ ଏହି ସବୁ ଫସଲ ଅଧିକ ଜମିରେ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଚାହିଦା -ଯୋଗାଣ ଅସନ୍ତୁଳନରେ ସୁଧାର ଆଣିବେ । ଯେଉଁ ଭୂତଳ ଜଳସ୍ତରଜନିତ ଅସୁବିଧା ରହିଛି ସେଠାରେ ଧାନ ଓ ଗହମ ଉତ୍ପାଦନକୁ ଭରଣା କରିବା ପାଇଁ ପୌଷ୍ଟିକତା ଭରପୁର ଡାଲିଜାତୀୟ ଶସ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରୟାସ ହୋଇଛି ।
ଏହା ବ୍ୟତୀତ ଛତ୍ର ଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଅନ୍ନ ସଂରକ୍ଷଣ ଅଭିଯାନ (ପି.ଏମ-ଏଏଏସଏଚଏ) ” ୨୦୧୮ ମସିହାରେ ଘୋଷିତ ହୋଇ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଅଧିକ ଲାଭ ଦେବାକୁ ଘୋଷଣା କରାଯାଇଥିଲା । ଏହି ଛତ୍ର ଯୋଜନା ଅଧୀନରେ ତିନିଟି ଉପଯୋଜନା ରହିଛି ସେଗୁଡିକ ହେଲା ପ୍ରାଇସ ସହାୟକ(ପିଏସ୍ଏସ୍), ପ୍ରାଇସ ଡେଫିସିଏନ୍ସି ଦେୟ ଯୋଜନା(ପିଡିପିଏସ୍) ଓ ଘରୋଇ ଆହରଣ ଓ ଭଣ୍ଡାରଣ ଯୋଜନା(ବିପିଏସଏସ) ।
ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ୨୦୨୧ ଖରିଫ ବର୍ଷରେ ଏକ ସ୍ୱତନ୍ତ୍ର ଖରିଫ ରଣନୀତି ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ଜମିରେ ହରଡ, ମୁଗ ଏବଂ ବିରି ଚାଷ ଓ ଉତ୍ପାଦକତା ବୃଦ୍ଧି ପାଇଁ ଏକ ବିସ୍ତୃତ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ରଣନୀତି ଅନୁସାରେ ଉପଲବ୍ଧ ସମସ୍ତ ଅଧିକ ଅମଳକ୍ଷମ ବିହନ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ତୈଳବୀଜର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଭାରତ ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରି ଅନୁମୋଦନ କରିଛନ୍ତି । ୨୦୨୧ ଖରିଫ ଋତୁରେ ତ୍ୱରାନ୍ୱିତ ହେବାକୁ ଥିବା ଏହି ଯୋଜନାରେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ ବିହନ ମିନି କିଟ୍ ଆକାରରେ ଦିଆଯିବ । ସ୍ୱତନ୍ତ୍ର ଖରିଫ ଯୋଜନା ଅଧୀନରେ ୬ଲକ୍ଷ ୩୭ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ କରାଯିବ । ଏଥିରୁ ପ୍ରାୟ ୧୨୦.୨୬ଲକ୍ଷ କ୍ୱିଣ୍ଟାଲ ତୈଳବୀଜ ଓ ୨୪.୩୬ଲକ୍ଷ କ୍ୱିଣ୍ଟାଲ ଖାଇବା ତେଲ ଉତ୍ପାଦନ କରିବାର ସମ୍ଭାବନା ରହିଛି ।