ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 27th, 12:21 pm
ଜେନ୍ ଗାର୍ଡେନ୍ ଏବଂ କାଇଜେନ୍ ଏକାଡେମୀର ଲୋକାର୍ପଣର ଏହି ମୁହୁର୍ତ ଭାରତ ଜାପାନ ସମ୍ପର୍କର ସାବଲୀଳତା ଏବଂ ଆଧୁନିକତାର ପ୍ରତୀକ । ମୁଁ ବିଶ୍ୱାସ କରେ ଯେ ଜାପାନି ଜେନ୍ ଗାର୍ଡନ୍ ଏବଂ କାଇଜେନ ଏକାଡେମୀର ସ୍ଥାପନା ଭାରତ ଏବଂ ଜାପାନର ସମ୍ପର୍କକୁ ଅଧିକ ମଜବୁତ କରିବ, ଆମ ନାଗରିକଙ୍କୁ ଆହୁରି ଅଧିକ ନିକଟତର କରିବ । ମୁଁ ହ୍ୟୋଗୋ ପ୍ରି-ଫେକ୍ଚରର ନେତାମାନଙ୍କର, ମୋର ଘନିଷ୍ଠ ବନ୍ଧୁ ଗଭର୍ଣ୍ଣର ଶ୍ରୀ ଇଦୋ ତୋଶୀଜୋଙ୍କୁ ଏହି ସମୟରେ ବିଶେଷ ଭାବରେ ଅଭିନନ୍ଦନ କରୁଛି । ଗଭର୍ଣ୍ଣର ଇଦୋ ନିଜେ ୨୦୧୭ରେ ଅହମ୍ମଦାବାଦ ଆସିଥିଲେ । ଅହମ୍ମଦାବାଦରେ ଜେନ ଗାର୍ଡନ ଏବଂ କାଇଜେନ୍ ଏକାଡେମୀର ସ୍ଥାପନାରେ ତାଙ୍କର ଏବଂ ହ୍ୟୋଗୀ ଅନ୍ତର୍ଜାତୀୟ ସଂଗଠନର ବହୁମୁଲ୍ୟ ଯୋଗଦାନ ରହିଛି । ମୁଁ ଗୁଜରାଟର ଭାରତ-ଜାପାନ୍ ମୈତ୍ରୀ ସଂଘର ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନେ ଭାରତ-ଜାପାନ୍ ସମ୍ପର୍କକୁ ସୁଦୃଢ କରିବା ପାଇଁ ନିରନ୍ତର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି । ଜାପାନ୍ ସୂଚନା ଓ ଶିକ୍ଷା କେନ୍ଦ୍ର ଏହାର ଏକ ଉଦାହରଣ ।ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 27th, 12:20 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏଏମଏ, ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କରିଛନ୍ତି ।ଆସନ୍ତାକାଲି ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
June 26th, 10:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 27 ଜୁନ୍, 2021 ପୂର୍ବାହ୍ନ 11:30 ସମୟରେ ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ।