ଗ୍ଲାସଗୋରେ ସିଓପି୨୬ ବିଶ୍ୱ ନେତୃବୃନ୍ଦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବର ୧ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏମପିଙ୍କ ସହ ସାକ୍ଷାତ କରିଛନ୍ତି ।
୨. ସିଓପି୨୬ର ସଫଳ ଆୟୋଜନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବାରେ ବ୍ୟକ୍ତିଗତ ନେତୃତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଇଏସଏ ଓ ସିଡିଆରଆଇ ଅନ୍ତର୍ଗତ ମିଳିତ ପଦକ୍ଷେପ ସହିତ ଜଳବାୟୁ ଅର୍ଥ, ପ୍ରଯୁକ୍ତି, ଉଦ୍ଭାବନ ଓ ଅନୁକୂଳନ ସବୁଜ ହାଇଡ୍ରୋଜେନ, ଅକ୍ଷୟ ଓ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିଗୁଡ଼ିକ ପ୍ରସଙ୍ଗରେ ସେ ବ୍ରିଟେନ ସହ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
୩. ଉଭୟ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ବାଣିଜ୍ୟ ଓ ଅର୍ଥ ବ୍ୟବସ୍ଥା, ଲୋକଙ୍କ ମଧ୍ୟରେ ଆପୋସ ସମ୍ପର୍କ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ରୋଡମ୍ୟାପ ୨୦୩୦ ପ୍ରାଥମିକତାଗୁଡ଼ିକର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି । ସେମାନେ ଏଫଟିଏ ବାର୍ତ୍ତା ପ୍ରାରମ୍ଭ ଦିଗରେ ନିଆଯାଇଥିବା ପଦକ୍ଷେପ ସହିତ ବର୍ଦ୍ଧିତ ବାଣିଜି୍ୟକ ସହଯୋଗିତା ନିମନ୍ତେ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
୪. ଉଭୟ ନେତା ଆଫଗାନିସ୍ତାନ, ଆତଙ୍କବାଦ ମୁକାବିଲା, ଭାରତ-ପ୍ରଶାନ୍ତ ମହାସାଗର, ଯୋଗାଣ ଶୃଙ୍ଖଳ ନମନୀୟତା ଏବଂ କୋଭିଡ ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ସୁଧାରତା ସମେତ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି ।
୫. ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତରେ ସ୍ୱାଗତ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଳାଷକୁ ଦୋହରାଇଥିଲେ ।