ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ। ଏହି ରଣନୀତିକ ପଦକ୍ଷେପ କୃଷକମାନଙ୍କୁ ସମର୍ଥନ କରିବା ଏବଂ ଭାରତର କୃଷି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଏଫସିଆଇ ୧୯୬୪ ମସିହାରେ ୧୦୦ କୋଟି ଟଙ୍କାର ଅଧିକୃତ ପୁଞ୍ଜି ଏବଂ ୪ କୋଟି ଟଙ୍କାର ଇକ୍ୱିଟି ସହିତ ଏହାର ଯାତ୍ରା ଆରମ୍ଭ କରିଥିଲା। ଏଫସିଆଇର ପରିଚାଳନାରେ ବହୁଗୁଣ ବୃଦ୍ଧି ହୋଇଥିଲା, ଫଳରେ ୨୦୨୪ ଫେବୃଆରୀରେ ଅନୁମୋଦିତ ପୁଞ୍ଜି ପରିମାଣ ୧୧,୦୦୦ କୋଟି ଟଙ୍କାରୁ ୨୧,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ଏଫସିଆଇର ଇକ୍ୱିଟି ୪,୪୯୬ କୋଟି ଟଙ୍କା ଥିଲା ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ୧୦,୧୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତ ସରକାର ଏଫସିଆଇ ପାଇଁ ୧୦,୭୦୦ କୋଟି ଟଙ୍କାର ଉଲ୍ଲେଖନୀୟ ପରିମାଣରେ ଇକ୍ୱିଟି ଅନୁମୋଦନ କରିଛନ୍ତି ଯାହା ଏହି ସଂସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବ ଏବଂ ଏହାର ରୂପାନ୍ତର ପାଇଁ ନିଆଯାଇଥିବା ପଦକ୍ଷେପକୁ ବ୍ୟାପକ ପ୍ରୋତ୍ସାହନ ଦେବ । 

ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଖାଦ୍ୟଶସ୍ୟ କ୍ରୟ, ରଣନୀତିକ ଖାଦ୍ୟଶସ୍ୟ ଷ୍ଟକ୍ ରକ୍ଷଣାବେକ୍ଷଣ, କଲ୍ୟାଣମୂଳକ ପଦକ୍ଷେପ ପାଇଁ ଖାଦ୍ୟଶସ୍ୟ ବଣ୍ଟନ ଏବଂ ବଜାରରେ ଖାଦ୍ୟଶସ୍ୟ ମୂଲ୍ୟ ସ୍ଥିରତା ଜରିଆରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଏଫସିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏଫସିଆଇର ପରିଚାଳନା ଦକ୍ଷତାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ଦିଗରେ ଇକ୍ୱିଟି ନିବେଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପାଣ୍ଠି ଆବଶ୍ୟକତାର ବ୍ୟବଧାନକୁ ପୂରଣ କରିବା ପାଇଁ ଏଫସିଆଇ ସ୍ୱଳ୍ପକାଳୀନ ଋଣର ଆଶ୍ରୟ ନେଇଥାଏ। ଏହି ନିବେଶ ଦ୍ୱାରା ସୁଧ ବୋଝ ହ୍ରାସ ପାଇବାରେ ସହାୟତା ମିଳିବ ଏବଂ ଶେଷରେ ଭାରତ ସରକାରଙ୍କ ସବସିଡିକୁ ହ୍ରାସ କରିବ ।

ଏମଏସପି ଆଧାରିତ କ୍ରୟ ଏବଂ ଏଫସିଆଇର ପରିଚାଳନା ଦକ୍ଷତାରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଦ୍ୱୈତ ପ୍ରତିବଦ୍ଧତା କୃଷକମାନଙ୍କୁ ସଶକ୍ତ କରିବା, କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏକ ସହଯୋଗୀ ପ୍ରୟାସକୁ ଦର୍ଶାଇଥାଏ।

 

  • सुधीर बुंगालिया January 11, 2025

    हर हर मोदी
  • Jayakumar G January 08, 2025

    🌹🌺🚩❇️🚩🌹Protect Our Bharat Culture.🌺🌺🌹 🕉Eradicate Colonial Culture Mindsets in our Bharat🍁🍁@narendramodi @AmitShah @JPNadda #PuducherryJayakumar
  • mahendra s Deshmukh January 07, 2025

    🙏🙏
  • Ganesh Dhore January 01, 2025

    जय श्री राम 🙏
  • Vivek Kumar Gupta December 29, 2024

    नमो ..🙏🙏🙏🙏🙏
  • Vivek Kumar Gupta December 29, 2024

    नमो .................................🙏🙏🙏🙏🙏
  • Avdhesh Saraswat December 27, 2024

    NAMO NAMO
  • Gopal Saha December 23, 2024

    hi
  • ओमप्रकाश तरदिया December 22, 2024

    सबका साथ सबका विकास विकसित भारत
  • Vishal Seth December 17, 2024

    जय श्री राम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
Former UK PM, Mr. Rishi Sunak and his family meets Prime Minister, Shri Narendra Modi
February 18, 2025

Former UK PM, Mr. Rishi Sunak and his family meets Prime Minister, Shri Narendra Modi today in New Delhi.

Both dignitaries had a wonderful conversation on many subjects.

Shri Modi said that Mr. Sunak is a great friend of India and is passionate about even stronger India-UK ties.

The Prime Minister posted on X;

“It was a delight to meet former UK PM, Mr. Rishi Sunak and his family! We had a wonderful conversation on many subjects.

Mr. Sunak is a great friend of India and is passionate about even stronger India-UK ties.

@RishiSunak @SmtSudhaMurty”