ବ୍ରିଟେନର ପ୍ରଧାନମନ୍ତ୍ରୀ ତେରେସା ମେ ଆଜି ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ଦୁଇ ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ଦୀପାବଳି ପର୍ବ ଅବସରରେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ ।
ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ଦୁଇ ନେତା ଏକମତ ହୋଇଥିଲେ । ବିଶେଷକରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଅର୍ଥ, ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗକୁ ଆହୁରି ବିସ୍ତାରିତ କରିବା ପାଇଁ ଅନେକ ସୁଯୋଗ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କ ଭାରତ ଗସ୍ତକୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ୟୁରୋପ ବାହାରେ ମେ’ଙ୍କର ଏହା ପ୍ରଥମ ବଡ ଧରଣର ବିଦେଶ ଗସ୍ତ । ତାଙ୍କୁ ସ୍ଵାଗତ କରିବା ଲାଗି ଅପେକ୍ଷାରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।