ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିହାରର ଦରଭଙ୍ଗା ଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ଏହି ନୂତନ ଏମ୍ସ ସ୍ଥାପନ କରାଯିବ । ଏହି ନୂତନ ଏମ୍ସ ନିମନ୍ତେ କ୍ୟାବିନେଟ 2,25,000 ଟଙ୍କା (ଫିକ୍ସଡ଼୍) ମୌଳିକ ବେତନ ତଥା ଏନପିଏ (ତେବେ ବେତନ + ଏନପିଏର ମୋଟ ପରିମାଣ 2,37,500 ଟଙ୍କାରୁ ଅଧିକ ହେବନାହିଁ)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ନୂତନ ଏମ୍ସ ପ୍ରତିଷ୍ଠା ନିମନ୍ତେ ମୋଟ 1264 କୋଟି ଟଙ୍କା ବ୍ୟୟ କରାଯିବ । ଭାରତ ସରକାରଙ୍କ ମଞ୍ଜୁରି ପ୍ରାପ୍ତ ହେବାର ମାତ୍ର 48 ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି ।
ସାଧାରଣ ଲୋକଙ୍କ ସୁବିଧା/ ଉଲ୍ଲେଖନୀୟ ବୈଶିଷ୍ଟ୍ୟ:/highlights
-ଏହି ନୂତନ ଏମ୍ସରେ 100ଟି ୟୁଜି (ଏମବିବିଏସ) ସିଟ୍ ଏବଂ 60ଟି ବିଏସସି (ନର୍ସିଂ) ସିଟ୍ ରହିବ
– ନୂତନ ଏମ୍ସରେ 15-20ଟି ସୁପର ସ୍ପେସିଆଲିଟି ବିଭାଗ କାର୍ଯ୍ୟ କରିବ
-ନୂତନ ଏମ୍ସ 750 ଶଯ୍ୟାବିଶିଷ୍ଟ ହସପିଟାଲ ଭାବେ କାର୍ଯ୍ୟ କରିବ
-ବର୍ତ୍ତମାନର ଏମ୍ସ କାର୍ଯ୍ୟଧାରା ଅନୁସାରେ ଆଶା କରାଯାଉଛି ଯେ ପ୍ରତ୍ୟେକ ନୂତନ ଏମ୍ସ ପ୍ରତିଦିନ ପ୍ରାୟ 2000 ଓପିଡ଼ି ରୋଗୀଙ୍କ ଚିକିତ୍ସା ଆବଶ୍ୟକତା ତୁଲାଇବେ ଏବଂ ପ୍ରାୟ 1000 ଆଇପିଡ଼ି ରୋଗୀ ସେଠାରେ ପ୍ରତି ମାସରେ ଚିକିତ୍ସା ସୁବିଧା ପାଇପାରିବେ ।
-ପିଜି ଏବଂ ଡିଏମ/ ଏମ ସିଏଚ ସୁପର ସ୍ପେସିଆଲିଟି କୋର୍ସ ମଧ୍ୟ ସମୟ କ୍ରମେ ଏହି ଚିକିତ୍ସାନୁଷ୍ଠାନମାନଙ୍କରେ ଖୋଲାଯିବ ।
ପ୍ରକଳ୍ପ ସଂପର୍କୀତ ବିସ୍ତୃତ ବିବରଣୀ:
ଏକ ନୂତନ ଏମ୍ସ ପ୍ରତିଷ୍ଠା କରାଯିବା କାର୍ଯ୍ୟରେ ଏକ ହସପିଟାଲ, ମେଡ଼ିକାଲ ଏବଂ ନର୍ସି କୋର୍ସ ସକାଶେ ଏକ ଟିଚଂ ବ୍ଲକ୍, ଆବାସିକ ପରିସର ଏବଂ ଅନ୍ୟାନ୍ୟ ତତସଂପର୍କୀତ ସୁବିଧା/ ସେବା, ମୋଟାମୋଟି ଭାବେ ନୂଆ ଦିଲ୍ଲୀର ଏମ୍ସ ତଥା ଅନ୍ୟ ଛଅଟି ଏମ୍ସ ଯାହାକି ପିଏମଏସଏସୱାଇର ପ୍ରଥମ ପର୍ଯ୍ୟାୟରେ ସ୍ଥାପନ କରାଯାଇଛି, ସେହି ଢ଼ାଂଚାରେ ହିଁ ସମ୍ପାଦନ କରାଯାଇଥାଏ । ଏକ ନୂତନ ଏମ୍ସ ସ୍ଥାପନର ଉଦ୍ଦେଶ୍ୟ ହେଲା ଏହା ଏକ ଜାତୀୟ ଗୁରୁତ୍ୱ ବହନକାରୀ ଚିକିତ୍ସାନୁଷ୍ଠାନ ଯାହାକି ସେହି କ୍ଷେତ୍ରକୁ ଗୁଣାତ୍ମକ ଟର୍ସିଆରୀ ସ୍ୱାସ୍ଥ୍ୟସେବା, ମେଡ଼ିକାଲ ଶିକ୍ଷା, ନର୍ସିଂ ଶିକ୍ଷା ଏବଂ ଗବେଷଣା ସୁବିଧା ଯୋଗାଇଥାଏ ।
