ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 01 ଏପ୍ରିଲ, 2017 ଠାରୁ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ଜାରି ରଖାଯିବ । ଏଥିପାଇଁ କେନ୍ଦ୍ର ସରକାର 85,217 କୋଟି ଟଙ୍କାର ବଜେଟ ସହାୟତା ଯୋଗାଇ ଦେବେ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ଲାଗି ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ-2015 ନିମନ୍ତେ “5 ବର୍ଷରେ ଜିଲ୍ଲା ଡାକ୍ତରଖାନା, ଉପଜିଲ୍ଲା ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୌଳିକ ଢାଂଚା ପ୍ରସ୍ତୁତ କରିବା ଲାଗି ସହାୟତା ବୃଦ୍ଧି” ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏଥିପାଇଁ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅର୍ଥରାଶି ଯୋଜନା ରୂପରେ 625.20 କୋଟି ଟଙ୍କାର ବଜେଟ ସହାୟତା ଦିଆଯିବ । ଏହା 1 ଏପ୍ରିଲ 2017 ଠାରୁ 31ମାର୍ଚ୍ଚ 2020 ପର୍ଯ୍ୟନ୍ତ ଚାଲୁ ରହିବ ।
ପ୍ରମୁଖ ବିଶେଷତ୍ୱ :
- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ (ୟୁଏଚସି)ର ପ୍ରମୁଖ ବାହକ ହେବ ।
- ଏହାର ଉଦ୍ଦେଶ୍ୟ/ଲକ୍ଷ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି, 2017 ଏବଂ ନିରନ୍ତର ବିକାଶର ଲକ୍ଷ୍ୟ-3 (ଏସଡିଜି-3) ସହ ଜଡ଼ିତ ।
- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିରନ୍ତର ବିକାଶ ଉଦ୍ଦେଶ୍ୟ ହାସଲ କରିବାରେ ଦେଶର ସହାୟତା କରିଛି ଏବଂ ଏହା ୟୁଏଚସିର ଲକ୍ଷ୍ୟ ସହିତ ଏସଡିଜି-3ର ଲକ୍ଷ୍ୟକୁ ହାସଲ କରିବାରେ ପ୍ରମୁଖ ବାହକ ହେବ ।
- ଆୟୁଷ୍ମାନ ଭାରତ- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଭିଳଷିତ ଜିଲ୍ଲା ସହିତ ଉଚ୍ଚ ପ୍ରାଥମିକତା ଜିଲ୍ଲାରେ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଦୃଢ଼ତା ପ୍ରଦାନ କରିଚାଲିବ ।
- ଚୟନ ଯୋଗ୍ୟରୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଆଡ଼କୁ ପରିବର୍ତ୍ତନ ଅଟେ । ଏଥିରେ ସ୍ୱାସ୍ଥ୍ୟ ଏବଂ ଉପଶମ କେନ୍ଦ୍ର (ଏଚଡବ୍ଲ୍ୟୁସି) ରୂପରେ ଏସଏଚସି/ପିଏଚସିର ଦୃଢ଼ତା ପ୍ରଦାନ କରି ସାଧାରଣ ପ୍ରସାରଣ ରୋଗ, ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ଯତ୍ନ, ପ୍ରଶମକ ଉପଚାର ଏବଂ ପୂର୍ବସ୍ଥିତିକୁ ନେଇଯିବା ସମ୍ପର୍କିତ ଯତ୍ନ ସେବା ସାମିଲ ରହିଛି ।
- ଏଚଡବ୍ଲ୍ୟୁସି ଏନସିଡି ସ୍କ୍ରିନିଂ ଏବଂ ବ୍ୟବସ୍ଥା ସହିତ ନିବାରକ, ପ୍ରୋତ୍ସାହକ, ଉପଚାରାତ୍ମକ ଏବଂ ପୂର୍ବସ୍ଥିତି ଆଣିବା ଯୋଗ୍ୟ ସେବା ପ୍ରଦାନ କରିବ, ଏବଂ ଏଗୁଡ଼ିକ ସିଏଚସି ଓ ଡିଏଚ ସହ ଦୁଇ ପକ୍ଷରୁ ରେଫେରାଲ ଏବଂ ଯାଂଚ ପ୍ରଣାଳୀ ଜରିଆରେ ଯୋଡ଼ି ହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ବିଖଣ୍ଡନକୁ ହ୍ରାସ କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ଯତ୍ନରେ ସୁଧାର ଜାରି ରଖାଯାଇପାରିବ । ସାଧାରଣ ଏନସିଡି ଲାଗି ମାଗଣା ସାର୍ବଜନୀନ ସ୍କ୍ରିନିଂ ଲାଗି 12ଟି ସେବାର ପ୍ୟାକେଜ ରହିଛି ।
- ଉପ-କେନ୍ଦ୍ର ସ୍ତରରେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାତାମାନଙ୍କୁ ନିୟୋଜିତ କରାଯିବ ଯେଉଁମାନେ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷମତାରେ ତାଲିମପ୍ରାପ୍ତ ହୋଇଥିବେ ।
