ଡିସେମ୍ବର ୧୬ରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ

December 14th, 04:48 pm

ଗୁଜରାଟର ଆନନ୍ଦଠାରେ ଆଜିଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ତାରିଖ ପୂର୍ବାହ୍ନ ୧୧ଟାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀରେ ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସେ ବିଷୟରେ ଏଥିରେ ଆଲୋଚନା ହେବ । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷବାସ କଲେ କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ।

ଗୁଜରାଟର ମା’ ଉମିୟା ଧାମ ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 13th, 06:49 pm

ମୋର ଏଠାକୁ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ଆସିବା ନିମନ୍ତେ ଅନୁମାନ କରା ଯାଉଥିଲା । ଯଦି ମୁଁ ବ୍ୟକ୍ତିଗତ ଭାବେ ଆସିବାକୁ ସକ୍ଷମ ହୋଇଥାନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖା କରି ପାରିଥାନ୍ତି । ତେବେ, ସମୟର ଅଭାବ ଯୋଗୁଁ ଏବଂ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଆଜି ଏହି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରି ପାରିଥିବାରୁ ମୁଁ ଭାଗ୍ୟବାନ । ମୋ ଦୃଷ୍ଟିରେ, ଏହି କାର୍ଯ୍ୟ ବହୁମୁଖୀ ଗୁରୁତ୍ୱ ବହନ କରୁଛି- ବୃହତ୍ ସେବା ମନ୍ଦିର ପ୍ରକଳ୍ପ, ଯାହା ସମସ୍ତଙ୍କ ଉଦ୍ୟମ ଦ୍ୱାରା କରାଯାଉଛି ।