ପ୍ରସ୍ତାବିତ ଏମ୍ସ ଅନୁଷ୍ଠାନରେ ଗୋଟିଏ 750 ଶଯ୍ୟାଯୁକ୍ତ ହସପିଟାଲ ରହିବ ଏବଂ ସେଥିରେ ଏମର୍ଜେନ୍ସି/ ଟ୍ରମା ବେଡ଼, ଆଇସିୟୁ ବେଡ଼, ଆୟୁଷ ବେଡ଼, ଘରୋଇ ବେଡ଼ ଏବଂ ସ୍ପେସିଆଲିଟି ତଥା ସୁପର ସ୍ପେସିଆଲିଟି ବେଡ଼ ଆଦି ରହିବ । ଏହାତିରିକ୍ତ, ସେଠାରେ ଗୋଟିଏ ମେଡ଼ିକାଲ କଲେଜ, ଆୟୁଷ ବ୍ଲକ୍, ଅଡ଼ିଟୋରିଅମ୍, ନାଇଟ୍ ସେଲ୍ଟର, ଅତିଥି ଗୃହ, ହଷ୍ଟେଲ ଏବଂ ଆବାସିକ ସୁବିଧା ମଧ୍ୟ ରହିବ । ନୂତନ ଏମ୍ସ ସ୍ଥାପନ ଦ୍ୱାରା କ୍ୟାପିଟାଲ ଆସେଟ ସୃଷ୍ଟି କରାଯିବ ଯେଉଁଥିପାଇଁ ଆବଶ୍ୟକ ବିଶେଷଜ୍ଞ ମାନବ ସମ୍ବଳ ସୃଷ୍ଟି କରାଯିବ ଯାହାକି ନୂତନ ଭାବେ ନିର୍ମିତ ଛଅଟି ଏମ୍ସ ଢ଼ାଂଚାରେ ସେଗୁଡ଼ିକର କାର୍ଯ୍ୟ ତଥା ରକ୍ଷଣାବେକ୍ଷଣ ଆଦି କରାଯିବ । ଏହିସବୁ ଅନୁଷ୍ଠାନମାନଙ୍କର ପୁନଃପୌନିକ ବ୍ୟୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପିଏମଏସଏସୱାଇ ଶୀର୍ଷରେ ଥିବା ଯୋଜନାବଦ୍ଧ ବଜେଟରୁ ଗ୍ରାଣ୍ଟ ଇନ୍ ଏଡ଼ ମାଧ୍ୟମରେ ଯୋଗାଇ ଦିଆଯିବ ।
ପ୍ରଭାବ:
ଏକ ନୂତନ ଏମ୍ସ ସ୍ଥାପନ ଦ୍ୱାରା ଏହି କ୍ଷେତ୍ରର ସ୍ୱାସ୍ଥ୍ୟ ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ନୁହେଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଦୁର୍ବଳତାକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ମେଣ୍ଟାଯାଇ ପାରିବ । ନୂତନ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ଏମ୍ସ ଲୋକମାନଙ୍କୁ ସୁପର ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଏହି କ୍ଷେତ୍ରରେ ଅନେକ ଡାକ୍ତର ତଥା ଅନ୍ୟନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୃଷ୍ଟି କରିବ । ସେମାନେ ପ୍ରାଥବିକ ତଥା ସେକେଣ୍ଡାରୀ ସ୍ତରୀୟ ଚିକିତ୍ସାନୁଷ୍ଠାନ/ ଫାସିଲିଟିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ପାଇଁ ଉପଲବ୍ଧ ହୋଇପାରିବେ । ନୂତନ ଏମ୍ସ ସଂପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣ୍ଠିରେ ନିର୍ମାଣ କରାଯିବ । ଏହି ନୂତନ ଏମ୍ସର କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ କେନ୍ଦ୍ର ସରକାର ସଂପୂର୍ଣ୍ଣ ରୂପେ ବହନ କରିବେ ।
ନିଯୁକ୍ତି ସୁଯୋଗ ସୃଷ୍ଟି:
ରାଜ୍ୟରେ ନୂତନ ଏମ୍ସ ସ୍ଥାପନ ଦ୍ୱାରା ପ୍ରାୟ 3000 ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷକ ଏବଂ ଅଣ ଶିକ୍ଷକସ୍ତରୀୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକନ୍ତୁ, ଅପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ମଧ୍ୟ ଘଟିବ ଯଦ୍ୱାରା ସେଠାରେ ଅନ୍ୟାନ୍ୟ ସୁବିଧା ଯଥା ସପିଂ ସେଣ୍ଟର, କ୍ୟାଣ୍ଟିନ ଭଳି ସେବା ଏମ୍ସ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ହୋଇପାରିବ ।
ଦରଭଙ୍ଗା ଏମ୍ସ ନିର୍ମାଣ କାର୍ଯ୍ୟରେ ଭୌତିକ ସଂସାଧନ ସୃଷ୍ଟିର ଆବଶ୍ୟକ ପଡ଼ିବ ଯାହା ଏହି ସଂସ୍ଥା ନିର୍ମାଣ ପର୍ଯ୍ୟାୟରେ ସେଠାରେ ପର୍ଯ୍ୟାପ୍ତ ମାତ୍ରାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହା ସେଠାରେ ଟର୍ସିଆରୀ ସ୍ୱାସ୍ଥ୍ୟ ସେବା ସଂସାଧନ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବ । ଏମ୍ସ ସଂସ୍ଥା କେବଳ ଦୀର୍ଘ ଦିନରୁ ଆବଶ୍ୟକ ଥିବା ସ୍ପେସିଆଲିଟି / ଟର୍ସିଆରୀ ସ୍ୱାସ୍ଥ୍ୟ ସେବା ସୁଲଭ ମୂଲ୍ୟରେ ଲୋକମାନଙ୍କୁ ପ୍ରଦାନ କରିବ ନାହିଁ, ଅପରନ୍ତୁ ଗରିବ ତଥା ଦୁସ୍ଥ ଲୋକମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ/ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ତାଲିମପ୍ରାନ୍ତ ମେଡ଼ିକାଲ ମାନବ ସମ୍ବଳ ଉପଲବ୍ଧ କରାଇବ । ଏହି ଚିକିତ୍ସାନୁଷ୍ଠାନ ମେଡ଼ିକାଲ ଶିକ୍ଷକ ସଂମ୍ବଳ/ ଫାକଲଟିର ଏକ ଭଣ୍ଡାର ଭାବେ କାର୍ଯ୍ୟ କରିବା ସହ ଗୁଣାତ୍ମକ ମେଡ଼ିକାଲ ଶିକ୍ଷା ପ୍ରଦାନରେ ସହାୟକ ହେବ ।