Quoteବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
Quoteବିମ୍ସଟେକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
Quoteଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ ପ୍ରଧାନମନ୍ତ୍ରୀ

ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି ।

ଯୋଗାଯୋଗ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ, ନିରାପତ୍ତା ଏବଂ ନାଗରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗୋଷ୍ଠୀ ସହିତ ଫଳପ୍ରଦ ଆଲୋଚନା କରିଥିଲେ । ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିମ୍ସଟେକ୍ ର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସ୍ଥିର ଓ ସୁରକ୍ଷିତ ବିମ୍ସଟେକ୍ ଅଞ୍ଚଳ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିସହିତ ଭାରତର ପଡ଼ୋଶୀ ପ୍ରଥମ ଓ ଲୁକ୍ ଇଷ୍ଟ ନୀତି ତଥା ଏହି ଅଞ୍ଚଳରେ ସମସ୍ତଙ୍କ ନିରାପତ୍ତା ଓ ଅଭିବୃଦ୍ଧି ପାଇଁ ସାଗର ସଂକଳ୍ପ ଉପରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Maratha bastion in Tamil heartland: Gingee fort’s rise to Unesco glory

Media Coverage

Maratha bastion in Tamil heartland: Gingee fort’s rise to Unesco glory
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2025
July 21, 2025

Green, Connected and Proud PM Modi’s Multifaceted Revolution for a New India