- ଆୟୁଷକୁ ଯୋଡ଼ି ଉପଶମ ଉପରେ ଗୁରୁତ୍ୱ ଏବଂ ଗୁରୁତର ରୋଗର ନିରାକରଣ ତଥା ସ୍ୱାସ୍ଥ୍ୟ ଯତ୍ନକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଗୁରୁତ୍ୱ ।
- ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଯେଉଁଥିରେ ପ୍ରମୁଖ ସଂକେତକ ସାମିଲ ରହିଛି ଏବଂ ଅନ୍ୟ କାର୍ଯ୍ୟ ସମ୍ପାଦନ ଲାଗି ପ୍ରୋତ୍ସାହନ ରହିଛି ।
- ପ୍ରମୁଖ ପରିଣାମ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାରର ଉତ୍ତମ କାର୍ଯ୍ୟ ସମ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ନିର୍ଦ୍ଧାରିତ ବୃଦ୍ଧି ପାଇଥିବା ଅର୍ଥରାଶି ଆଡ଼କୁ ପ୍ରବୃତ ଫଳାଫଳ ।
- ସ୍ୱାସ୍ଥ୍ୟ ଏବଂ ଉପଶମ ପ୍ରତି ସମାନ ଦୃଷ୍ଟିକୋଣ ସୁନିଶ୍ଚିତ କରିବା ଲାଗି ସମସ୍ତ ଭର୍ଟିକାଲ ରୋଗ କାର୍ଯ୍ୟକ୍ରମର ଅନୁପ୍ରସ୍ଥ ଏକୀକରଣ ।
- ନିଶ୍ଚିତ ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରଣନୀତି ଏବଂ ହସ୍ତକ୍ଷେପ ।
- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ମାଗଣା ଔଷଧ ଏବଂ ନିଦାନ ସେବାର ପ୍ରୟାସ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ କାର୍ଯ୍ୟକ୍ରମ-ଭିନ୍ନ ଲକ୍ଷ୍ୟ ରୂପରେ ସାମିଲ ଓଓପିଆଇରେ ହ୍ରାସ ଭଳି ପ୍ରୟାସକୁ ତ୍ୱରାନ୍ୱିତ କରିବା ସହିତ ଓଓପିଆଇ କମ କରିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ।
- ସ୍ୱାସ୍ଥ୍ୟ ବିଷୟରେ ଆନ୍ତଃ କ୍ଷେତ୍ରୀୟ କେନ୍ଦ୍ରାଭିମୁଖ କାର୍ଯ୍ୟ ଲାଗି ଉପଲବ୍ଧ ମଂଚର ପ୍ରଭାବୀ ବ୍ୟବହାର ।
- ଅଗ୍ରଣୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ସହଯୋଗ ଏବଂ ଉତ୍ସାହ ବୃଦ୍ଧି ଲାଗି ଦଳଗତ ଆଧାରରେ ପ୍ରୋତ୍ସାହନ ।
- ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା, କାୟାକଳ୍ପ, ଲକ୍ଷ୍ୟର ଗୁଣବତ୍ତାପୂର୍ଣ୍ଣ ପ୍ରମାଣନ ଜରିଆରେ ଗୁଣବତ୍ତା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଉପଯୋଗର ଏକ ନିଶ୍ଚିତ ଲକ୍ଷ୍ୟ ରହିଛି ।
- ସମସ୍ତ ରାଜ୍ୟରେ ଟିକାକରଣ ସମ୍ପ୍ରସାରଣର ପ୍ରସ୍ତାବ ।
- ଏହା ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ସହିତ ଯୋଡ଼ିହେବ ।
ପ୍ରଭାବ :
ଏହାର ପରିଣାମ ଆସିବ/ସରଳ ହେବ
- i. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଲାଗି ନିର୍ଦ୍ଧାରିତ ଲକ୍ଷ୍ୟକୁ ନିରନ୍ତର ଅବଧିରେ ହାସଲ କରିବା ।
- ii. ନବଜାତ ଶିଶୁ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, 5 ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ମୃତ୍ୟୁ ହାର, ମାତୃତ୍ୱ ମୃତ୍ୟୁ ହାର ଏବଂ ମୋଟ ପ୍ରଜନନ ହାର ଭଳି ପ୍ରମୁଖ ସ୍ୱାସ୍ଥ୍ୟ ସଂକେତକରେ ସୁଧାର ।
iii. ସଂକ୍ରାମକ ରୋଗ ବ୍ୟାପିବା ଘଟଣାରେ ହ୍ରାସ ।
- iv. ସ୍ୱାସ୍ଥ୍ୟ ଯତ୍ନ ବିଷୟରେ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ପକେଟ ଖର୍ଚ୍ଚରେ ହ୍ରାସ ।
- v. ନିୟମିତ ଟିକାକରଣ ସେବାର କଭରେଜ ଏବଂ ବ୍ୟବହାର ତଥା ଅଣସଂକ୍ରାମକ ରୋଗ ସହ ଜଡ଼ିତ ସେବାର ସ୍ଥିତିରେ ସୁଧାର ।