ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

November 18th, 08:00 pm

ପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କରିଛନ୍ତି

November 18th, 07:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ବ୍ରାଜିଲର ଜି-୨୦ ଏଜେଣ୍ଡାକୁ ସେ ପ୍ରଶଂସା କରି କହିଥିଲେ ଯେ ଏହି ଆଭିମୁଖ୍ୟ ଦକ୍ଷିଣ ବିଶ୍ୱର ସମସ୍ୟାଗୁଡିକ ଉପରେ ଆଲୋକପାତ କରିଛି ଏବଂ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ଲୋକାଭିମୁଖୀ ନିଷ୍ପତ୍ତିକୁ ଆଗେଇ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜି-୨୦ ଅଧ୍ୟକ୍ଷତାରେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଆହ୍ୱାନ ରିଓ ଆଲୋଚନାରେ ପ୍ରତିଫଳିତ ହେଉଛି।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵ ନେତୃବୃନ୍ଦଙ୍କ ଶୁଭେଛା ବାର୍ତ୍ତା

June 04th, 06:52 pm

ଭାରତରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତିମାନେ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜ୍ଞାପନ କରିଥିବା ରାଷ୍ଟ୍ରମାନେ ହେଲେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ମୁନ ଜେ ଇନ, ଜିମ୍ବାୱେ ରାଷ୍ଟ୍ରପତି ମହାମହିମ ମିଃ. ଇ.ଡି ମନନଗାଗୱା ଏବଂ ମୋଜାମ୍ବିକ ରାଷ୍ଟ୍ରପତି ମହାମହିମ ମିଃ. ଫିଲିପ ଜାସିଂଟୋ ନ୍ୟୁସି ।

India-Africa Summit: PM meets African leaders

October 28th, 11:24 am